Hindi News >>Home >>Odisha Sports

IND vs ENG: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରିପ୍ଲେସମେଣ୍ଟକୁ ନେଇ ଏପରି କହିଲେ BCCI ଅଧିକାରୀ

IND vs ENG: ବାଂଲାଦେଶ ବିପକ୍ଷ (IND VS SL) ମ୍ୟାଚ୍ ବେଳେ ଆହତ ହୋଇଥିଲେ ଭାରତୀୟ ଦଳର ଅଲରାଉଣ୍ଡର ତଥା ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya)। ଏହି କାରଣରୁ ସେହି ମ୍ୟାଚ୍ ସହ ଗତ ରବିବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରୁ ବାଦ ପଡ଼ିଥିଲେ ହାର୍ଦ୍ଦିକ । ତେବେ ବର୍ତ୍ତମାନ ଖେଳାଳିଙ୍କୁ ନେଇ ଏକ ବଡ଼ ଅପଡ଼େଟ ସାମ୍ନାକୁ ଆସିଛି ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 27, 2023, 07:24 AM IST

IND vs ENG World Cup 2023: ବାଂଲାଦେଶ ବିପକ୍ଷ (IND VS SL) ମ୍ୟାଚ୍ ବେଳେ ଆହତ ହୋଇଥିଲେ ଭାରତୀୟ ଦଳର ଅଲରାଉଣ୍ଡର ତଥା ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya)। ଏହି କାରଣରୁ ସେହି ମ୍ୟାଚ୍ ସହ ଗତ ରବିବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରୁ ବାଦ ପଡ଼ିଥିଲେ ହାର୍ଦ୍ଦିକ । ତେବେ ବର୍ତ୍ତମାନ ଖେଳାଳିଙ୍କୁ ନେଇ ଏକ ବଡ଼ ଅପଡ଼େଟ ସାମ୍ନାକୁ ଆସିଛି ।

କୁହାଯାଉଛି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଅତି କମରେ ଆଉ ଦୁଇଟି ମ୍ୟାଚ୍ ରୁ ମଧ୍ଯ ବାଦ ପଡ଼ିପାରନ୍ତି। ରିପୋର୍ଟ ଅନୁଯାୟୀ, ତାଙ୍କର ଲିଗାମେଣ୍ଟରେ ଆଘାତ ଲାଗିଥିବାରୁ ତାଙ୍କୁ ସୁସ୍ଥ ହେବାକୁ ଆଉ ଦୁଇ ସପ୍ତାହ ସମୟ ଲାଗିପାରେ । ଏହାର ଅର୍ଥ ଆଗାମୀ ୨ ସପ୍ତାହରେ ମଧ୍ଯରେ ଭାରତୀୟ ଦଳ ଇଂଲଣ୍ଡ ଓ ଶ୍ରୀଲଙ୍କା ବିପକ୍ଷରେ ଖେଳିବାକୁ ଥିବା ମ୍ୟାଚରୁ ପାଣ୍ଡ୍ୟା (Hardik Pandya) ବାଦ ପଡ଼ିପାରନ୍ତି । ଅନ୍ୟପକ୍ଷରେ, ବିଶ୍ୱକପ ଦଳରେ ସାମିଲ ହୋଇଥିବା ଅକ୍ଷର ପଟେଲ (Axar Patel) ଆହତ ହେବା କାରଣରୁ ଏସିଆ କପ୍‌ରୁ ବାହାରିଯାଇଥିଲେ । ତେବେ ଏହି ଖେଳାଳି ବର୍ତ୍ତମାନ ସୁସ୍ଥ ଅଛନ୍ତି । ସେ ଟି -୨୦ ଟୁର୍ଣ୍ଣାମେଣ୍ଟ ସୟଦ ମୁଶତାକ ଅଲି ଟ୍ରଫି (T20 Tournament Syed Mushtaq Ali Trophy) ମଧ୍ୟ ଖେଳୁଛନ୍ତି। ପଞ୍ଜାବ ବିପକ୍ଷରେ ସେ ନିଜ ଦଳ ଗୁଜୁରାଟ ପାଇଁ ୨୭ ବଲରେ ୫୨ ରନ୍ କରିବା ସହ ବୋଲିଂ ମଧ୍ଯ କରିଥିଲେ। ତେବେ ଏଭଳି ପରିସ୍ଥିତିରେ ହାର୍ଦ୍ଦିକ ସୁସ୍ଥ ହେବା ପର୍ଯ୍ୟନ୍ତ ବୋର୍ଡ ଅକ୍ଷର ପଟେଲଙ୍କୁ କିଛି ସମୟ ପାଇଁ ଦଳରେ ସାମିଲ କରିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । କିନ୍ତୁ ବିସିସିଆଇର ଜଣେ ଅଧିକାରୀଙ୍କଠାରୁ ଏହାକୁ ପ୍ରତ୍ୟାଖ୍ୟାନ କରିଥିବା ସୂଚନା ମିଳିଛି।

ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇ (BCCI) ଅଧିକାରୀ କହିଛନ୍ତି, 'ନୀତିନ ପଟେଲଙ୍କ ନେତୃତ୍ୱରେ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (National Cricket Academy)ରେ ଏକ ଡାକ୍ତରୀ ଦଳ ହାର୍ଦ୍ଦିକଙ୍କ ଯତ୍ନ ନେଉଛନ୍ତି। କିନ୍ତୁ ସେ ପୂର୍ବ ଅପେକ୍ଷା ଗୁରୁତର ଅଛନ୍ତି’। ପୂର୍ବରୁ କୁହାଯାଇଥିଲା ଯେ, ଅକ୍ଟୋବର ୨୯ ତାରିଖରେ ଲକ୍ଷ୍ନୌରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ହାର୍ଦ୍ଦିକ ଦଳରେ ଯୋଗଦେବେ। କିନ୍ତୁ ଏହା ସମ୍ଭବ ହୋଇପାରିଲା ନାହିଁ । ଏ ବାବଦରେ ଅଧିକାରୀ କହିଛନ୍ତି, 'ହାର୍ଦ୍ଦିକଙ୍କ ଗ୍ରେଡ୍-୧ର ଲିଗାମେଣ୍ଟରେ ଆଘାତ ଲାଗିଛି। ସୁସ୍ଥ ହେବାକୁ ତାଙ୍କୁ ଅତି କମରେ ଦୁଇ ସପ୍ତାହ ସମୟ ଲାଗିବ । ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ନ ହେବା ପର୍ଯ୍ୟନ୍ତ ତାଙ୍କୁ ରିଲିଜ କରାଯିବ ନାହିଁ । ଅଧିକାରୀ ଆହୁରି ମଧ୍ଯ କହିଛନ୍ତି, 'ଟିମ୍ ମ୍ୟାନେଜମେଣ୍ଟ ମେଡିକାଲ୍ ଟିମ୍ ସହିତ କଥା ହୋଇଛି। ହାର୍ଦ୍ଦିକଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି। ଏଭଳି ପରିସ୍ଥିତିରେ ଦଳ ହାର୍ଦ୍ଦିକଙ୍କ ସ୍ଥାନରେ କୌଣସି ରିପ୍ଲେସମେଣ୍ଟ ଆଣିବାକୁ ଚାହୁଁନାହିଁ। ହାର୍ଦ୍ଦିକ ସମ୍ପୂର୍ଣ୍ଣ ଭାବେ ଫିଟ୍ ହେବା ପାଇଁ ମ୍ୟାନେଜମେଣ୍ଟ ଅପେକ୍ଷା କରିଛି। ତାଙ୍କୁ ସୁସ୍ଥ ହେବାକୁ ସମୟ ଲାଗିପାରେ। ଏହି ପରିସ୍ଥିତିରେ ଯଦି ଆଘାତ ସମ୍ପୂର୍ଣ୍ଣ ରୂପେ ଭଲ ନହୁଏ ତେବେ ସେ ଇଞ୍ଜେକ୍ସନ୍ ନେଇ ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟନ୍ତ ଖେଳିବାକୁ ପ୍ରସ୍ତୁତ ହୋଇପାରିବେ’।

ପ୍ରକାଶ ଥାଉ କି, ’ଟିମ୍ ଇଣ୍ଡିଆ ଅକ୍ଟୋବର ୨୯ରେ ଇଂଲଣ୍ଡ (England), ନଭେମ୍ବର ୨ରେ ଶ୍ରୀଲଙ୍କା (sri lanka) ଓ ଦକ୍ଷିଣ ଆଫ୍ରିକା (south Africa) ସହିତ ମୁହାଁମୁହିଁ ହେବ। ଭାରତର ଶେଷ ଲିଗ୍ ମ୍ୟାଚ୍ ନେଦରଲ୍ୟାଣ୍ଡ (Netherlands) ସହ ୧୨ ନଭେମ୍ବରରେ ଖେଳାଯିବ।

ଏହା ବି ପଢନ୍ତୁ-World Cup 2023: ବିଶ୍ବକପ ଇତିହାସର ୫ଟି ବୃହତ ବିଜୟ, ଏତିକି ନଂ ସ୍ଥାନରେ ରହିଛି ଭାରତ

 

 

 

 

Read More
{}{}