Hindi News >>Home >>Odisha Sports

BCCI On Rishabh Pant: ଯାହା କେବେ କରିନଥିଲା ବିସିସିଆଇ, ସୁସ୍ଥ କରିବାକୁ ଋଷଭ ପନ୍ତଙ୍କ ପାଇଁ ନେବ ଏହି ପଦକ୍ଷେପ

Rishabh Pant Health: ବିସିସିଆଇ ପନ୍ତଙ୍କ ଚିକିତ୍ସାରେ କୌଣସି ରିସ୍କ ନେବାକୁ ଚାହୁଁନାହିଁ । ବୋର୍ଡ କ୍ରିକେଟର ଋଷଭ ପନ୍ତଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବାକୁ ଚେଷ୍ଟା କରୁଛି ଯାହା ଦ୍ୱାରା ସେ ପୁଣି ନିଜ କ୍ୟାରିୟରରେ ଆଗକୁ ପୂର୍ବ ପରି ବଢିପାରିବେ। ଆଜି ଋଷଭଙ୍କୁ ଏୟାର ଲିଫ୍ଟ କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ପୁରା ନଜର ରଖିଛି ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍। 

Advertisement
BCCI On Rishabh Pant: ଯାହା କେବେ କରିନଥିଲା ବିସିସିଆଇ, ସୁସ୍ଥ କରିବାକୁ ଋଷଭ ପନ୍ତଙ୍କ ପାଇଁ ନେବ ଏହି ପଦକ୍ଷେପ
Stop
Rasmita Sahoo|Updated: Jan 04, 2023, 07:26 PM IST

BCCI On Rishabh Pant: ସାରା ଦେଶ ନୁହେଁ ବିଦେଶରେ ମଧ୍ୟ କ୍ରିକେଟର ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସହ ସୁସ୍ଥତା ନେଇ କାମନା କରୁଛନ୍ତି । ଋଷଭ ପନ୍ତ ଯଥାଶୀଘ୍ର ସୁସ୍ଥ ହୋଇ ପୁଣିଥରେ ପଡ଼ିଆରେ ନିଜର ଯାଦୁ ଦେଖାନ୍ତୁ ବୋଲି ପ୍ରଶଂସକ ମାନେ ଚାହିଁ ବସିଛନ୍ତି।  ସେହିପରି ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟ ନେଇ କୌଣସି ଅବହେଳା କରିବାକୁ ଚାହୁଁନି। ବୁଧବାର ତଥା ଆଜି ବୋର୍ଡ ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁଯାୟୀ କ୍ରିକେଟରଙ୍କ ଲିଗାମେଣ୍ଟ ଟ୍ରିଟମେଣ୍ଟ ପାଇଁ ମୁମ୍ବାଇକୁ ଏୟାର ଲିଫ୍ଟ କରାଯାଇଛି। ସୂତ୍ର ଅନୁସାରେ, ବୋର୍ଡ କ୍ରିକେଟରଙ୍କ ସ୍ୱାସ୍ଥ୍ୟ ଉପରେ କଡା ନଜର ରଖିଛି । ଯଦି ଦରକାର ହୁଏ କ୍ରିକେଟରଙ୍କୁ ଆମେରିକା ମଧ୍ୟ ଚିକିତ୍ସା ପାଇଁ ପଠାଯାଇପାରେ। ବିସିସିଆଇ ସଚିବ ଜୟ ଶାହ ନିଜେ କ୍ରିକେଟରଙ୍କ ପରିବାର ସହିତ ସମ୍ପର୍କରେ ଲଗାତାର ଅଛନ୍ତି। 

ବିସିସିଆଇ ଦ୍ୱାରା ଜାରି କରାଯାଇଥିବା ସୂଚନାରେ କୁହାଯାଇଛି ଯେ ଋଷଭ ପନ୍ତଙ୍କୁ ଚିକିତ୍ସା ପାଇଁ ମୁମ୍ବାଇକୁ ପଠାଯାଉଛି। କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) (BCCI) ଏକ ବିବୃତ୍ତି ଜାରି କରି କହିଛି ଯେ କ୍ରିକେଟରଙ୍କୁ ବର୍ତ୍ତମାନ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଚିକିତ୍ସା କରାଯିବ। ପନ୍ତଙ୍କ ଚିକିତ୍ସା ହସ୍ପିଟାଲର ସ୍ପୋର୍ଟସ୍ ମେଡିସିନ୍ ଏବଂ ଆର୍ଥ୍ରୋସ୍କୋପି ମୁଖ୍ୟ ଡକ୍ଟର Dinshaw Pardiwala ଙ୍କ ନିରୀକ୍ଷଣରେ କରାଯିବ।

ସୂତ୍ରରୁ ପ୍ରକାଶ ଯେ ବିସିସିଆଇ ପନ୍ତଙ୍କ ଚିକିତ୍ସାରେ କୌଣସି ରିସ୍କ ନେବାକୁ ଚାହୁଁନାହିଁ । ବୋର୍ଡ କ୍ରିକେଟର ଋଷଭ ପନ୍ତଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବାକୁ ଚେଷ୍ଟା କରୁଛି ଯାହା ଦ୍ୱାରା ସେ ପୁଣି ନିଜ କ୍ୟାରିୟରରେ ଆଗକୁ ପୂର୍ବ ପରି ବଢିପାରିବେ। ଯଦି ବୋର୍ଡ ଆବଶ୍ୟକତା ଅନୁଭବ କରେ, ତେବେ କ୍ରିକେଟରଙ୍କୁ ଶୀଘ୍ର ସୁସ୍ଥ କରିବାକୁ ଉନ୍ନତ ମାନର ଚିକିତ୍ସା ପାଇଁ ଆମେରିକା (America) ମଧ୍ୟ ପଠାଇପାରେ । 

ଗତବର୍ଷ ଡିସେମ୍ବର ୩୦ ରେ ଦିଲ୍ଲୀରୁ ଉତ୍ତରାଖଣ୍ଡ ରରୁକି ଯିବାବେଳେ ଜାତୀୟ ରାଜପଥରେ ଋଷଭ ପନ୍ତଙ୍କ ଦୁର୍ଘଟଣା (Rishabh Pant Car Accident) ଘଟିଥିଲା। ଏହି ଦୁର୍ଘଟଣାରେ ତାଙ୍କର ମର୍ସିଡିଜ୍ କାର୍ ସମ୍ପୂର୍ଣ୍ଣ ଜଳିଯାଇଥିଲା । କାରର ୱିଣ୍ଡୋ ସ୍କ୍ରିନ ଭାଙ୍ଗି ପନ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ପରେ ସେ ଗତ ୫ ଦିନ ଧରି ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। 

ଉତ୍ତରାଖଣ୍ଡ ସିଏମ ପୁଷ୍କର ସିଂ ଧାମି ମଧ୍ୟ ପନ୍ତଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ। ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡ ମଧ୍ୟ ତାଙ୍କ ପାଇଁ ଏକ ବିଶେଷ ବାର୍ତ୍ତା ପଠାଇଥିଲେ ଏବଂ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ। ସେହିପରି କ୍ରିକେଟ ଦୁନିଆର ବିଭିନ୍ନ ଦେଶର ଖେଳାଳି ଓ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କ ଆରୋଗ୍ୟ କାମନା କରିଛନ୍ତି। 

Also Read: Hockey World Cup: ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

Also Read:  Cameron Green: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଲା ୧୭.୫ କୋଟି ଟଙ୍କାର 'ଚୂନା', IPL 2023ରେ ବୋଲିଂ କରିପାରିବେନି ଏହି ଖେଳାଳି!

Read More
{}{}