Hindi News >>Home >>Odisha Sports

Ned vs SL: ବିଶ୍ବକପରେ ଆଜି ନେଦରଲାଣ୍ତ- ଶ୍ରୀଲଙ୍କା ଫାଇଟ୍

Ned vs SL: ଆଜି ଦିନିକିଆ ବିଶ୍ବକପରେ ଖେଳାଯିବ ୨ଟି ମ୍ୟାଚ୍ । ପ୍ରଥମ ମ୍ୟାଚ୍ ଟି ଦିନ ୧୦ଟା ୩୦ ମିନିଟ୍ ରେ ଲକ୍ଷ୍ନୌ ଇକାନା ଷ୍ଟାଡିୟମରେ ନେଦରଲାଣ୍ତ ଓ ଶ୍ରୀଲଙ୍କା (ned vs sl 2023) ମଧ୍ଯରେ ଖେଳାଯିବ ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 21, 2023, 10:43 AM IST

Ned vs SL: ଆଜି ଦିନିକିଆ ବିଶ୍ବକପରେ ଖେଳାଯିବ ୨ଟି ମ୍ୟାଚ୍ । ପ୍ରଥମ ମ୍ୟାଚ୍ ଟି ଦିନ ୧୦ଟା ୩୦ ମିନିଟ୍ ରେ ଲକ୍ଷ୍ନୌ ଇକାନା ଷ୍ଟାଡିୟମରେ ନେଦରଲାଣ୍ତ ଓ ଶ୍ରୀଲଙ୍କା (ned vs sl 2023) ମଧ୍ଯରେ ଖେଳାଯିବ ।

 

ତେବେ ଚଳିତ ବର୍ଷ ବିଶ୍ବକପରେ ନେଦରଲାଣ୍ତ (Netherlands) ବର୍ତ୍ତମାନ ସୁଦ୍ଧା ୩ଟି ମ୍ୟାଚ୍ ଖେଳିଥିବା ବେଳେ ମାତ୍ର ଗୋଟିଏ ମ୍ୟାଚରେ ବିଜୟ ଲାଭ କରିଛି। ଦଳ ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ଦ୍ବିତୀୟ ମ୍ୟାଚ୍ ରେ ନ୍ୟୁଜଲାଣ୍ତଠାରୁ ପରାସ୍ତ ହୋଇଥିଲା । ପରେ ଦକ୍ଷିଣ ଆଫ୍ରିକା (South Africa) ବିରୋଧରେ ଦଳକୁ ବୃହତ ବିଜୟ ମିଳିଥିଲା । ଏହି ମ୍ୟାଚ୍ ରେ ନେଦରଲାଣ୍ତ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୩୮ ରନ୍ ରେ ପରାସ୍ତ କରିଥିଲା । ତେବେ ୨ଟି ପଏଣ୍ଟ ସହ ବିଶ୍ବକପ ପଏଣ୍ଟ ଟେବୁଲର (World cup points table) ୮ମ ସ୍ଥାନରେ ରହିଛି ଦଳ । ସେପେଟ ଚଳିତ ବର୍ଷ ବିଶ୍ବକପରେ ଶ୍ରୀଲଙ୍କାର (sri lanka) ପ୍ରଦର୍ଶନ ନୈରାଶଜନକ ରହିଛି । ବର୍ତ୍ତମାନ ସୁଦ୍ଧା ଦଳ ୩ଟି ମ୍ୟାଚ୍ ଖେଳିଥିବା ବେଳେ ସବୁ ମ୍ୟାଚ୍ ରେ ପରାସ୍ତ ହୋଇ ବିଶ୍ବକପ ପଏଣ୍ଟ ଟେବୁଲର ଶେଷରେ ରହିଛି ସିଂହଳୀ ବାହିନୀ । ତେବେ ନେଦରଲାଣ୍ତକୁ (Netherlands) ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ ନେଇ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା । ଅନ୍ୟପଟେ ଶ୍ରୀଲଙ୍କାକୁ ହରାଇ ନିଜର ଦ୍ବିତୀୟ ବିଜୟ ନେଇ ପ୍ରାଣପ୍ରଣେ ଚେଷ୍ଟା କରିବ ନେଦରଲାଣ୍ତ ଦଳ ।

Also Read-Cricket in Olympics: ଅଲମ୍ପିକରେ କ୍ରିକେଟ୍ ସାମିଲ ହେବା ନେଇ ଏହି ଖେଳାଳିଙ୍କୁ ଶ୍ରେୟ ଦେଲା IOC

ସମ୍ଭାବ୍ୟ ନେଦରଲାଣ୍ତ ଦଳ- ବିକ୍ରମଜିତ ସିଂହ, ମ୍ୟାକ୍ସ ଓ’ଦାଉଦ, କଲିନ ଏକରମାନ, ବାସ ଡି’ଲିଡ୍‌, ତେଜା ନିଦାମନୁରୁ, ସ୍କଟ ଏଡୱାର୍ଡ୍ସ (ଅଧିନାୟକ, ୱିକେଟ୍‌ରକ୍ଷକ), ସିବ୍ରାଣ୍ଡ ଇଙ୍ଗେଲବ୍ରେଚ, ରୋ‌ଏଲଫ ଭାନ ଡର ମରୱି, ଲଗନ ଭାନ ବିକ, ଅର୍ଯ୍ୟନ ଦତ୍ତ, ପଲ ଭାନ ମୀକରନ।

ସମ୍ଭାବ୍ୟ ଶ୍ରୀଲଙ୍କା ଦଳ- ପଥୁମ ନିଶଙ୍କା, କୁସାଲ ପେରେରା/ଦିମୁଥ କରୁଣାରତ୍ନେ, କୁସାଲ ମେଣ୍ଡିସ (ଅଧିନାୟକ, ୱିକେଟ୍‌ରକ୍ଷକ), ସଦୀରା ସମରବିକ୍ରମା, ଚରିଥ ଅସଲଙ୍କା, ଧନଞ୍ଜୟ ଡି’ସିଲ୍‌ଭା, ଦୁନିଥ ୱେଲାଲ‌ାଗେ, ଚାମିକା କରୁଣାରତ୍ନେ, ମହେଶ ଥୀକ୍ଷଣା, ଲାହିରୁ କୁମାରା, ଦିଲସାନ ମଧୁସଙ୍କା।

 

 

Read More
{}{}