Hindi News >>Home >>Odisha Sports

Ind vs Pak: ଆଜି ଭାରତ ଓ ପାକିସ୍ତାନ ଲଢେଇ, ଷ୍ଟାଡିୟମ୍‌ରେ ହାଇ ଆର୍ଲଟ ଜାରି

Ind vs Pak: ମୋଟେରାସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ (Narendra Modi Stadium) ଖେଳାଯିବ ଏହି ହାଇଭେଲଟେଜ ମ୍ୟାଚ୍ । ଏହି ମହା ମୁକାବିଲା ନେଇ ସଂପୂର୍ଣ୍ଣ ଅହମ୍ମଦାବାଦ (Ahmedabad ) ସହରରେ ହାଇ ଆଲର୍ଟରେ (High Alert) ଜାରି କରାଯାଇଛି ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 14, 2023, 09:42 AM IST

Ind vs Pak World Cup 2023: ଆଜି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ (Ind vs Pak World Cup 2023) । ମୋଟେରାସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ (Narendra Modi Stadium) ଖେଳାଯିବ ଏହି ହାଇଭେଲଟେଜ ମ୍ୟାଚ୍ । ଏହି ମହା ମୁକାବିଲା ନେଇ ସଂପୂର୍ଣ୍ଣ ଅହମ୍ମଦାବାଦ (Ahmedabad ) ସହରରେ ହାଇ ଆଲର୍ଟରେ (High Alert) ଜାରି କରାଯାଇଛି ।

ବିଶ୍ୱର ସର୍ବବୃହତ ଷ୍ଟାଡିୟମରେ ମଧ୍ଯାହ୍ନ ୨ଟାରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ (Pakistan( ଭେଟିବ ଟିମ୍ ଇଣ୍ତିଆ (Team India) । ବିଶ୍ବକପରେ ଖେଳାଯିବାକୁ ଥିବା ଏହି ହାଇଭେଲଟେଜ ମ୍ୟାଚ୍ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ଏନେଇ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ମଧ୍ଯ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍ ନେଇ ଗୁଜୁରାଟ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଭାରତ ପାକିସ୍ତାନ ମଧ୍ଯରେ ଖେଳାଯିବାକୁ ଥିବା ହାଇଭେଲଟେଜ ମ୍ୟାଚ୍ (High Voltage Match) ନେଇ ଗୁଜୁରାଟର ବିଭିନ୍ନ ୟୁନିଟର ପୋଲିସ ମୁଖ୍ୟଙ୍କୁ ଆର୍ଲଟ ମୋଡ଼ରେ (Alert Mood) ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଡ଼ିଜିପି କହିଛନ୍ତି, ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ୬୦୦୦ ଗୁଜୁରାଟ ପୋଲିସ ଫୋର୍ସ (Gujarat Police Force), ରାପିଡ଼ ଆକ୍ସନ ଫୋର୍ସ, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ଼, ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ନିୟୋଜିତ ହେବେ । ନିରାପତ୍ତାର ୫ଟି ଦିଗ ରହିବ । ସମଗ୍ର ରାଜ୍ୟରେ ଯେପରି କୌଣସି ଅଘଟଣ ବା ଅପ୍ରୀତିକର ପରିସ୍ଥିତି ନ ଘଟେ ସେନେଇ ଦର୍ଶକଙ୍କ ସୁରକ୍ଷା ସହ ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା, ଖେଳାଳିଙ୍କ ସୁରକ୍ଷାକୁ ଉପରେ ପୋଲିସର ତୀକ୍ଷ ନଜର ରହିବ ।  ସେପଟେ ଏହି ମ୍ୟାଚ୍ ନେଇ ଚଳଞ୍ଚଚଳ ହୋଇଉଠିଛି ବିମାନବନ୍ଦର । ସୂଚନାନୁସାରେ, ଆଜି ଅହମ୍ମଦାବାଦ ବିମାନବନ୍ଦରରେ ପ୍ରାୟ ୩୦୦ଟି ବିମାନ ଆସିବ। ଏଥି ସହ ଚାର୍ଟାଡ଼ ​​ବିମାନ ଯୋଗେ ପ୍ରାୟ ୧୦୦ ଲୋକ ପହଞ୍ଚିବେ ବୋଲି ଆଶା କରାଯାଉଛି। ଏଭଳି ସ୍ଥିତିରେ ବିମାନ ବନ୍ଦର ପକ୍ଷରୁ ଚାର୍ଟାର୍ଡ ​​ବିମାନ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ନିକଟସ୍ଥ ଭଦୋରା (Vadodara Airport), ସୁରଟ (surat) ଓ ରାଜକୋଟ (Rajkot) ବିମାନ ବନ୍ଦରରେ (AirPort) ବିମାନ ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଏହା ବି ପଢନ୍ତୁ-World Cup 2023: ଭାରତ-ପାକିସ୍ତାନ ମ୍ୟାଚକୁ କିପରି ଦେଖିବେ ମାଗଣା ଓ କେତେ ଖର୍ଚ୍ଚ ହେବ ଡାଟା? ଏଠାରେ ଜାଣନ୍ତୁ ପୂରା ଡିଟେଲ୍ସ

ପ୍ରକାଶ ଥାଉ କି, ଭାରତ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ (Ind vs Aus world cup 2023 )କୁ ଓ ଦ୍ୱିତୀୟ ମ୍ୟାଚରେ ଆଫଗାନିସ୍ତାନକୁ (ind vs afg) ହରାଇଛି । ସେହିପରି ପାକିସ୍ତାନ ଯଥାକ୍ରମେ ନେଦରଲ୍ୟାଣ୍ଡ ଓ ଶ୍ରୀଲଙ୍କାକୁ ପରାସ୍ତ କରିଛି । ତେବେ ଆଜି ଦୁଇ ଦଳଙ୍କ ମଧ୍ଯରେ ଜୋରଦାର ଟକ୍କର ଦେଖିବାକୁ ମିଳିବ । ସେପଟେ ଡେଙ୍ଗୁ ଯୋଗୁଁ ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡ଼ିଥିବା ଭାରତର ଷ୍ଟାର ଖେଳାଳି ଶୁବମନ ଗିଲ୍ (shubman gill) ଆଜି ଖେଳିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ବିରାଟ୍ କୋହଲି ଫର୍ମରେ ରହିଥିବା ବେଳେ ବୋଲିଂରେ ଯଶପ୍ରୀତ ବୁମରାଙ୍କ (Jasprit Bumrah) ଉପରେ ସମସ୍ତ ନଜର ରହିଛି ।

 

Read More
{}{}