Hindi News >>Home >>Odisha Sports

Pele: ଡାକ୍ତରଖାନାରେ ପୁଣି ଥରେ ଭର୍ତ୍ତି ହେଲେ କିମ୍ବଦନ୍ତୀ ଫୁଟବଲ ଖେଳାଳୀ ପେଲେ

Brazilian Legendary Footballer: ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଫୁଲା, ହୃଦଘାତ ଏବଂ ମାନସିକ ସମସ୍ୟା ହେତୁ ତାଙ୍କୁ ଡାକ୍ତରଖାନାକୁ ଆଣିବାକୁ ପଡିଥିଲା। ଜଣାପଡୁଛି ଯେ ତାଙ୍କର କର୍କଟ ଚିକିତ୍ସା ସଫଳ ହୋଇନାହିଁ। ଯେତେବେଳେ  କିମ୍ବଦନ୍ତୀ ଫୁଟବଲ ଖେଳାଳୀ ପେଲେଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ତାଙ୍କ ଶରୀରରେ ଫୁଲି ଯାଇଥିଲ।

Advertisement
Pele: ଡାକ୍ତରଖାନାରେ ପୁଣି ଥରେ ଭର୍ତ୍ତି ହେଲେ କିମ୍ବଦନ୍ତୀ ଫୁଟବଲ ଖେଳାଳୀ ପେଲେ
Stop
Updated: Nov 30, 2022, 11:41 PM IST

Legendary Footballer Pele: ଅସୁସ୍ଥତା କାରଣରୁ ପୁଣି ଥରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବ୍ରାଜିଲର କିମ୍ବଦନ୍ତୀ ଫୁଟବଲ ଖେଳାଳୀ ପେଲେ। ବ୍ରାଜିଲର ପୂର୍ବତନ ଭେଟେରାନ ଫୁଟବଲର୍ ଅସୁସ୍ଥ ହୋଇ ପଡ଼ିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫୁଟବଲ ଦୁନିଆରେ ସର୍ବଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ ହୋଇଥିବା ପେଲେଙ୍କୁ ସାଓ ପାଉଲୋସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଫୁଲା, ହୃଦଘାତ ଏବଂ ମାନସିକ ସମସ୍ୟା ହେତୁ ତାଙ୍କୁ ଡାକ୍ତରଖାନାକୁ ଆଣିବାକୁ ପଡିଥିଲା। ଜଣାପଡୁଛି ଯେ ତାଙ୍କର କର୍କଟ ଚିକିତ୍ସା ସଫଳ ହୋଇନାହିଁ। ଯେତେବେଳେ  କିମ୍ବଦନ୍ତୀ ଫୁଟବଲ ଖେଳାଳୀ ପେଲେଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ତାଙ୍କ ଶରୀରରେ ଫୁଲି ଯାଇଥିଲ। ପରୀକ୍ଷଣ ବେଳେ ଡାକ୍ତର ଜାଣିବାକୁ ପାଇଥିଲେ ଯେ ତାଙ୍କ ହୃଦୟରେ ସମସ୍ୟା ରହିଛି। ଡାକ୍ତରଖାନାକୁ ଆସିବା ପରେ ପେଲେଙ୍କ ମସ୍ତିଷ୍କ ମଧ୍ୟ ସମ୍ପୂର୍ଣ୍ଣ କାମ କରୁନଥିଲା।  ଏବଂ ସେ ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହି ପାରୁନଥିଲେ। 

ପେଲେ ନିଜ ହାତରେ କିଛି ଖାଇବାକୁ ଅସମର୍ଥ ଏବଂ ଅଧିକ ଅନୁସନ୍ଧାନ ପାଇଁ ଡାକ୍ତରଖାନାରେ ରଖାଯାଇଛି। ୮୨ ବର୍ଷୀୟ ପେଲେ କର୍କଟ ରୋଗ ସହ ଲଢୁଛନ୍ତି। ତାଙ୍କର କେମୋଥେରାପି ଚିକିତ୍ସା ସଫଳ ହୋଇ ପାରିନାହିଁ। ଗତ 
ବର୍ଷ ସେପ୍ଟେମ୍ବରରେ ପେଲେଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରୁ ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କ ଶରୀରରୁ ଟ୍ୟୁମର ବାହାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିଲା।  

ପେଲେ ଅନେକ ଦିନ ପର୍ଯ୍ୟନ୍ତ ଆଇସିୟୁରେ ଥିଲେ। ହେଲେ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିଥିଲା। ହେଲେ ତଥାପି ସେବେ ଠାରୁ ତାଙ୍କର କେମୋଥେରାପି ଚିକିତ୍ସା ନିରନ୍ତର ଚାଲିଥିଲା। ବର୍ତ୍ତତ୍ମାନ ପୁଣି ଥରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଲାଗୁଛି ଯେ ତାଙ୍କର କେମୋଥେରାପି ସଫଳ ହୋଇନାହିଁ। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବେ ଆଉ ଅଧିକ ପରୀକ୍ଷା କରି ଏହା ଜାଣିବାକୁ ପ୍ରୟାସ କରୁଛନ୍ତି ଯେ ତାଙ୍କ ଶରୀରର କେଉଁ ଅଙ୍ଗ କର୍କଟ ଦ୍ୱାରା ପ୍ରଭାବିତ ହୋଇଛି।

ତିନି ଥରର ଫିଫା ବିଶ୍ୱକପ ବିଜେତା ପେଲେ (FIFA World Cup winner Pele) କର୍କଟ ରୋଗ ସହ ଦୀର୍ଘ ଦିନ ଧରି ଲଢୁଛନ୍ତି। ତାଙ୍କୁ ଏବେ ସାଓ ପାଉଲୋସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଝିଅ କେଲି ନାସିମେଣ୍ଟୋ ବୁଧବାର କହିଛନ୍ତି ବର୍ତ୍ତମାନ କୌଣସି ଜରୁରୀକାଳୀନ ପରିସ୍ଥିତି ନାହିଁ। ତାଙ୍କର ୮୨ ବର୍ଷୀୟ ପିତା ଏକ କୋଲନ ଟ୍ୟୁମର ବିରୋଧରେ ଔଷଧ ସହାୟତାରେ  ଲଢେଇ କରୁଛନ୍ତି। 

ପିତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପ୍ରଶଂସକଙ୍କୁ ଜଣାଇବା ପାଇଁ କେଲି ନାସିମେଣ୍ଟୋ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ଭୟଭୀତ ହେବାର କୌଣସି କାରଣ ନାହିଁ। ସେ ସମସ୍ତେ ଦେଖାଇଥିବା ଚିନ୍ତାକୁ ପ୍ରଶଂସା କରିଛନ୍ତି। ଏହି ସମୟରେ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପେଲେଙ୍କୁ ସାଧାରଣ ଫୁଲା କାରଣରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଗତ ବର୍ଷ ସେପ୍ଟେମ୍ବରରେ ପେଲେଙ୍କ ଟ୍ୟୁମର ଚିକିତ୍ସା କରାଯାଇଥିଲା। ଏନେଇ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ଏହା ପରେ ହୃଦ୍‌ରୋଗ ଏବଂ ଲାବୋରେଟୋରୀ ପରୀକ୍ଷା ସମୟରେ ଚିହ୍ନଟ ହୋଇଥିଲା ଯେ ତାଙ୍କର କେମୋଥେରାପି ଆରମ୍ଭ କରିବାକୁ ହେବ। ସାରା ବିଶ୍ୱରେ ପେଲେ ନାମରେ ଜଣାଶୁଣା ଏଡସନ୍ ଆରେଣ୍ଟସ୍ ଡୋ ନାସିମେଣ୍ଟୋ (Edson Arantes do Nascimento) ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ବୋଲି ଅସ୍ୱୀକାର କରିବା ପର ଠାରୁ ତାଙ୍କ ସୋସିଆଲ୍ ମିଡିଆ ବ୍ୟବହାର କରୂଛନ୍ତି।

ନିଜର ଏକ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ପେଲେ କହିଛନ୍ତି ଯେ ତାଙ୍କର ଚିକିତ୍ସାର ଏକ ଅଂଶ ଭାବରେ ସେ ଛୋଟ କେମୋଥେରାପି ନେଉଛନ୍ତି। ଗତବର୍ଷ ସେ ତାଙ୍କର ଶେଷ କେମୋଥେରାପି ସମାପ୍ତ କରିଛନ୍ତି। ନିଜର ପୋଷ୍ଟ ଜରିଆରେ ପେଲେ ଆହୁରି ମଧ୍ୟ କହିଛନ୍ତି, "ମୁଁ ଏହା ଜଣାଇବାକୁ ଚାହୁଁଥିଲି ଯେ ସର୍ବଶେଷରେ ପ୍ରତ୍ୟେକ ଛୋଟ ବିଜୟ ଉତ୍ସବ ପାଳନ କରିବାର କାରଣ କ'ଣ, ତାହା ଆପଣ କ'ଣ ଭାବୁ ନାହାଁନ୍ତି? ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ କେବଳ ଛୁଟିଦିନ ପାଇଁ ପ୍ରସ୍ତୁତ ହେଉଛି! "

 

Read More
{}{}