Hindi News >>Home >>Odisha Sports

ବର୍ଷେ ପୂର୍ବରୁ Manchester United ଛାଡିପାରନ୍ତି Ronaldo, ଜାଣନ୍ତୁ କାରଣ

ମଞ୍ଚେଷ୍ଟର ୟୁନାଇଟେଡ ଏଥର ଚାମ୍ପିଅନ୍ସ ଲିଗ ପାଇଁ ଯୋଗ୍ୟତା ହାସଲ କରିପାରି ନାହିଁ। ଗତ ସିଜନରେ କ୍ଲବର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ୟୁନାଇଟେଡ ଗୋଟିଏ ମଧ୍ୟ ଟ୍ରଫି ଜିତିପାରିନଥିଲେ। ଏଭଳି ପରିସ୍ଥିତିରେ କ୍ରିଷ୍ଟିଆନୋ ରୋନାଲଡୋ ଆଉ ବର୍ଷେ ନଷ୍ଟ କରିବାକୁ ଚାହୁଁ ନାହାନ୍ତି।

Advertisement
ଫାଇଲ ଫଟୋ
Stop
Zee Odisha Desk|Updated: Jul 03, 2022, 01:13 PM IST

Cristiano Ronaldo: ମାଞ୍ଚେଷ୍ଟର ୟୁନାଇଟେଡ୍ ଫ୍ୟାନସଙ୍କ ପାଇଁ ଏକ ଦଃଖଦ ଖବର ଆସିଛି। ଖୁବଶୀଘ୍ର କ୍ରିଷ୍ଟିଆନୋ ରୋନାଲ୍ଡୋ ପୁଣି ଥରେ କ୍ଲବ ଛାଡିପାରନ୍ତି। 'ଦ ଟାଇମ୍ସ'ର ରିପୋର୍ଟ ଅନୁସାରେ ଏହି ସମର ସିଜିନ ପୂର୍ବରେ ତାଙ୍କୁ ରିଲିଜ କରିବାକୁ ରୋନାଲ୍ଡୋ, ୟୁନାଇଟେଡକୁ ଆବେଦନ କରିଛନ୍ତି। ଚାମ୍ପିଅନ୍ସ ଲିଗରେ ଖେଳିବାକୁ ଚାହୁଁଥିବାରୁ ସେ ଏହି ସିଜିନ ପୂର୍ବରୁ କ୍ଲବ ଛାଡିବାକୁ ଚାହୁଁଛନ୍ତି ବୋଲି ଚର୍ଚ୍ଚା ହେଉଛି। 

ମଞ୍ଚେଷ୍ଟର ୟୁନାଇଟେଡ ଏଥର ଚାମ୍ପିଅନ୍ସ ଲିଗ ପାଇଁ ଯୋଗ୍ୟତା ହାସଲ କରିପାରି ନାହିଁ। ଗତ ସିଜନରେ କ୍ଲବର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ୟୁନାଇଟେଡ ଗୋଟିଏ ମଧ୍ୟ ଟ୍ରଫି ଜିତିପାରିନଥିଲେ। ଏଭଳି ପରିସ୍ଥିତିରେ କ୍ରିଷ୍ଟିଆନୋ ରୋନାଲଡୋ ଆଉ ବର୍ଷେ ନଷ୍ଟ କରିବାକୁ ଚାହୁଁ ନାହାନ୍ତି। ସେଥିପାଇଁ ତାଙ୍କ କ୍ଲବ ଛାଡିବା କଳ୍ପନାଜଳ୍ପନା ଆହୁରି ତୀବ୍ର ହୋଇଛି। ତେବେ, ନୂତନ ମ୍ୟାନେଜର ଏରିକ୍ ଟେନ୍ ହାଗ୍ ଏହି ପର୍ତ୍ତୁଗୀଜ୍ ଖେଳାଳିଙ୍କୁ ତାଙ୍କ ଯୋଜନାର ଏକ ଅଂଶ ବୋଲି କହିଛନ୍ତି।

Also Read: ଜସପ୍ରୀତ ବୁମ୍ରା ଭାଙ୍ଗିଲେ ବ୍ରାଏନ୍ ଲାରାଙ୍କ ରେକର୍ଡ; ବ୍ରଡଙ୍କ ଖୁସିକୁ କରିଦେଲେ ଚୁରମାର

ଅଗଷ୍ଟ ୨୦୨୧ରେ ରୋନାଲ୍ଡୋ (Cristiano Ronaldo) ଜୁଭେଣ୍ଟସରୁ ମଞ୍ଚେଷ୍ଟର ୟୁନାଇଟେଡ କ୍ଲବକୁ ଆସିଥିଲେ। ସେ ଗତ ସିଜନରେ ଭଲ ପ୍ରଦର୍ଶନ କରିଥିଲେ। ସେହି ସିଜନରେ ୟୁନାଇଟେଡ୍‌ ପାଇଁ ରୋନାଲଡୋ ମୋଟ ୨୪ଟି ଗୋଲ ସ୍କୋର କରିଥିଲେ। ତେବେ ରୋନାଲଡୋଙ୍କ ଏହି ଦୃଢ ପ୍ରଦର୍ଶନ ସତ୍ତ୍ୱେ ୟୁନାଇଟେଡ୍ ଅଧିକ ସଫଳତା ହାସଲ କରିପାରି ନାହିଁ। ରୋନାଲ୍ଡୋ ଏବଂ ମଞ୍ଚେଷ୍ଟର ୟୁନାଇଟେଡ ମଧ୍ୟରେ ହୋଇଥିବା ଚୁକ୍ତି ଶେଷ ହେବାକୁ ଆଉ ଏକ ବର୍ଷ ବାକି ଅଛି, କିନ୍ତୁ ଏହାପୂର୍ବରୁ ରୋନାଲଡୋ ଏହାକୁ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। 

ଖବର ଅନୁଯାୟୀ, ନିକଟରେ ୩୭ ବର୍ଷୀୟ ରୋନାଲ୍ଡୋ କହିଥିଲେ ଯେ, ସେ ଆଗାମୀ ୩ରୁ ୪ ବର୍ଷ ପର୍ଯ୍ୟନ୍ତ ଖେଳିପାରିବେ। ମଞ୍ଚେଷ୍ଟର ୟୁନାଇଟେଡ (Manchester United) ଛାଡିଲା ପରେ ରୋନାଲ୍ଡୋ କେଉଁ କ୍ଲବକୁ ଯିବେ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଚେଲସି କିମ୍ବା ବାଇର୍ନ ମ୍ୟୁନିକରେ ସାମିଲ ହୋଇପରନ୍ତି। ରୋନାଲ୍ଡୋଙ୍କ ପାଇଁ ମେଣ୍ଡିସ ଏକାଧିକ କ୍ଲବର ମାଲିକଙ୍କ ସହ ଆଲୋଚନା କରିଛନ୍ତି। ତଥାପି ବର୍ତ୍ତମାନ ସୁଦ୍ଧା କୌଣସି କ୍ଲବ ସୁନିଶ୍ଚିତ କରିନାହାନ୍ତି।

 

 

 

 

 

 

 

 

 

 

 

Read More
{}{}