Hindi News >>Home >>Odisha Trending

Rape With Kabaddi Player: ୨୭ ବର୍ଷୀୟ ଅନ୍ତର୍ଜାତୀୟ ଖେଳାଳିଙ୍କ ସହ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଲା କୋଚ୍, ପରେ ଫଟୋ ଭାଇରାଲ୍ କରିବାକୁ ଧମକ

Rape With Kabaddi Player: କୋଚ୍ ତାଙ୍କୁ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଲିକ୍ କରିବାକୁ ଧମକ ଦେଇଛନ୍ତି । ସୋମବାର ପୋଲିସ ଏହି ସୂଚନା ଦେଇଛି । ପୋଲିସ କହିଛି ଯେ, ମହିଳା ଖେଳାଳି ଗତ ସପ୍ତାହରେ ଦ୍ୱାରକାସ୍ଥିତ ବାବା ହରିଦାସ ନଗର ପୋଲିସ ଷ୍ଟେସନରେ କୋଚଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲେ । ସୋମବାର ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଛି ।

Advertisement
Rape With Kabaddi Player: ୨୭ ବର୍ଷୀୟ ଅନ୍ତର୍ଜାତୀୟ ଖେଳାଳିଙ୍କ ସହ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଲା କୋଚ୍, ପରେ ଫଟୋ ଭାଇରାଲ୍ କରିବାକୁ ଧମକ
Stop
Zee Odisha Desk|Updated: Feb 07, 2023, 11:13 AM IST

Rape With Kabaddi Player: ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିବା ୨୭ ବର୍ଷୀୟ କବାଡି ଖେଳାଳି (International Kabaddi Player) ନିଜ କୋଚଙ୍କ ବିରୋଧରେ ଦୁଷ୍କର୍ମ କରିବାର ଅଭିଯୋଗ ଆଣିଛନ୍ତି । ଏହାସହ କୋଚ୍ ତାଙ୍କୁ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଲିକ୍ କରିବାକୁ ଧମକ ଦେଇଛନ୍ତି । ସୋମବାର ପୋଲିସ ଏହି ସୂଚନା ଦେଇଛି । ପୋଲିସ କହିଛି ଯେ, ମହିଳା ଖେଳାଳି ଗତ ସପ୍ତାହରେ ଦ୍ୱାରକାସ୍ଥିତ ବାବା ହରିଦାସ ନଗର ପୋଲିସ ଷ୍ଟେସନରେ କୋଚଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲେ । ସୋମବାର ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଛି ।

ପୋଲିସ କହିଛି ଯେ, ଖେଳାଳିଙ୍କ ବୟାନ ଭାରତୀୟ ଅପରାଧ ସଂହିତା (CrPC) ର ଧାରା ୧୬୪ ଅନୁଯାୟୀ କୋର୍ଟ ଆଗରେ ରେକର୍ଡ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, "ମହିଳା ଖେଳାଳି ତାଙ୍କ ଅଭିଯୋଗରେ କହିଛନ୍ତି କି ୨୦୧୨ ମସିହାରେ ସେ ଦିଲ୍ଲୀର ମୁଣ୍ଡକା ନିକଟସ୍ଥ ହିରାନକୁଦନାରେ କବାଡି ପାଇଁ ପ୍ରସ୍ତୁତ ହେଉଥିଲେ । ୨୦୧୫ ମସିହାରେ ତାଙ୍କ କୋଚ୍ ତାଙ୍କ ବିନା ଅନୁମତିରେ ତାଙ୍କ ସହିତ ଯୌନ ସମ୍ପର୍କ ରଖିଥିଲେ ।"

ଅଭିଯୋଗରେ କୁହାଯାଇଛି ଯେ ପୀଡିତା ମଧ୍ୟ କୋଚଙ୍କ ବିରୋଧରେ ଅପରାଧିକ ଧମକ ଦେଇଥିବା ଅଭିଯୋଗ କରିଛନ୍ତି । ଅଧିକାରୀ କହିଛନ୍ତି ଯେ, "ପୀଡିତା ଜଣାଇଛନ୍ତି କି ୨୦୧୮ ମସିହାରେ ଅଭିଯୁକ୍ତ ପୁରସ୍କାର ରାଶିର ଏକ ଅଂଶ ମାଗିଥିଲା ଓ ଏହା ପରେ ସେ ୪୩.୫ ଲକ୍ଷ ଟଙ୍କା କୋଚଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ଏହି କୋଚ୍ ଜୋଗିନ୍ଦର ବୋଲି ଜଣାପଡିଛି ।"

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିବେ ଏହି ଘାତକ ବୋଲର! ହଠାତ୍ ସାମ୍ନାକୁ ଆସିଲା ବଡ଼ ସୂଚନା

ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବରୁ ଖତରନାକ୍ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର

ଅଧିକ ପଢ଼ନ୍ତୁ:-ଦୁଇ ଗର୍ଭବତୀ ପତ୍ନୀ ଥିବା ସତ୍ତ୍ୱେ ତୃତୀୟ ବିବାହ କରି ଘରକୁ ଆସିଲେ ପ୍ରସିଦ୍ଧ ୟୁଟ୍ୟୁବର୍; ସଉତୁଣୀ ଉପରେ ରାଗି ଚପଲରେ...

ବରିଷ୍ଠ ପୋଲିସ ଅଧିକାରୀ ଆଗକୁ କହିଛନ୍ତି ଯେ, "ଅଭିଯୋଗକାରୀ ୨୦୨୧ ମସିହାରେ ବିବାହ କରିଥିଲେ, ଯାହା ପରେ ଅଭିଯୁକ୍ତ ତାଙ୍କୁ ବ୍ଲାକମେଲିଂ କରିବା ସହ ବ୍ୟକ୍ତିଗତ ଫଟୋ ସାର୍ବଜନୀନ କରିବାକୁ ଧମକ ଦେବା ଆରମ୍ଭ କରି ଦେଇଥିଲା । ଆଇପିସିର ଧାରା ୩୭୬ (ଦୁଷ୍କର୍ମ) ଓ ୫୦୬ (ଅପରାଧିକ ଧମକ) ଅନୁଯାୟୀ ଏକ ଏଫଆଇଆର ପଞ୍ଜିକୃତ ହୋଇଛି । ଅନୁସନ୍ଧାନ ବେଳେ ଆଜି ସେ (ଖେଳାଳି) ଅନୁସନ୍ଧାନରେ ସାମିଲ ହୋଇଥିଲେ ଓ ତାଙ୍କ ବୟାନ CrPC ର ଧାରା ୧୬୪ ଅନୁଯାୟୀ କୋର୍ଟରେ ରେକର୍ଡ କରାଯାଇଥିଲା । ପଳାତକ କୋଚଙ୍କୁ ଧରିବା ପାଇଁ ଆମେ ଏକ ଦଳ ଗଠନ କରିଛୁ ।"

Read More
{}{}