Hindi News >>Home >>Odisha Sports

Devon Conway: ଦ୍ରୁତ ବେଗରେ ୧୦୦୦ ରନ ସଂଗ୍ରହ କରି ଇତିହାସ ରଚିଦେଲେ ଏହି ଖେଳାଳି

ବର୍ତ୍ତମାନ ପର୍ଯ୍ୟନ୍ତ ଜନ ରୀଡ଼ ସବୁଠାରୁ ଦୃତ ବେଗରେ ୧୦୦୦ ରନ ସଂଗ୍ରହ କରି ନେଇଥିଲେ। କିନ୍ତୁ ବର୍ତ୍ତମାନ ସେ ଡେଭନ କାନଓ୍ୱେଙ୍କ ଠାରୁ ପଛରେ ରହି ଯାଇଛନ୍ତି। ଏଠାରେ ଆପଣଙ୍କୁ କହି ରଖୁ କି ଇଂଲଣ୍ଡର ଖେଳାଳି ହର୍ବର୍ଟ ସଟକ୍ଲିଫ ଟେଷ୍ଟ କ୍ରିକେଟରେ ୧୦୦୦ ରନ ସଂଗ୍ରହ କରିବାରେ ସବୁଠାରୁ ଦୃତତମ ବ୍ୟାଟସମ୍ୟାନ ରହି ସାରିଛନ୍ତି।

Advertisement
Devon Conway: ଦ୍ରୁତ ବେଗରେ ୧୦୦୦ ରନ ସଂଗ୍ରହ କରି ଇତିହାସ ରଚିଦେଲେ ଏହି ଖେଳାଳି
Stop
Zee Odisha Desk|Updated: Dec 29, 2022, 05:40 PM IST

Devon Conway: ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର (New Zealand) ଓ୍ୱିକେଟ କିପର ବ୍ୟାଟସମ୍ୟାନ ଡେଭନ କାନଓ୍ୱେ (Devon Conway) ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଏହି ରେକର୍ଡ ସୃଷ୍ଚି କରିବା ସହିତ ସେ ପୂର୍ବତନ କିଓ୍ୱି ଖେଳାଳି ଜନ ରିଚାର୍ଡ଼ଙ୍କୁ (John Richard) ପଛରେ ପକାଇ ଦେଇଛନ୍ତି। ଏହା ସହିତ ସେ ନ୍ୟୁଜିଲାଣ୍ଡର (New Zealand) ସବୁଠାରୁ ଦ୍ରୁତତମ ୧୦୦୦ ରନ ସଂଗ୍ରହ କ୍ଲବରେ ସେ ସାମିଲ ହୋଇ ପାରିଛନ୍ତି। ଡେଭନ କନଓ୍ୱେ (Devon Conway) ମଙ୍ଗଳବାର ୧୦୦୦ ରନ ପୁରା କରିଥିଲେ। ସେ କରାଚୀରେ (Karachi) ଚାଲିଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରେ ଏହି ଇତିହାସ ସୃଷ୍ଟି କରିଛନ୍ତି।  ପ୍ରଥମ ଦିନର ଖେଳ ଶେଷ ବେଳକୁ କନଓ୍ୱେ ୧୫୬ ବଲରେ ୮୨ ରନ କରିଥିଲେ। ତାଙ୍କର ଇନିଂସରେ ୧୨ଟି ଜବତଦସ୍ତ ଚୌକା ମାରିଥିଲେ। ଏବେ ସେ ୧୧ଟି ଟେଷ୍ଟର ୧୯ଟି ଇନିଂସରେ ୫୫.୫୫ ଆଭରେଜରେ ୧୦୦୦ ରନ ପୁରାକରିଛନ୍ତି। ସେ ଏହାରି ମଧ୍ୟରେ ୩ଟି ଶତକ ଓ ୫ଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। 

ବର୍ତ୍ତମାନ ପର୍ଯ୍ୟନ୍ତ ଜନ ରୀଡ଼ ସବୁଠାରୁ ଦୃତ ବେଗରେ ୧୦୦୦ ରନ ସଂଗ୍ରହ କରି ନେଇଥିଲେ। କିନ୍ତୁ ବର୍ତ୍ତମାନ ସେ ଡେଭନ କାନଓ୍ୱେଙ୍କ ଠାରୁ ପଛରେ ରହି ଯାଇଛନ୍ତି। ଏଠାରେ ଆପଣଙ୍କୁ କହି ରଖୁ କି ଇଂଲଣ୍ଡର ଖେଳାଳି ହର୍ବର୍ଟ ସଟକ୍ଲିଫ ଟେଷ୍ଟ କ୍ରିକେଟରେ ୧୦୦୦ ରନ ସଂଗ୍ରହ କରିବାରେ ସବୁଠାରୁ ଦୃତତମ ବ୍ୟାଟସମ୍ୟାନ ରହି ସାରିଛନ୍ତି। ସେ ୧୯୨୫ ମସିହାରେ ଅଷ୍ଟ୍ରେଲିଆ ବିରୋଧରେ ମାତ୍ର ୧୨ଟି ଇନିଂସ ଖେଳି ଏହି ରେକର୍ଡ କରିପାରିଛନ୍ତି। 

କହି ରଖୁ କି ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ କରାଚୀରେ ଟେଷ୍ଟ ମ୍ୟାଚ ଖେଳାଯାଉଛି। ତେବେ ନ୍ୟୁଜିଲାଣ୍ଡର ବ୍ୟାଟସମ୍ୟାନଙ୍କୁ ଅଟକାଇବାରେ ପାକିସ୍ତାନ ବୋଲର ବିଫଳ ହୋଇଛନ୍ତି। ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଗୋଟିଏ ବି ଓ୍ୱିକେଟ ହାସଲ କରିପାରିନାହାନ୍ତି ପାକିସ୍ତାନ ଖେଳାଳି। ନ୍ୟୁଜିଲାଣ୍ଡ ଦଳ ବର୍ତ୍ତମାନ ସୁଦ୍ଧା କୌଣସି ଓ୍ୱିକେଟ ନ ହରାଇ ୧୬୫ ରନରେ ଖେଳ ଜାରି ରଖିଛି। ଏଥିରେ କାନଭେଙ୍କର ୮୨ ରନର ଭାଗିଦାରୀ ରହିଛି। ସେହିପରି ଟମ ଲୈଥମ ୭୮ ରନ କରି ଖେଳ ଜାରି ରଖିଛନ୍ତି। 

ବର୍ତ୍ତମାନ କିଓ୍ୱି ଚିମ ପାକିସ୍ତାନ ଠାରୁ ୨୭୩ ରନରେ ପଛୁଆ ରହିଛନ୍ତି। କିଓ୍ୱି ବୋଲର ପାକିସ୍ତାନକୁ ପ୍ରଥମ ଇନିଂସରେ ୪୩୮ ରନରେ ଅଲଆଉଟ କରିଦେଇଥିଲା। ଏଥିରେ ପାକିସ୍ତାନର ଅଧିନାୟକ ବାବର ଆଜମ ୧୬୧, ଆଗା ସଲମାନ ୧୦୩ ରନ ଓ ସରଫରାଜ ଅହମ୍ମଦ ୮୬ ରନରେ ଆଉଟ ହୋଇଥିଲେ। କିଓ୍ୱି ଦଳର ଟିମ ସାଉଦି ସର୍ବାଧିକ ୩ଟି ଓ୍ୱିକେଟ ନେଇଥିଲେ। ସେହିପରି ଏଜାଜ ପଟେଲ, ଇସି ସୋଢୀ ଓ ମାଇକେଲ ବ୍ରେସଓ୍ୱେଲ ଦୁଇଟି ଲେଖାଏଁ ଓ୍ୱିକେଟ ହାତେଇଥିଲେ। ତେବେ ନୀଲ ଓ୍ୱାଗନର ଗୋଟିଏ ଓ୍ୱିକେଟରେ ଖୁସି ହୋଇଥିଲେ। 

Also Read: Shikhar Dhawan: ଦଳରୁ ବାଦ ପଡ଼ିବା ପରେ କାନ୍ଦି ପକାଇଲେ ଧଓ୍ୱନ, ସୋସିଆଲ ମିଡ଼ିଆରେ ରଖିଲେ ଏଭଳି କ୍ଷୋଭଭରା ମନ୍ତବ୍ୟ

Also Read: Team India: ଟିମ୍ ଇଣ୍ଡିଆରେ ରାଜନୀତିର ଶିକାର ହେଲେ ଏହି ୩ ଖେଳାଳି! 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ମିଳିବା ସତ୍ତ୍ୱେ ପରବର୍ତ୍ତୀ ମ୍ୟାଚରୁ କଟିଲା ପତା

Read More
{}{}