Hindi News >>Home >>Odisha Sports

Ind vs Pak: ଖେଳ ମଝିରେ ବଲ୍ ସହ କ'ଣ କଥା ହେଉଥିଲେ ହାର୍ଦ୍ଦିକ, କ୍ୟାମେରା ସାମ୍ନାରେ କହିଲେ ସତ

World cup 2023: ୧୯୨ ରନ୍ ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ତିଆ (Team India)  । ଡେଙ୍ଗୁରୁ ସୁସ୍ଥ ହେବା ପରେ ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ଶୁବମନ ଗିଲ୍ (Shubman Gill) ମାତ୍ର ୧୬ ରନ୍ କରି ଆଉଟ ହୋଇଯାଇଥିଲେ । ଏହାପରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି (Virat Kohli) ପାର୍ଟନରସିପରେ ୫୬ ରନ୍ ଯୋଡ଼ି ଥିଲେ । ମାତ୍ର ୧୬ ରନ୍ କରି କୋହଲି ଆଉଟ ହେବା ପରେ ରୋହିତ ଶର୍ମା (Rohit Sharma) ନିଜର ବିସ୍ଫୋରକ ବ୍ୟାଟିଂ ଫଳରେ ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଥିଲେ । 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 15, 2023, 12:57 PM IST

Ind vs Pak world cup 2023: ଶନିବାର ଦିନ ବିଶ୍ବକପରେ ଭାରତ ପାକିସ୍ତାନ ମଧ୍ଯରେ ଖେଳାଯାଇଥିବା ହାଇଭେଲଟେଜ ମ୍ୟାଚରେ (Ind vs pak world cup 2023) ପାକିସ୍ତାନକୁ ୭ ୱିକେଟରେ ହରାଇଛି ଟିମ୍ ଇଣ୍ତିଆ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ (Narendra Modi Stadium) ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ପାକିସ୍ତାନ ବୋଲରଙ୍କୁ ଘାଇଲା କରିଥିଲେ ଭାରତୀୟ ବୋଲର । ପରେ ହିଟ୍ ମ୍ୟାନ୍ (Hit Man) ଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ଟିମ୍ ଇଣ୍ତିଆ (Team India) ସହଜ ବିଜୟ ହାସଲ କରିଥିଲା ।

ପାକିସ୍ତାନ ବିପକ୍ଷ ମ୍ୟାଚ୍ ରେ ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଦମଦାର ପ୍ରଦର୍ଶନ କରିଥିଲେ । ଟିମର ଆବଶ୍ୟକତା ଅନୁଯାୟୀ ୱିକେଟ୍ ନେଇ ପାକିସ୍ତାନ ଟିମ୍ କୁ ଟେନସନରେ ପକାଇଥିଲେ ଏହି ଯୁବ ଖେଳାଳି । ତେବେ ଏହି ମ୍ୟାଚ୍ ମଝିରେ ଏକ ଅଭୁଦ୍ଦପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଥିଲା । ଇମାମ ଉଲ-ହକଙ୍କ (Imam ul haq) ୱିକେଟ୍ ନେବା ପରେ ହାର୍ଦ୍ଦିକଙ୍କୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଥିଲା  । ୧୩ ତମ ଓଭରର ପ୍ରଥମ ବଲରେ ଇମାମ କୌଣସି ରନ୍ କରିବାକୁ ସକ୍ଷମ ହୋଇନଥିବା ବେଳେ ଦ୍ୱିତୀୟ ବଲରେ ଚୌକା ମାରିଥିଲେ । ଏହାପରେ ବୋଲିଂ କରିବା ପୂର୍ବରୁ ହାର୍ଦ୍ଦିକ ମୁହଁ ପାଖକୁ ବଲକୁ ନେଇ କିଛି କହିଥିଲେ । ପରେ ସେହି ବଲରେ ହିଁ ଆଉଟ ହୋଇଯାଇଥିଲେ ଇମାମ । ବାସ୍ ଏହାପରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । କେତେକ ୟୁଜର୍ସ ହାର୍ଦ୍ଦିକଙ୍କ ମନ୍ତ୍ର ଓ ଆଉ କେତେକ ୟୁଜର୍ସ ପାଣ୍ଡ୍ୟାଙ୍କ ବ୍ଲାକ ମ୍ୟାଜିକ୍ କାମ ଦେଲା ବୋଲି କହିଥିଲେ । ତେବେ ବଲ ପକାଇବା ପୂର୍ବରୁ ପାଣ୍ଡ୍ୟା କ’ଣ କହିଥିଲେ ତାହା କାହାକୁ ଜଣାନଥିଲା । ମ୍ୟାଚ୍ ପରେ ଏହା ଉପରୁ ପରଦା ହଟାଇଥିଲେ ଖେଳାଳି ।

ଏନେଇ ପ୍ରଶ୍ନ ପଚରାଯିବାରୁ ଏହାର ଉତ୍ତର ଦେବାକୁ ଯାଇ ହାର୍ଦ୍ଦିକ କହିଥିଲେ, ‘ ମନେ ମନେ କଥା ହେବା ସହ ମୁଁ ନିଜକୁ ଗାଳି ଦେଉଥିଲି । ନିଜକୁ ଉତ୍ସାହିତ କରିବା ପାଇଁ କହୁଥିଲି, ଠିକ୍ ଜାଗାରେ ବଲ ପକାଇବି, କିଛି ଭିନ୍ନ କରିବାକୁ ଚିନ୍ତା କରିବି ନାହିଁ । କାରଣ ମ୍ୟାଚ୍ ପୂର୍ବରୁ ମୁଁ ଓ ସିରାଜ ଗେମ୍ ପ୍ଲାନ କରିଥିଲୁ । ଗୋଟିଏ ସ୍ଥାନରେ ବଲ ପକାଇବୁ, କିଛି ଭିନ୍ନ ପ୍ରୟାସ କରିବୁନି । ପୂର୍ବ ମ୍ୟାଚରେ ବୁମରାହ (Jasprit Bumrah) ମଧ୍ଯ ସେମିତି କିଛି କରି ସଫଳତା ପାଇଥିଲେ’ ।

ପ୍ରକାଶ ଥାଉ କି, ୧୯୨ ରନ୍ ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ତିଆ (Team India)  । ଡେଙ୍ଗୁରୁ ସୁସ୍ଥ ହେବା ପରେ ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ଶୁବମନ ଗିଲ୍ (Shubman Gill) ମାତ୍ର ୧୬ ରନ୍ କରି ଆଉଟ ହୋଇଯାଇଥିଲେ । ଏହାପରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି (Virat Kohli) ପାର୍ଟନରସିପରେ ୫୬ ରନ୍ ଯୋଡ଼ି ଥିଲେ । ମାତ୍ର ୧୬ ରନ୍ କରି କୋହଲି ଆଉଟ ହେବା ପରେ ରୋହିତ ଶର୍ମା (Rohit Sharma) ନିଜର ବିସ୍ଫୋରକ ବ୍ୟାଟିଂ ଫଳରେ ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଥିଲେ । ପରେ ୬୩ ବଲରେ ୨ଟି ଚୌକା ଓ ୬ଟି ଛକା ସହ ୮୬ ରନ୍ କରି ପାଭିଲିୟନ ଫେରିଯାଇଥିଲେ ହିଟ୍ ମ୍ୟାନ । ଏହାପରେ ଶ୍ରେୟସ (୫୩,) ଓ କେ. ଏଲ ରାହୁଲ (୧୯) ରନ୍ କରି ଅପରାଜିତ ରହି ଭାରତକୁ ବିଜୟ ଭେଟି ଦେଇଥିଲେ । ପାକିସ୍ତାନ ବିପକ୍ଷରେ ସହଜ ବିଜୟ ସହ ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ପହଁଞ୍ଚିଛି । ୩ଟି ବିଜୟ ସହ ଭାରତ ସେମିଫାଇନାଲ ପାଇଁ ଆଉ ପାଦେ ଆଗକୁ ବଢିଛି ।

Also Read-Ind vs pak: ପରାଜୟ ପରେ ପାକିସ୍ତାନ ଦଳକୁ ଏଭଳି ଢଙ୍ଗରେ ଟ୍ରୋଲ କଲେ ସେହୱାଗ

 

 

 

 

 

 

 

 

 

 

 

 

Read More
{}{}