Hindi News >>Home >>Odisha Sports

Hockey World Cup 2023: ହକି ବିଶ୍ୱକପ୍ ବେଳେ ଟିକେଟ କଳବଜାରୀ କରି ୫ ଗିରଫ

Commissionerate police busted Ticket Blackmailing Racket: ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗିରଫ ୫ ଅଭିଯୁକ୍ତ ହକି ମ୍ୟାଚ୍ ଦେଖିବା ପାଇଁ ଜନସାଧାରଣଙ୍କ ଉତ୍ସାହର ଲାଭ ଉଠାଉଥିଲେ। ସମ୍ଭାବ୍ୟ ଗ୍ରାହକଙ୍କୁ ଟାର୍ଗେଟ୍ କରିବା ପାଇଁ ସେମାନେ ସୋସିଆଲ୍ ମିଡିଆ ବ୍ୟବହାର କରୁଥିଲେ। ଯେଉଁମାନେ ଅଧିକ ମୂଲ୍ୟରେ ଟିକେଟ୍ କିଣିବାକୁ ଆଗ୍ରହୀ ଥିଲେ। 

Advertisement
Hockey World Cup 2023: ହକି ବିଶ୍ୱକପ୍ ବେଳେ ଟିକେଟ କଳବଜାରୀ କରି ୫ ଗିରଫ
Stop
Zee Odisha Desk|Updated: Jan 18, 2023, 04:55 PM IST

Ticket Blackmailing in Hockey World Cup: ହକି ବିଶ୍ୱକପ୍ ବେଳେ ଟିକେଟ କଳବଜାରୀ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ। ସଦ୍ୟ 
ଭୁବନେଶ୍ୱର ଶହୀଦ ନଗର ପୋଲିସ ହକି ବିଶ୍ୱକପ୍ ମ୍ୟାଚ ଟିକେଟ୍ କଳାବଜାରୀ କରୁଥିବା ଏକ ରାକେଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୫ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ସରୋଜ ସେଠୀ (୨୩), ସରୋଜ କୁମାର ବଳ (୩୭), ଲିଙ୍ଗରାଜ ମହାନ୍ତି (୩୧), ଏମଡି ତାହିମ ଏବଂ ରଶ୍ମୀ ରଞ୍ଜନ ସାହୁ (୩୨)।  ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଖେଳାଯିବାକୁ ଥିବା ଭାରତ-ୱେଲ୍ସ  ମ୍ୟାଚ୍ ପାଇଁ ସେମାନେ ଟିକେଟ କଳବଜାରୀ କରୁଥିବା ଜଣାପଡୁଛି।

ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗିରଫ ୫ ଅଭିଯୁକ୍ତ ହକି ମ୍ୟାଚ୍ ଦେଖିବା ପାଇଁ ଜନସାଧାରଣଙ୍କ ଉତ୍ସାହର ଲାଭ ଉଠାଉଥିଲେ। ସମ୍ଭାବ୍ୟ ଗ୍ରାହକଙ୍କୁ ଟାର୍ଗେଟ୍ କରିବା ପାଇଁ ସେମାନେ ସୋସିଆଲ୍ ମିଡିଆ ବ୍ୟବହାର କରୁଥିଲେ। ଯେଉଁମାନେ ଅଧିକ ମୂଲ୍ୟରେ ଟିକେଟ୍ କିଣିବାକୁ ଆଗ୍ରହୀ ଥିଲେ। 

ମେସେଜିଂ ଆପ୍ ମଧ୍ୟାମରେ ଏହି ଟିକେଟ ବିକ୍ରି କରାଯାଉଥିଲା। ୧୦୦ ଟଙ୍କାର ଟିକେଟ୍ ୧୦୦୦ ଟଙ୍କାରେ, ୨୦୦ ଟଙ୍କାର ଟିକେଟ୍ ୨୦୦୦ ଟଙ୍କାରେ ଏବଂ ୫୦୦ ଟଙ୍କାର ଟିକେଟ୍ ୪୦୦୦ ଟଙ୍କାରେ ବିକ୍ରି ହୋଇଥିଲା। ଟିକେଟ କଳାବଜାରୀକରୁଥିବା ଏହି ରାକେଟ ବିଷୟରେ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇବା ପରେ ପୋଲିସ ବୁଧବାର କଳିଙ୍ଗା ଷ୍ଟାଡିୟମ ଠାରେ ଏକ ଗୋପନୀୟ ଅପରେସନ୍ ଚଳାଇଥିଲା। ଟିକେଟ କଳବଜାରୀ କରୁଥିବା ଅଭିଯୁକ୍ତକୁ ଗିରଫ କରିବାବେଳେ ଟିକେଟ୍ ବିକ୍ରିରୁ ହୋଇଥିବା ଆୟ ମଧ୍ୟ ଜବତ କରିଥିଲା ପୋଲିସ।

ଅଭିଯୁକ୍ତଙ୍କ ପାଖରୁ ନଗଦ ୧୦ ହଜାର ୩୦୦ ଟଙ୍କା ସହିତ ୩୫ ହକି ବିଶ୍ୱକପ ମ୍ୟାଚ ଟିକେଟ୍ ଜବତ କରିଛି ପୋଲିସ। ଗତ ୧୩ ଜାନୁଆରୀରୁ ଆରମ୍ଭ ହୋଇଥିବା ଆନ୍ତର୍ଜାତୀୟ ପୁରୁଷ ହକି ବିଶ୍ୱକପର ୧୫ ତମ ସଂସ୍କରଣ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ନବ ନର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଠାରେ ଖେଳାଯିବ। 

 

Read More
{}{}