Hindi News >>Home >>Odisha Sports

India-Pakistan Match: ଆଜି ବି ବାତିଲ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍ !

Cricket News: ଏସିଆ କପ୍ -୨୦୨୩ର ସୁପର-୪ ଷ୍ଟେଜରେ ଭାରତ-ପାକିସ୍ତାନ ମ୍ୟାଚ ପାଇଁ ଏବେ କାଳ ସାଜିଛି ପାଣିପାଗ(Weather) । ପ୍ରଥମ ଦିନରେ ପ୍ରବଳ ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୋଇଥିବା ବେଳେ ଏହାକୁ ରିଜର୍ଭ ଡେ’ରେ(Reserve Day) ଖେଳାଯିବାର ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଆଜି ମଧ୍ୟ ଏହି ମ୍ୟାଚ ବର୍ଷା ଯୋଗୁ ବାତିଲ ହେବା ନେଇ ଆଶଙ୍କା ପ୍ରକଟ କରାଯାଇଛି। 

Advertisement
India-Pakistan Match: ଆଜି ବି ବାତିଲ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍ !
Stop
Priyambada Rana|Updated: Sep 11, 2023, 09:08 AM IST

Cricket News: ଏସିଆ କପ୍ -୨୦୨୩ର ସୁପର-୪ ଷ୍ଟେଜରେ ଭାରତ-ପାକିସ୍ତାନ ମ୍ୟାଚ ପାଇଁ ଏବେ କାଳ ସାଜିଛି ପାଣିପାଗ(Weather) । ପ୍ରଥମ ଦିନରେ ପ୍ରବଳ ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୋଇଥିବା ବେଳେ ଏହାକୁ ରିଜର୍ଭ ଡେ’ରେ(Reserve Day) ଖେଳାଯିବାର ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଆଜି ମଧ୍ୟ ଏହି ମ୍ୟାଚ ବର୍ଷା ଯୋଗୁ ବାତିଲ ହେବା ନେଇ ଆଶଙ୍କା ପ୍ରକଟ କରାଯାଇଛି। ଯାହାକୁ ନେଇ କ୍ରିକେଟ ପ୍ରେମୀଙ୍କ(Cricket Lover) ମନରେ ନିରାଶା ଦେଖିବାକୁ ମିଳିଛି । କାରଣ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ମଧ୍ୟ କଲମ୍ବୋରେ(Colombo) ପ୍ରବଳ ବର୍ଷା ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏ ନେଇ ମ୍ୟାଚ ବାତିଲ ହେବାର ଆଶଙ୍କା ବୃଦ୍ଧି ପାଇଛି ।

ଭାରତ-ପାକିସ୍ତାନ(Bharat-Pakistan) ମହା ମୁକାବିଲାରେ ବର୍ଷା ବାଧକ ସାଜିବାରୁ ଏହାକୁ ସୋମବାର ରିଜର୍ଭ ଡେ’ରେ ଖେଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମାତ୍ର ଆଜି ମଧ୍ୟ କଲମ୍ବୋରେ ପାଣିପାଗ ବିଭାଗ ତରଫରୁ ବର୍ଷାର ପୂର୍ବାନୁମାନ କରାଯାଇଛି । ଏମଇଟି ବିଭାଗ ଅନୁଯାୟୀ, ଆଜି ଏଠାରେ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରୀ ରହିଥିବା ବେଳେ ବର୍ଷାର ସମ୍ଭାବନା ୯୭% ରହିଛି । ଏହାବ୍ୟତୀତ ଆର୍ଦ୍ରତା ୮୧ ପ୍ରତିଶତ ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଦିନ ୩ଟା ବେଳେ ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ଏହି ସମୟରେ୯୯% ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ଏମଇଟି ବିଭାଗ । ମ୍ୟାଚ ଆୟୋଜନ ହେବାକୁ ଥିବା ସମୟରେ ପ୍ରାୟ ୧୭.୯-୧୮ ମି.ମି ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି ।ତେଣୁ ଏବେ ସମସ୍ତଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଛି।

ମ୍ୟାଚରେ ଏବେ ସୁଦ୍ଧା ଭାରତ ୨୪.୧ ଓଭରରେ ଦୁଇଟି ୱିକେଟ ହରାଇ ୧୪୭ ରନ୍ ସଂଗ୍ରହ କରିଥିବା ବେଳେ ଓପନର ରୋହିତ ଏବଂ ଗିଲଙ୍କ ଦମଦାର ଅର୍ଦ୍ଧଶତକ ଭାରତକୁ ୧୦୦ ପାର୍ କରିଛି । ତେବେ ଉଭୟ ଆଉଟ ହୋଇ ପାଭିଲିୟନ ଫେରିବା ପରେ ବର୍ତ୍ତମାନ ବିରାଟ କୋହଲି ଏବଂ କେ.ଏଲ ରାହୁଲ ଦଳର ପାଳି ଆରମ୍ଭ କରିବେ । କାଲି ବର୍ଷା ପାଇଁ ମ୍ୟାଚ ଅଟକିବା ପର୍ଯ୍ୟନ୍ତ ରାହୁଲ ୨୮ ବଳରୁ ୧୭ ଏବଂ ବିରାଟ ୧୬ ବଲରୁ ୮ ରନ୍ କରି ଅପରାଜିତ ରହିଥିଲେ । ଯଦି ପାଣିପାଗ ଆଜି ସାଥ୍ ଦିଏ ତେବେ ଆଜି ଏହିଠାରୁ ହିଁ ଖେଳ ଆରମ୍ଭ କରିବେ ବିରାଟ-ରାହୁଲ ଯୋଡ଼ି ।
Also read: Cricket News: ବର୍ଷାରୁ ମିଳିବ କି ବଡ଼ ଫାଇଦା, ମ୍ୟାଚକୁ ନେଇ କଣ କହୁଛି ସମୀକରଣ

Read More
{}{}