Hindi News >>Home >>Odisha Sports

Chetan Sharma Sting Operation: କୋହଲି-ଗାଙ୍ଗୁଲିଙ୍କ ନେଇ ଚେତନ ଶର୍ମା କଲେ ବଡ଼ ଖୁଲାସା, କ୍ରିକେଟ୍ ଜଗତରେ ହଇଚଇ!

Zee News Sting Operation: ଚେତନ ଶର୍ମା ଦାବି କରିଛନ୍ତି ଯେ, ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଇବାରେ ତତ୍କାଳୀନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ହାତ ନଥିଲା । ଚେତନ ଶର୍ମା କହିଛନ୍ତି ଯେ, ବିରାଟ କୋହଲି ଓ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ବିବାଦର କାରଣ ହେଉଛି ଅହଂକାର । 

Advertisement
Chetan Sharma Sting Operation: କୋହଲି-ଗାଙ୍ଗୁଲିଙ୍କ ନେଇ ଚେତନ ଶର୍ମା କଲେ ବଡ଼ ଖୁଲାସା, କ୍ରିକେଟ୍ ଜଗତରେ ହଇଚଇ!
Stop
Tamal Bakchi|Updated: Feb 14, 2023, 10:35 PM IST

Chetan Sharma Sting Operation: ZEE NEWS ର ଷ୍ଟିଙ୍ଗ ଅପରେସନରେ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା (BCCI Chief Selector) ଚେତନ ଶର୍ମା (Chetan Sharma) ଦାବି କରିଛନ୍ତି ଯେ, ବିରାଟ କୋହଲି (Virat Kohli) ଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଇବାରେ ତତ୍କାଳୀନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି (Sourav Ganguly) ଙ୍କ ହାତ ନଥିଲା । ଚେତନ ଶର୍ମା କହିଛନ୍ତି ଯେ, ବିରାଟ କୋହଲି ଓ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ବିବାଦର କାରଣ ହେଉଛି ଅହଂକାର (EGO) । ସେ ଏହା ମଧ୍ୟ କହିଛନ୍ତି ଯେ, କୋହଲିଙ୍କୁ ODI ଅଧିନାୟକତ୍ୱରୁ ହଟାଇବା ସୌରଭ ଗାଙ୍ଗୁଲିଙ୍କ ନିଷ୍ପତ୍ତି ନୁହେଁ ବରଂ ସ୍ୱୟଂ ବିରାଟଙ୍କର ଥିଲା ।

ଷ୍ଟିଙ୍ଗ ଅପରେସନ (Zee News Sting Operation) ରେ ବିରାଟ କୋହଲି ଓ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ହୋଇଥିବା ବିବାଦ ସମ୍ପର୍କରେ ଚେତନ ଶର୍ମା (Chetan Sharma ) କହିଛନ୍ତି ଯେ, "ଯେତେବେଳେ ଜଣେ ଖେଳାଳି ବଡ଼ ହୋଇଯା'ନ୍ତି, ସେତେବେଳେ ସେ ଅନୁଭବ କରନ୍ତି ଯେ ସେ ବୋର୍ଡ ଠାରୁ ବଡ ହୋଇଯାଇଛନ୍ତି । ଗାଙ୍ଗୁଲି ଓ କୋହଲିଙ୍କ ମଧ୍ୟରେ ବିବାଦର ସବୁଠାରୁ ବଡ କାରଣ ହେଉଛି ଇଗୋ ବା ଅହଙ୍କାର । ଦକ୍ଷିଣ ଆଫ୍ରିକା ଗସ୍ତକୁ ଯିବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକତ୍ୱ ଛାଡିବା ବିଷୟରେ କୋହଲି ବହୁତ କିଛି କଥା କହିଥିଲେ ।  କୋହଲି ସାମ୍ବାଦିକ ସମ୍ମିଳନୀରେ ଜାଣିଶୁଣି ଅଧିନାୟକତ୍ୱ ବିଷୟରେ ଉଲ୍ଲେଖ କରିଥିଲେ । କୋହଲି ସେତେବେଳେ ଅନୁଭବ କରିଥିଲେ ଯେ ସୌରଭ ଗାଙ୍ଗୁଲିଙ୍କ କାରଣରୁ ତାଙ୍କ ଅଧିନାୟକତ୍ୱ ଯାଇଛି ।"

ଷ୍ଟିଙ୍ଗ ଅପରେସନ (Zee News Sting Operation) ରେ ଚେତନ ଶର୍ମା (Chetan Sharma) ଆହୁରି କହିଛନ୍ତି ଯେ, " ସୌରଭ ଗାଙ୍ଗୁଲି କୌଣସି ସ୍ଥାନରେ ବୟାନ ଦେଇଛନ୍ତି କି ଯେତେବେଳେ ବିରାଟ କୋହଲି ଆମ ସହିତ କଥାବାର୍ତ୍ତା କରୁଥିଲେ ଯେ ମୋତେ ଅଧିନାୟକତ୍ୱ ଛାଡ଼ିବାର ଅଛି, ମୁଁ ତାଙ୍କୁ ଏପରି କରିବାକୁ ମନା କରିଥିଲି । ଅନ୍ୟପଟେ ବିରାଟ କୋହଲି ଗଣମାଧ୍ୟମକୁ ଯାଇ କହିଛନ୍ତି ଯେ ବିସିସିଆଇ ଅଧ୍ୟକ୍ଷ ମୋତେ ଏହା କେବେ କହି ନାହାଁନ୍ତି । ଏହା ପରେ ଏକ ବିବାଦ ଉପୁଜିଥିଲା ।"

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ଏଥର ମହଙ୍ଗା ଭତ୍ତାରେ ହେବ ୨୭୩୧୨ ଟଙ୍କାର ବୃଦ୍ଧି

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରେ ରାଜନୀତିର ଶିକାର ହେଲେ ଏହି ଖେଳାଳି! ସୁଯୋଗ ଦେବାକୁ ରାଜି ନୁହଁନ୍ତି ଅଧିନାୟକ ରୋହିତ ଶର୍ମା

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବଙ୍କ ଟେଷ୍ଟ କ୍ୟାରିୟର ଶେଷ; ଯାହାଙ୍କ ପାଇଁ ମିଳିଥିଲା ସୁଯୋଗ, ସେ ହିଁ ବର୍ତ୍ତମାନ ଛଡ଼ାଇ ନେବେ ସ୍ଥାନ!

ଚେତନ ଶର୍ମା (Chetan Sharma) ଆଗକୁ କହିଛନ୍ତି ଯେ, "ଗାଙ୍ଗୁଲି କୋହଲିଙ୍କୁ ଭିଡିଓ କନଫରେନ୍ସିଂରେ ଅଧିନାୟକତ୍ୱ ଛାଡିବା ପୂର୍ବରୁ ଥରେ ଚିନ୍ତା କରିବାକୁ କହିଥିଲେ । ବିରାଟ ଏହା ଶୁଣି ନଥିବେ । ଏଥିରେ ୯ ଜଣ ଲୋକ ବସିଥିଲେ । ସେଠାରେ ଜଣେ କି ଦୁଇ ଜଣ ଲୋକ ନଥିଲେ । ସମସ୍ତ ଲୋକ ସେଠାରେ ଥିଲେ । ମୁଁ ମଧ୍ୟ ସେଠାରେ ଥିଲି । ସମସ୍ତ ଚୟନକର୍ତ୍ତା ସେଠାରେ ଉପସ୍ଥିତ ଥିଲେ । ବୋର୍ଡ ସଦସ୍ୟମାନେ ଥିଲେ । ହୁଏତ ବିରାଟ ଶୁଣି ନାହାଁନ୍ତି କିମ୍ବା ବିରାଟ କ’ଣ କହିଛନ୍ତି ... ମୁଁ ଜାଣେ ନାହିଁ । ମୁଁ ଭାବୁଛି ବିରାଟ ଅନୁଭବ କରିଛନ୍ତି ଯେ ତାଙ୍କୁ ହ୍ୱାଇଟ୍ ବଲ ଅଧିନାୟକତ୍ୱରୁ ହଟାଇବାରେ ଗାଙ୍ଗୁଲିଙ୍କର ହାତ ଅଛି । ସେଥିପାଇଁ କୋହଲି ଅଧିନାୟକତ୍ୱର ଉଲ୍ଲେଖ କରିଥିଲେ ।" 

ଚେତନ ଶର୍ମାଙ୍କ ଅନୁଯାୟୀ ବିରାଟ କୋହଲି ମିଛ କହୁଥିଲେ । ମୁଖ୍ୟ ଚୟନକର୍ତ୍ତା କହିଛନ୍ତି ଯେ, ବିରାଟଙ୍କୁ ଅଧିନାୟକତ୍ୱରୁ ହଟାଇବା ନିଷ୍ପତ୍ତି ଗାଙ୍ଗୁଲିଙ୍କର ନୁହେଁ ବରଂ ଚୟନ କମିଟିର ନିଷ୍ପତ୍ତି  ଥିଲା । କାରଣ କୋହଲି ଟି-20 ଅଧିନାୟକତ୍ୱରୁ ଇସ୍ତଫା ଦେଇଥିଲେ, ସେହି କାରଣରୁ ତାଙ୍କ ଦିନିକିଆ ଅଧିନାୟକତ୍ୱ ଯାଇଛି । ଚେତନ ଶର୍ମା ଏହି କଥାକୁ ମଧ୍ୟ ଅସ୍ୱୀକାର କରିଛନ୍ତି ଯେ ଗାଙ୍ଗୁଲି ଓପନର୍ ରୋହିତ ଶର୍ମାଙ୍କୁ ପସନ୍ଦ କରୁଥିଲେ ।

Read More
{}{}