Hindi News >>Home >>Odisha Sports

ବିଶ୍ବକପ ବେଳେ ସନ୍ୟାସ ନେଲେ ଏହି ଭାରତୀୟ ଖେଳାଳି, IPLରେ କରିଥିଲେ ଧୂଆଁଧାର ପ୍ରଦର୍ଶନ

Gurkeerat Singh Mann: ପଞ୍ଜାବର ୩୩ ବର୍ଷୀୟ ଅଲରାଉଣ୍ଡର ଗୁରକିରାତ୍ ସିଂ (Gurkeerat Singh Mann) ମନ ଶୁକ୍ରବାର କ୍ରିକେଟ୍ ର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏନେଇ ସୂଚନା ଦେଇଛନ୍ତି। 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Nov 11, 2023, 08:10 AM IST

Gurkeerat Singh Mann: ପଞ୍ଜାବର ୩୩ ବର୍ଷୀୟ ଅଲରାଉଣ୍ଡର ଗୁରକିରାତ୍ ସିଂ (Gurkeerat Singh Mann) ମନ ଶୁକ୍ରବାର କ୍ରିକେଟ୍ ର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏନେଇ ସୂଚନା ଦେଇଛନ୍ତି। ୨୦୧୧ ମସିହାରେ ଏହି ଖେଳାଳି ଲାଇମଲାଇଟ୍ ଆସିଥିଲେ। ଏହା ପରେ, ୨୦୧୫ରେ ସେ ଭାରତୀୟ ଦଳରେ ସାମିଲ ହେବା ନେଇ ସୁଯୋଗ ପାଇଥିଲେ। ଆଇପିଏଲରେ (IPL) ମଧ୍ଯ ଗୁରକିରାତଙ୍କ ଧୂଆଁଧାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

୨୦୧୫ରେ ଭାରତୀୟ ଦଳରେ ପାଇଥିଲେ ସ୍ଥାନ

୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍ ପାଇଁ ସେ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଥିଲେ ସୁଦ୍ଧା ପେଲିଙ୍ଗ ଇଲେଭେନରେ ଖେଳିବା ନେଇ ସୁଯୋଗ ପାଇ ନଥିଲେ। ୨୦୧୬ରେ ମେଲବର୍ଣ୍ଣରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସେ ଦିନିକିଆରେ ଡେବ୍ୟୁ କରିଥିଲେ ।

ଏହି ଆଇପିଏଲ୍ ଦଳ ପାଇଁ ଖେଳିଥିଲେ ଗୁରକିରାତ୍ ସିଂ ମନ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ରେ ଗୁରକିରାତ୍ ଘରୋଇ ଦଳ ପଞ୍ଜାବ କିଙ୍ଗସ୍ (Punjab kings) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Challengers Bangalore) ପାଇଁ ଖେଳିଥିଲେ। ୨୦୨୧ ମସିହାରେ, ସେ ଆହତ ରିଙ୍କୁ ସିଂଙ୍କ (Rinku Singh) ବଦଳରେ କୋଲକାତା ନାଇଟ୍ ରାଇଡର୍ସ (kolkata knight riders) ଦ୍ୱାରା ମନୋନୀତ ହୋଇଥିଲେ । ୨୦୨୨ରେ ଗୁଜୁରାଟ ଟାଇଟନ୍ ଟାଇଟେଲ ଜିତିବା ବେଳେ ସେ ଦଳରେ ସାମିଲ ରହିଥିଲେ । ଆଇପିଏଲରେ ୪୧ଟି ମ୍ୟାଚ୍ ଖେଳିଥିବା ଗୁରକିରାତ୍ ୫୧୧ ରନ୍ ହାସଲ କରିଛନ୍ତି ।

 

ଅବସର ଘୋଷଣା କରି ଗୁରକିରାତ୍ ନିଜ ଇନଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, “ଆଜି ମୋ ପାଇଁ ଏକ ଅବିଶ୍ୱସନୀୟ କ୍ରିକେଟ୍ ର ଯାତ୍ରା ଶେଷ ହୋଇଛି। ଭାରତର ପ୍ରତିନିଧିତ୍ୱ କରିବା ଏକ ଗୌରବର ଓ ସୌଭାଗ୍ୟର ବିଷୟ । ମୋ ପରିବାର, ବନ୍ଧୁ, ପ୍ରଶିକ୍ଷକ ଓ ମୋର ସାଥୀ ଖେଳାଳିଙ୍କ ସମର୍ଥନ ପାଇଁ ମୋର କୃତଜ୍ଞତା । ଆପଣମାନେ ମୋ କ୍ୟାରିୟରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମୋର ଏହି ଯାତ୍ରା ସମୟରେ ମୁଁ ପାଇଥିବା ନିରନ୍ତର ସମର୍ଥନ, ମାର୍ଗଦର୍ଶନ ଓ ଉତ୍ସାହ ପାଇଁ ମୁଁ ବିସିସିଆଇ ଓ ପିସିଏକୁ ଧନ୍ୟବାଦ ଦେବାକୁ ଚାହେଁ। ”

Also Read-​ ବିଶ୍ୱକପ ମଝିରେ ICC ନେଲା ବଡ଼ ଆକ୍ସନ, ଶ୍ରୀଲଙ୍କା କ୍ରିକେଟ୍ ସଦସ୍ୟତାକୁ କଲା ସସ୍ପେଣ୍ଡ

 

 

Read More
{}{}