Hindi News >>Home >>Odisha Sports

Pak vs Eng: ଆଜି ହାଇଭେଲଟେଜ ମ୍ୟାଚ୍, ସେମିରେ ପ୍ରବେଶ ନେଇ ପାକିସ୍ତାନ ଆଗରେ ୨ଟି ସର୍ତ୍ତ

World cup 2023: ଶନିବାର ମୁହାଁମୁହିଁ ହେବେ ପାକିସ୍ତାନ ଓ ଇଂଲଣ୍ତ (Pak vs Eng) । କୋଲକତା ଇଡ଼େନ ଗାର୍ଡ଼େନ (kolkata eden gardens) ଖେଳାଯିବ ଏହି ହାଇଭେଲଟେଜ ମ୍ୟାଚ୍। ସେମିଫାଇନାଲରେ (World cup semi final) ପ୍ରବେଶ କରିବା ନେଇ ପାକିସ୍ତାନ ପାଖରେ ରହିଛି ଶେଷ ସୁଯୋଗ ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Nov 11, 2023, 11:51 AM IST

Pak vs Eng: ବିଶ୍ବକପରେ (World cup 2023) ଶନିବାର ମୁହାଁମୁହିଁ ହେବେ ପାକିସ୍ତାନ ଓ ଇଂଲଣ୍ତ (Pak vs Eng) । କୋଲକତା ଇଡ଼େନ ଗାର୍ଡ଼େନ (kolkata eden gardens) ଖେଳାଯିବ ଏହି ହାଇଭେଲଟେଜ ମ୍ୟାଚ୍। ସେମିଫାଇନାଲରେ (World cup semi final) ପ୍ରବେଶ କରିବା ନେଇ ପାକିସ୍ତାନ ପାଖରେ ରହିଛି ଶେଷ ସୁଯୋଗ ।

ସୂଚନାଯୋଗ୍ୟ, ସେମିଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ପାକିସ୍ତାନ (Pakistan) ଦଳକୁ କେବଳ ଇଂଲଣ୍ତ (England) ବିପକ୍ଷ ମ୍ୟାଚ୍ ଜିତିବା ଯଥେଷ୍ଟ ହେବନାହିଁ । ଏନେଇ ଦୁଇଟି ସର୍ତ୍ତ ମଧ୍ୟ ପୂରଣ କରିବାକୁ ହେବ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଯଦି ଇଂଲଣ୍ତକୁ ୨୮୭ ରନ୍ ବ୍ୟବଧାନରେ ପରାସ୍ତ କରେ, ତେବେ ଯାଇ ସେମିଫାଇନାଲରେ ପ୍ରବେଶ କରିପାରିବ । ଅନ୍ୟପଟେ ଦଳ ଯଦି ଲକ୍ଷ୍ୟର ପିଛା କରେ ତେବେ, ତାକୁ ମାତ୍ର ୨୨ଟି ବଲରେ ଏହାକୁ ହାସଲ କରିବାକୁ ପଡ଼ିବ । ସେପଟେ ଯଦି ଇଂଲଣ୍ତ ପ୍ରଥମେ ବ୍ୟାଟିଂ କରେ ତାହାଲେ ପାକିସ୍ତାନର ସେମି ଆଶା ଧୂଳିସାତ୍ ହେବ । କୌଣସି ମ୍ୟାଜିକ୍ ହିଁ ପାକିସ୍ତାନକୁ ସେମି ପର୍ଯ୍ୟନ୍ତ ନେଇ ପାରିବ ।

ଦଳ ସେମିରେ ପ୍ରବେଶ କରିବା ନେଇ ସମସ୍ତ କୌଶଳ ଲଗାଇବ ବୋଲି ଅଧିନାୟକ ବାବର ଆଜମ (Babar azam) କହିଛନ୍ତି । ଅଷ୍ଟ୍ରେଲିଆଠୁ ୧୯୯୯ ଫାଇନାଲ୍‌ ହାରିବା ପରେ କେବଳ ୨୦୧୧ରେ ସେମିଫାଇନାଲ୍‌ ଖେଳିଥିଲା ପାକିସ୍ତାନ। ସେହିପରି ଗତ ଥର ବିଶ୍ବକପରେ ମଧ୍ଯ ଚତୁର୍ଥ ସ୍ଥାନରୁ ନ୍ୟୁଜିଲାଣ୍ଡକୁ ହଟାଇ ସେମିଫାଇନାଲ୍‌ ଖେଳିବା ଲାଗି ଶେଷ ଲିଗ୍‌ ମ୍ୟାଚ୍‌ରେ ବାଂଲାଦେଶକୁ ୩୦୦ ରନ୍‌ ବ୍ୟବଧାନ‌ରେ ହରାଇବା ନେଇ ପାକିସ୍ତାନ ଆଗରେ ଲକ୍ଷ୍ୟ ରଖାଯାଇଥିଲା । ଯାହା ସମ୍ଭବ ହୋଇପାରିନଥିଲା । ତେବେ ଚଳିତ ମଧ୍ଯ ଦଳର ସାମନ ସ୍ଥିତି ରହିଛି ।

ଇଂଲଣ୍ତ ଓ ପାକିସ୍ତାନ ହେଡ଼ ଟୁ ହେଡ଼

୨୦୧୫ ବିଶ୍ବକପ ପରେ ଉଭୟ ଦଳ ଦିନିକିଆରେ ପରସ୍ପର ସହ ୧୮ ଥର ମୁହାଁମୁହିଁ ହୋଇଛନ୍ତି । ଏଥିରେ ଇଂଲଣ୍ତ ୧୪ଟି ମ୍ୟାଚ୍ ଜିତିଛି, ମାତ୍ର ବିଶ୍ବକପରେ ପାକିସ୍ତାନର ରେକର୍ଡ଼ ଭଲ ରହିଛି । ବିଶ୍ବକପରେ ଉଭୟ ଟିମ୍ ପରସ୍ପରକୁ ୧୦ ଥର ଭେଟିଥିବା ବେଳେ ପାକିସ୍ତାନ ୫ଟି ଓ ଇଂଲଣ୍ତ ୪ଟି ମ୍ୟାଚ୍ ଜିତିଛି ।

Also Read-IND Vs NED: ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ବାଦ ପଡ଼ିବେ ଏହି ୩ ଷ୍ଟାର ଖେଳାଳି!

ପ୍ଲେଇଙ୍ଗ ଇଲେଭେନ୍

ସମ୍ଭାବ୍ୟ ପାକିସ୍ତାନ ଦଳ- ବାବର ଆଜମ (ଅଧିନାୟକ), ଫଖାର ଜମାନ, ଅବଦୁଲ୍ଲା ଶଫିକ, ମହମ୍ମଦ ରିଜୱାନ୍, ସୌଦ ସକିଲ, ଇଫତିଖର ଅହମ୍ମଦ, ଆଘା ସଲମାନ, ହାସନ ଅଲ୍ଲୀ, ମହମ୍ମଦ ୱାସିମ୍, ସାହିଦ ଆଫ୍ରିଦି, ହ୍ୟାରିସ ରୌଫ ।

ସମ୍ଭାବ୍ୟ ଇଂଲଣ୍ତ ଦଳ- ଜୋସ ବଟଲର (ଅଧିନାୟକ), ଜନି ବେୟାରଷ୍ଟୋ, ଦାୱିନ୍ ମଲାନ, ଜୋ ରୁଟ୍, ବେନ୍ ଷ୍ଟୋକ୍ସ, ହ୍ୟାରୀ ବରୁକ୍, ମୋଇନ ଅଲ୍ଲୀ, କ୍ରିସ୍ ୱକ୍ସ, ଡ଼େଭିଡ଼ ୱିଲି, ଗସ ଆଟକିନସନ୍, ଆଦିଲ ରସିଦ ।

 

 

Read More
{}{}