Hindi News >>Home >>Odisha Sports

Rishabh Pant: ଟି-୨୦ ବିଶ୍ୱକପ ଖେଳିବେ କି ଋଷଭ ପନ୍ତ? ଏପରି ବୟାନ ଦେଲେ ଜୟ ଶାହା

Rishabh Pant: କାର ଦୁର୍ଘଟଣା ପରେ ୨୦୨୨ ଡିସେମ୍ବର ମାସରୁ କ୍ରିକେଟରୁ ଦୂରେଇ ରହିଛନ୍ତି ଭାରତୀୟ ଦଳର ଷ୍ଟାଟ ବ୍ୟାଟମ୍ୟାନ୍ସ ଋଷଭ ପନ୍ତ । ତେବେ ଆଇପିଏଲ ୨୦୨୪ରେ ସେ କମବ୍ୟାକ୍ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ଭିତରେ ଋଷଭ ପନ୍ତଙ୍କୁ ନେଇ ବଡ଼ ଅପଡ଼େଟ ଦେଇଛନ୍ତି ବିସିସିଆଇର ସାଧାରଣ ସମ୍ପାଦକ ଜୟ ଶାହା ।

Advertisement
Rishabh Pant: ଟି-୨୦ ବିଶ୍ୱକପ ଖେଳିବେ କି ଋଷଭ ପନ୍ତ? ଏପରି ବୟାନ ଦେଲେ ଜୟ ଶାହା
Stop
Payal Priyadarshini|Updated: Mar 12, 2024, 01:53 PM IST

Rishabh Pant: କାର ଦୁର୍ଘଟଣା ପରେ ୨୦୨୨ ଡିସେମ୍ବର ମାସରୁ କ୍ରିକେଟରୁ ଦୂରେଇ ରହିଛନ୍ତି ଭାରତୀୟ ଦଳର ଷ୍ଟାଟ ବ୍ୟାଟମ୍ୟାନ୍ସ ଋଷଭ ପନ୍ତ । ତେବେ ଆଇପିଏଲ ୨୦୨୪ରେ ସେ କମବ୍ୟାକ୍ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ଭିତରେ ଋଷଭ ପନ୍ତଙ୍କୁ ନେଇ ବଡ଼ ଅପଡ଼େଟ ଦେଇଛନ୍ତି ବିସିସିଆଇର ସାଧାରଣ ସମ୍ପାଦକ ଜୟ ଶାହା । ଏନେଇ ସେ କହିଛନ୍ତି, ‘ପନ୍ତ ଏବେ ଠିକ୍ ଭାବେ ବ୍ୟାଟିଂ ଓ କିପିଂ କରୁଛନ୍ତି। ଆମେ ତାଙ୍କୁ ଖୁବଶୀଘ୍ର ଫିଟ୍ ଘୋଷଣା କରିବୁ। ଯଦି ସିଏ ଆମ ପାଇଁ ଟି-୨୦ ବିଶ୍ୱକପ ଖେଳି ପାରିବେ, ତା’ହେଲେ ଏହା ଆମ ପାଇଁ ବହୁତ ଭଲ କଥା। ଯଦି ସେ କିପିଂ କରିପାରିବେ, ତା’ହେଲେ ସେ ବିଶ୍ୱକପ ଖେଳିପାରିବେ। ଦେଖାଯାଉ ସେ ଆଇପିଏଲରେ ତାଙ୍କ ପ୍ରଦର୍ଶନ କିପରି ରହୁଛି। 

ସୂଚନାଯୋଗ୍ୟ, ୨୦୨୨ ଡିସେମ୍ବର ମାସରେ କାର ଦୁର୍ଘଟଣା ଯୋଗୁଁ ପନ୍ତଙ୍କ ଡାହାଣ ପଟ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା। ଆହତ ସମସ୍ୟା ଏତେ ଜଟିଳ ଥିଲା ଯେ ତାଙ୍କୁ ଲିଗାମେଣ୍ଟ ସର୍ଜରୀ କରିବାକୁ ପଡ଼ିଥିଲା। ଏପରିକି ତାଙ୍କ ଗୋଇଠି ଓ ରିଷ୍ଟ ମଧ୍ୟ ଭାଙ୍ଗି ଯାଇଥିଲା। ଭୟଙ୍କର ଦୁର୍ଘଟଣାରେ ପନ୍ତ ଯାଉଥିବା କାର୍‌ଟି ମଧ୍ୟ ଜଳି ଯାଇଥିଲା।  ଏବେ ସେ ଆଇପିଏଲ ୨୦୨୪ରେ କମବ୍ୟାକ୍ କରିବାକୁ ଅଭ୍ୟାସ କରୁଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ପନ୍ତ ଚଳିତ ବର୍ଷ ଆଇପିଏଲରେ ଭାଗ ନେବେ ବୋଲି ଦଳର ମୁଖ୍ୟ କୋଚ୍ ରିକି ପଣ୍ଟିଂ ପୂର୍ବରୁ କହିସାରିଛନ୍ତି।

ପ୍ରକାଶ ଥାଉ କି,ଉଭୟ ଦିନିକିଆ (ODI) ଓ T-20ରେ ରିଷଭ ପନ୍ତଙ୍କ ଷ୍ଟ୍ରାଇକ୍ ରେଟ୍ ଖୁବ ଭଲ ରହିଛି । ଦ୍ରୁତ ବ୍ୟାଟିଂ ପାଇଁ ଜଣାଶୁଣା ପନ୍ତ ୩୩ଟି ଟେଷ୍ଟ ମ୍ୟାଚ୍ ଖେଳି ୨୨୭୧ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୫ଟି ଶତକ ସାମିଲ ରହିଛି । ସେହିପରି ୩୦ଟି ODIରେ ସେ ୨୬ଟି ଇନିଂସ ଖେଳି ୮୬୫ଟି ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ଗୋଟେ ଶତକ ଓ ୫ଟି ଅର୍ଦ୍ଧଶତକ ସାମିଲ ରହିଛି ।

Read More
{}{}