Hindi News >>Home >>Odisha Sports

AUS Vs SL: ଆଜି ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ମୁକାବିଲା, ପ୍ରଥମ ବିଜୟ ଲକ୍ଷ୍ୟରେ ଦୁଇ ଦଳ

World Cup 2023: ସୋମବାର ଏକନା ଷ୍ଟାଡ଼ିୟମ୍ ରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍ ରେ ଉଭୟ ଦଳ ନିଜର ପ୍ରଥମ ବିଜୟ ନେଇ ଲକ୍ଷ୍ୟ ରଖିଛନ୍ତି । ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା (Aus vs SL world cup 2023) ବର୍ତ୍ତମାନ ସୁଦ୍ଧା ବିଶ୍ବକପରେ ଖାତା ଖୋଲିପାରିନାହାଁନ୍ତି ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 16, 2023, 10:59 AM IST

AUS Vs SL: ଆଇସିସି ବିଶ୍ବକପ ୨୦୨୩ର ୧୪ତମ ମ୍ୟାଚ୍ ରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା (AUS Vs SL)। ସୋମବାର ଏକନା ଷ୍ଟାଡ଼ିୟମ୍ ରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍ ରେ ଉଭୟ ଦଳ ନିଜର ପ୍ରଥମ ବିଜୟ ନେଇ ଲକ୍ଷ୍ୟ ରଖିଛନ୍ତି । ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା (Aus vs SL world cup 2023) ବର୍ତ୍ତମାନ ସୁଦ୍ଧା ବିଶ୍ବକପରେ ଖାତା ଖୋଲିପାରିନାହାଁନ୍ତି ।

ସୂଚନା ଅନୁଯାୟୀ, ଆଜି ଖେଳାଯିବାକୁ ଥିବା ଏହି ମ୍ୟାଚ୍ ରେ ଉଭୟ ଦଳ ନିଜର ପ୍ରଥମ ବିଜୟ ଲକ୍ଷ୍ୟରେ ରହିବେ । ବିଶ୍ବକପ (World Cup 2023) ଆରମ୍ଭରୁ ଅଷ୍ଟ୍ରେଲିଆର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ଭାରତ (India) ପରେ ଦକ୍ଷିଣ ଆଫ୍ରିକାଠୁ ପରାସ୍ତ ହୋଇ -୧.୮୪୬ ରନ୍‌ ରେଟ୍‌ ସହ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି । ଅନ୍ୟପଟେ, ଶ୍ରୀଲଙ୍କା ମଧ୍ୟ ସମାନ ସ୍ଥିତିରେ ରହିଛି । ଦଳ ପ୍ରଥମ ଦୁଇଟି ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା (South Africa ) ଓ ପାକିସ୍ତାନଠାରୁ (Pakistan ) ହାରିବା ପରେ -୧.୧୬୧ ରନ୍‌ ରେଟ୍‌ ସହ ଦଳ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି।

ପ୍ରକାଶଥାଉ କି, ଏହି ମ୍ୟାଚ୍ ପୂର୍ବରୁ ଶ୍ରୀଲଙ୍କାକୁ ଲାଗିଛି ବଡ଼ ଝଟକା । ଆହତ କାରଣରୁ ଦଳର ଅଧିନାୟକ ଦାସୁନ୍ ଶାନାକା (Dasun Shanaka) ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି । ଯାହା ପରେ କୁଶଲ ମେଣ୍ଡିସଙ୍କୁ (Kusal Mendis) ଦଳର ଅଧିନାୟକ ନେତୃତ୍ବ ଦିଆଯାଇଛି । ଚଳିତ ବିଶ୍ୱକପରେ ମେଣ୍ଡିସଙ୍କୁ ଭଲ ଫର୍ମରେ ଦେଖିବାକୁ ମିଳିଛି । ସେ ଏଯାବତ୍ ଦୁଇଟି ମ୍ୟାଚ୍ ଖେଳି ୧୯୮ ରନ୍ ସଂଗ୍ରହ କରିଛନ୍ତି । ତେବେ ଆଜି ଦଳର ବିଜୟ ଭାର ତାଙ୍କ କାନ୍ଧରେ ରହିଛି । କଙ୍ଗାରୁ ଦଳ ବିଷୟରେ କହିବାକୁ ଗଲେ ଅଷ୍ଟ୍ରେଲିଆ (Australia) ପ୍ରଶଂସକଙ୍କୁ ନିରାଶ କରିଛି। ୧୯୯୨ ମସିହା ପରେ ପ୍ରଥମ ଥର ଅଷ୍ଟ୍ରେଲିଆ ବିଶ୍ୱକପରେ କ୍ରମାଗତ ଦୁଇଟି ମ୍ୟାଚ୍ ପରାଜିତ ହୋଇଛି । ଶ୍ରୀଲଙ୍କାକୁ ପରାସ୍ତ କରି ଅଷ୍ଟ୍ରେଲିଆ ବିଜୟ ଟ୍ରାକକୁ ଫେରିବା ନେଇ ଉଦ୍ୟମ କରିବ । ୧୯୯୬ ମସିହାରେ ଖେଳାଯାଇଥିବା ବିଶ୍ବକପ ଫାଇନାଲରେ ଶ୍ରୀଲଙ୍କା ଶେଷ ଥର ପାଇଁ ଅଷ୍ଟ୍ରେଲିଆକୁ ହରାଇଥିଲା । ଏହା ପରେ ଉଭୟ ଦଳ ବିଶ୍ବକପରେ ୭ ଥର ମୁହାଁମୁହିଁ ହୋଇଛନ୍ତି । ତେବେ ପ୍ରତ୍ୟେକ ମ୍ୟାଚ୍ ରେ କଙ୍ଗାରୁ ଦଳ ବାଜି ମାରିଛି ।

ଶ୍ରୀଲଙ୍କା- କୁସାଲ ମେଣ୍ଡିସ୍ (ଅଧିନାୟକ, ୱିକେଟ୍ କିପର), କୁଶଲ ପରେରା, ପୃଥମ୍ ନିସାଙ୍କା, ସଦିରା ସମରବିକ୍ରମା, ଚରିଥ ଅସଲାଙ୍କା, ଧନଞ୍ଜୟ ଡ଼ି ସିଲଭା, ଦୁନିଥ ବେଲାଲିଜ, ଚମିକା କରୁଣାତ୍ନେ, ମହିଷ ଥିକ୍ଷାନା, ଦିଲସନ ମଦୁଶଙ୍କା, କାସୁନ ରାଜିଥା ।

ଅଷ୍ଟ୍ରେଲିଆ- ମିଶେଲ ମାର୍ଶ, ଡେଭିଡ ୱାର୍ନର (David Warner), ଷ୍ଟିଭ ସ୍ମିଥ, ମାର୍ନସ ଲାବୁସେନ୍, ଜୋଶ ଇଂଲିସ (wk), ଗ୍ଲେନ ମ୍ୟାକ୍ସୱେଲ, ପ୍ୟାଟ କମିନ୍ସ (Pat Cummins), ମାର୍କସ ଷ୍ଟାଇନିସ, ଆଡମ୍ ଜାମ୍ପା, ଜୋଶ ହେଜଲବୁଡ଼, ମିଚେଲ ଷ୍ଟାର୍କ।

Also Read-Ind vs Pak: ଖେଳ ମଝିରେ ବଲ୍ ସହ କ'ଣ କଥା ହେଉଥିଲେ ହାର୍ଦ୍ଦିକ, କ୍ୟାମେରା ସାମ୍ନାରେ କହିଲେ ସତ

Read More
{}{}