Hindi News >>Home >>Odisha Sports

କ୍ରିକେଟ ଜଗତରେ ଶୋକର ଛାୟା, ଆଖି ବୁଜିଲେ ଏହି ଅଲରାଉଣ୍ତର ଖେଳାଳି

Heath Streak Passes Away: ଆଖି ବୁଜିଲେ ଜିମ୍ବାୱେର ପୂର୍ବତନ କ୍ରିକେଟ ଖେଳାଳି ହିଥ୍ ଷ୍ଟ୍ରିକ୍ । କିଛି ଦିନ ତଳେ ହିଥ୍ ଷ୍ଟ୍ରିକ୍ ଙ୍କ ମୃତ୍ୟୁ ଖବର ପ୍ରକାଶ ପାଇଥିଲା । ଗତ ମାସ ଅଗଷ୍ଟ ୨୩ ତାରିଖରେ ଅଲ୍‌ରାଉଣ୍ଡର୍‌ ହିଥ୍‌ ‌ଷ୍ଟ୍ରିକ୍‌ଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ବୋଲିଙ୍ଗ୍‌ ପାର୍ଟନର୍‌ ହେନ୍‌ରି ଓଲଙ୍ଗ୍‌ ‘ଏକ୍ସ’ କରି ଦିନ ସୂଚନା ଦେଇଥିଲେ। 

Advertisement
କ୍ରିକେଟ ଜଗତରେ ଶୋକର ଛାୟା, ଆଖି ବୁଜିଲେ ଏହି ଅଲରାଉଣ୍ତର ଖେଳାଳି
Stop
Zee Odisha Desk|Updated: Sep 03, 2023, 05:33 PM IST

Heath Streak Passes Away: ଆଖି ବୁଜିଲେ ଜିମ୍ବାୱେର (Zimbabwe) ପୂର୍ବତନ କ୍ରିକେଟ ଖେଳାଳି ହିଥ୍ ଷ୍ଟ୍ରିକ୍ (Heath Streak )। କ୍ରିକେଟରଙ୍କ ମୃତ୍ୟୁ ନେଇ ତାଙ୍କ ପତ୍ନୀ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ଷ୍ଟ୍ରିକ୍ ଜିମ୍ବାୱେ ପାଇଁ ଦୀର୍ଘ ୧୨ ବର୍ଷ ଧରି କ୍ରିକେଟ୍ ଖେଳିଥିଲେ । ସେ ନିଜ କ୍ୟାରିୟରରେ ମୋଟ ୬୫ଟି ଟେଷ୍ଟ ଓ ୧୮୯ଟି ଦିନିକିଆ (ODI) ମ୍ୟାଚ୍ ଖେଳିଥିଲେ ।

ସୂଚନା ଅନୁଯାୟୀ, ଷ୍ଟ୍ରିକ୍‌ ‘କଲୋନ୍’ ଓ ‘ଲିଭର୍‌’ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ପରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି । ହିଥ୍ ଷ୍ଟ୍ରିକ୍ ଜଣେ ଅଲରାଉଣ୍ତର ଭାବେ ବେଶ ପରିଚିତ ଥିଲେ । ଅବସର ପରେ ଖେଳାଳି କୋଚିଂ ଉପରେ ଗୁରୁତ୍ବ ଦେଇଥିଲେ । ୨୦୨୦ ମସିହାରେ ତାଙ୍କୁ ଏକ ଝଟକା ଲାଗିଥିଲା । ଦୁର୍ନୀତିରେ ସାମିଲ ଥିବା ନେଇ ଦର୍ଶାଇ ଅନ୍ତର୍ଜାତୀୟ କ୍ରିକେଟ୍ କାଉଂନସିଲ (International cricket council) ତାଙ୍କ ଉପରେ ୮ ବର୍ଷର ବ୍ୟାନ ଲଗାଇଥିଲେ ।

ପ୍ରକାଶ ଥାଉ କି, କିଛି ଦିନ ତଳେ ହିଥ୍ ଷ୍ଟ୍ରିକ୍ ମୃତ୍ୟୁ ଖବର ପ୍ରକାଶ ପାଇଥିଲା । ଗତ ମାସ ଅଗଷ୍ଟ ୨୩ ତାରିଖରେ ଅଲ୍‌ରାଉଣ୍ଡର୍‌ ହିଥ୍‌ ‌ଷ୍ଟ୍ରିକ୍‌ଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ବୋଲିଙ୍ଗ୍‌ ପାର୍ଟନର୍‌ ହେନ୍‌ରି ଓଲଙ୍ଗ୍‌ ‘ଏକ୍ସ’ କରି ଦିନ ସୂଚନା ଦେଇଥିଲେ। କିନ୍ତୁ, ଷ୍ଟ୍ରିକ୍‌ଙ୍କ ମୃତ୍ୟୁ ସଂକ୍ରାନ୍ତରେ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନ ଥିଲା। ସାରା ବିଶ୍ବରେ ଏହି ଖବର ପ୍ରସାରିତ ହେବା ପରେ ହିଥ୍‌ ଷ୍ଟ୍ରିକ୍‌ ମରି ନାହାନ୍ତି ଓ ଏହା ଏକ ଗୁଜବ ବୋଲି ଜଣାପଡ଼ିଥିଲା ।  ଏନେଇ ପୂର୍ବବାର ହେନ୍‌ରି ଓଲଙ୍ଗ୍‌ ସୂଚନା ଦେଇଥିଲେ। କିନ୍ତୁ ଏଥର ତାଙ୍କ ପରିବାର ପକ୍ଷରୁ ଷ୍ଟ୍ରିକ୍‌ ଙ୍କ ମୃତ୍ୟୁ ନେଇ ସୂଚନା ମିଳିଛି ।

ବୋଲିଙ୍ଗ୍‌ କ୍ଷେତ୍ରରେ ଷ୍ଟ୍ରିକ୍‌ଙ୍କର ବେଶ ଦକ୍ଷତା ରହିଥିଲା । କ୍ରିକେଟ୍‌ କ୍ୟାରିୟର୍‌ରେ ଭିତରେ ସେ ୧୯୯୦ ‘ଟେଷ୍ଟ୍‌ ରନ୍‌’ (Test) ଓ ୨୯୪୩ ଓଡିଆଇ (ODI) ରନ୍‌ ସଂଗ୍ରହ କରିଥିଲେ। ହେରାରେ ଠାରେ ସେ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ଏକମାତ୍ର ଟେଷ୍ଟ୍‌ ଶତକ ସଂଗ୍ରହ ହାସଲ କରିଥିଲେ । ଏହି ମ୍ୟାଚରେ ସେ ୧୨୭ ରନ୍‌ ସହ ‘ନଟ୍‌ ଆଉଟ୍‌’ ରହିଥିଲେ।

ସେହିପରି ୧୯୯୩ରେ ପାକିସ୍ତାନ ବିପକ୍ଷରେ ଷ୍ଟ୍ରିକ୍‌ ନିଜ କ୍ରିକେଟ୍‌ କ୍ୟାରିୟର୍‌ ଆରମ୍ଭ କରିଥିଲେ। ରାୱଲ୍‌ ପିଣ୍ଡିରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ୍‌ରେ ୮ଟି ୱିକେଟ୍‌ ନେଇ ସୁଖ୍ୟାତି ଅର୍ଜନ କରିଥିଲେ।  ୨୦୦୫ରେ ସେ ଜିମ୍ବାୱେ କ୍ରିକେଟ୍‌ ଟିମ୍‌ରୁ ଅବ୍ୟାହତି ନେଇଥିଲେ। ଅବସର ଗ୍ରହଣ ପରେ ସେ ଜିମ୍ବାୱେ, ସ୍କଟ୍‌ଲାଣ୍ଡ୍‌, ବାଂଲାଦେଶ, ଗୁଜରାଟ ଲାଇଅନ୍‌ସ୍‌ ଓ କୋଲ୍‌କାତା ନାଇଟ୍‌ ରାଇଡର୍‌ ପ୍ରଭୃତିଙ୍କର କୋଚ୍‌ ଭାବେ କାର୍ଯ୍ୟ କରି କ୍ରିକେଟ୍‌ ଖେଳ ସହିତ ଜଡ଼ିତ ରହିଥିଲେ ।

 

 

 

 

{}{}