Hindi News >>Home >>Odisha Politics

Bharat Jodo Yatra: ଭାରତ ଯୋଡ଼ୋ ଯାତ୍ରା ପରେ ରାହୁଲ ଗାନ୍ଧୀଙ୍କ ସାମ୍ନାକୁ ଆସିଲା ନୂଆ ପ୍ଲାନ୍, ମଲିକାର୍ଜୁନ ଖଡ଼ଗେ ଦେଲେ ସୂଚନା

Bharat Jodo Yatra: ଭାରତ ଯୋଡ଼ ଯାତ୍ରା ଶେଷ ହେବା ପରେ କଂଗ୍ରେସ (Congress) ପୁଣି ଥରେ ଆଉ ଯାତ୍ରା ଆରମ୍ଭ କରିବ ବୋଲି ଘୋଷଣା କରିଛି । ଭାରତ ଯୋଡ଼ୋ ଯାତ୍ରାରେ ବାହାରିଥିବା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷଙ୍କ ଯାତ୍ରା ନିରବଚ୍ଛିନ୍ନ ଚାଲିବ । କନ୍ୟା କୁମାରୀରୁ କାଶ୍ମୀର ଅଭିମୁଖେ ଯାତ୍ରା ଶେଷ ହେବା ପରେ ରାହୁଲ ଗାନ୍ଧୀ ଆସାମରୁ ଗୁଜୁରାଟ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିବେ । 

Advertisement
Bharat Jodo Yatra: ଭାରତ ଯୋଡ଼ୋ ଯାତ୍ରା ପରେ ରାହୁଲ ଗାନ୍ଧୀଙ୍କ ସାମ୍ନାକୁ ଆସିଲା ନୂଆ ପ୍ଲାନ୍, ମଲିକାର୍ଜୁନ ଖଡ଼ଗେ ଦେଲେ ସୂଚନା
Stop
Zee Odisha Desk|Updated: Oct 12, 2022, 11:33 AM IST

ପାଟନା: Bharat Jodo Yatra: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା କେରଳର ୱାୟନାଡରୁ ସାଂସଦ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ନେତୃତ୍ୱରେ ଦଳ ଭାରତ ଯୋଡ଼ୋ ଯାତ୍ରା (Bharat Jodo Yatra) ଆରମ୍ଭ କରିଛି । ଏହି ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ କାଶ୍ମୀର ପର୍ଯ୍ୟନ୍ତ ଚାଲିବ । ବର୍ତ୍ତମାନ ଏହି ଯାତ୍ରା କର୍ଣ୍ଣାଟକ ମଧ୍ୟ ଦେଇ ଚାଲିଛି । ଏହି ଯାତ୍ରାକୁ ସାଧାରଣ ଲୋକଙ୍କ ସମର୍ଥନ ମଧ୍ୟ ମିଳୁଛି । ଫଳରେ ଏହି ଯାତ୍ରା ଶେଷ ହେବା ପରେ କଂଗ୍ରେସ (Congress) ପୁଣି ଥରେ ଆଉ ଯାତ୍ରା ଆରମ୍ଭ କରିବ ବୋଲି ଘୋଷଣା କରିଛି । ଭାରତ ଯୋଡ଼ୋ ଯାତ୍ରାରେ ବାହାରିଥିବା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷଙ୍କ ଯାତ୍ରା ନିରବଚ୍ଛିନ୍ନ ଚାଲିବ । କନ୍ୟା କୁମାରୀରୁ କାଶ୍ମୀର ଅଭିମୁଖେ ଯାତ୍ରା ଶେଷ ହେବା ପରେ ରାହୁଲ ଗାନ୍ଧୀ ଆସାମରୁ ଗୁଜୁରାଟ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିବେ । 

ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ମଲିକାର୍ଜୁନ ଖଡ଼ଗେ (Malikarjun Kharge) ବିହାରର ରାଜଧାନୀ ପାଟନାରେ ରାହୁଲ ଗାନ୍ଧୀଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି । ଖଡ଼ଗେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ନିଷ୍ପତ୍ତି ନେଇଛନ୍ତି ଯେ ଦେଶକୁ ଏକଜୁଟ କରିବା ଓ ସାମ୍ପ୍ରଦାୟିକ ଶକ୍ତି ବିରୁଦ୍ଧରେ ହୋଲ୍ଲାବୋଲ ଜାରି ରହିବ । ନିଜର ଚିନ୍ତାଧାରା ଅନୁଯାୟୀ, ଆଜିକାଲି ସେ କନ୍ୟା କୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ଼ୋ ଯାତ୍ରା କରୁଛନ୍ତି । ଏହି ଯାତ୍ରା ଶେଷ ହେବା ପରେ ଆସାମରୁ ଗୁଜୁରାଟ ପର୍ଯ୍ୟନ୍ତ ତାଙ୍କର ଏକ କାର୍ଯ୍ୟକ୍ରମ ରହିଛି ।

ଏଠାରେ କହି ରଖୁଛୁ ଯେ, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ୧୨ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ଯିବାକୁ ଯାଉଛି । ଏହି ରାଜ୍ୟଗୁଡ଼ିକରେ ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ହିମାଚଳ ପ୍ରଦେଶ ଦେଇ ଜାମ୍ମୁ କାଶ୍ମୀରରେ ପହଞ୍ଚିବ । ଏହି ଯାତ୍ରା ପରେ ସେ ଆସାମରୁ ଗୁଜୁରାଟକୁ ଯାତ୍ରା କରିବେ । ଯାହାର କାର୍ଯ୍ୟକ୍ରମ ପ୍ରଥମ ଯାତ୍ରା ଶେଷ ହେବା ପରେ ଜାରି ହେବ ।

ଅଧିକ ପଢ଼ନ୍ତୁ:-ବିଜେପି କାର୍ଯକର୍ତ୍ତାକୁ ସତର୍କ କରାଇଲେ ପିଏମ ମୋଦି, କହିଲେ- କଂଗ୍ରେସ ବଦଳାଇଛି ନିଜ ରଣନୀତି

ଅଧିକ ପଢ଼ନ୍ତୁ:-ଆଫ୍ରିକା ସିରିଜ୍ ସହ ବର୍ବାଦ ହେଲା ଏହି ଖେଳାଳିଙ୍କ କ୍ୟାରିଅର୍, ଲଗାତର ଟିମ୍ ଇଣ୍ଡିଆ ପାଇଁ ପାଲଟିଥିଲେ ଚିନ୍ତାର କାରଣ!

ଅଧିକ ପଢ଼ନ୍ତୁ:-ଜସପ୍ରୀତ ବୁମ୍ରାଙ୍କ ସ୍ଥାନ ନେବେ ଏହି ଭାରତୀୟ ପେସର୍, ଏହି ଖେଳାଳିଙ୍କ ଭାଙ୍ଗିଲା ସ୍ୱପ୍ନ!

 

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରାର୍ଥୀ ତଥା ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼େଗ କହିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ସମନ୍ୱୟ ରକ୍ଷା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଯଦି ସେ କଂଗ୍ରେସର ଜାତୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି, ତେବେ ନୀତିଶ କୁମାରଙ୍କ ସହ ଦଳର କିପରି ସମ୍ପର୍କ ରହିବ ତାହା ସ୍ଥିର ହେବ । ମଙ୍ଗଳବାର ମଲ୍ଲିକାର୍ଜୁନ ଖଡ଼ଗେ ପାଟନାରେ ଥିଲେ । ସେ ତାଙ୍କ ସମର୍ଥନରେ ଭୋଟ୍ ଦେବାକୁ କଂଗ୍ରେସ ପ୍ରତିନିଧୀଙ୍କୁ ନିବେଦନ କରିବାକୁ ଏଠାକୁ ଆସିଥିଲେ । ଏହି ସମୟରେ ସେ ଗଣମାଧ୍ୟମକୁ ସମ୍ୱୋଧନ କରିଥିଲେ ।

Read More
{}{}