Hindi News >>Home >>Odisha Sports

Asian Games 2023: ସୁନାପୁଅ ଅମିତ ରୋହିଦାସ ଆଣିଲେ ସୁନାପଦକ, ଦେଢ କୋଟିର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Asian Games 2023: ଏସୀୟ ହକି ସ୍ୱର୍ଣ୍ଣ ବିଜୟୀ ଅମିତ ରୋହିଦାସଙ୍କ ପାଇଁ ପୁରସ୍କାର ଘୋଷଣା (CM Naveen Announces Cash Award For Odishas Hockey Star Amit Rohidas)। ଅମିତ ରୋହିଦାସଙ୍କ (Amit Rohidas) ପାଇଁ ଦେଢ଼ କୋଟିର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଭାରତୀୟ ପୁରୁଷ ହକି ଦଳକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା (Chief Minister Naveen Patnaik) ଜଣାଇଛନ୍ତି। 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Oct 07, 2023, 02:09 PM IST

Asian Games 2023: ଏସୀୟ ହକି ସ୍ୱର୍ଣ୍ଣ ବିଜୟୀ ଅମିତ ରୋହିଦାସଙ୍କ ପାଇଁ ପୁରସ୍କାର ଘୋଷଣା (CM Naveen Announces Cash Award For Odishas Hockey Star Amit Rohidas)। ଅମିତ ରୋହିଦାସଙ୍କ (Amit Rohidas) ପାଇଁ ଦେଢ଼ କୋଟିର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ  ଭାରତୀୟ ପୁରୁଷ ହକି ଦଳକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା (Chief Minister Naveen Patnaik) ଜଣାଇଛନ୍ତି।  ସୂଚନା ଅନୁସାରେ, ଚୀନର (Hangzhou)ହାଙ୍ଗଝୋଉରେ ଚାଲିଛ ଏସିଆନ୍ସ ଗେମ୍ସ ଚାଲିଛି । 

Also Read: Asian Games 2023: ଇତିହାସ ରଚିଲା ଭାରତ, ଏସୀୟ କ୍ରୀଡାରେ ଭାରତର ପଦକ ସଂଖ୍ୟା ୧୦୦

ତେବେ, ଏହି ଇଭେଣ୍ଟରେ  ହକିରେ ସ୍ବର୍ଣ୍ଣ ପଦକ ଜିତିଛି ଭାରତ।  ଫାଇନାଲରେ ଟିମ୍ ଇଣ୍ତିଆ ଗତଥର ଏସିଆନ୍ସ ଚାମ୍ପିୟନ ଜାପାନକୁ ୫-୧ରେ ହାଇଇ ବିଜୟର ମୁକୁଟ ପିନ୍ଧିଥିଲା।  ଏହି ସ୍ବର୍ଣ୍ଣ ସହ ଭାରତୀୟ ହକି ଟିମ୍ ୨୦୨୪ ପ୍ୟାରିସ୍ ଅଲମ୍ପକ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଭାରତୀୟ ଟିମର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଖାସ୍ କରି ଫାଇନାଲ ମ୍ୟାଚର ପ୍ରଥମ କ୍ବର୍ଟରରେ ଉଭୟ ଟିମ୍ ଗୋଲ୍ କରିପାରି ନଥିଲେ ବି ଦ୍ବୀତିୟ କ୍ବାର୍ଟରର ୨୫ ମିନିଟରେ  ଭାରତ ପ୍ରଥମ ଗୋଲ୍ କରିଥିଲା। ଭାରତୀୟ ଟିମ୍ କ୍ୟାପଟେନ୍ ହରମନପ୍ରୀତ୍ ସିଂ ଦ୍ବୀତିୟ ଗୋଲ କରି ୨-୦ ଲିଡକୁ ବଢାଇବାରେ ସାହାର୍ଯ୍ୟ କରିଥିଲେ।  ତୃତୀୟ କ୍ବାର୍ଟର ଶେଷ ହେବା ପୂର୍ବରୁ  ଅମିତ୍ ରୋହିଦାସ୍ ତୃତୀୟ ଗୋଲ୍ ଦେଇଥିଲେ। ଆଉ ଏହି ଭାବରେ ଭାରତ ୫-୧ରେ ମ୍ୟାଚ୍ ହାତେଇଥିଲା। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ,  ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିଛି।

Read More
{}{}