Hindi News >>Home >>Odisha Sports

ଟିମ୍ ଇଣ୍ଡିଆର ହେଡ୍ କୋଚ୍ ରହିବେ ରାହୁଲ ଦ୍ରାବିଡ, ସପୋର୍ଟ ଷ୍ଚାପଙ୍କ ମଧ୍ୟ କାର୍ଯ୍ୟକାଳ ବୃଦ୍ଧି କଲା BCCI

Indian Team: ଭାରତର ମୁଖ୍ୟ ପ୍ରଶିକ୍ଷକଙ୍କ ସମ୍ପର୍କରେ ବିସିସିଆଇ ଏକ ବଡ଼ ଅପଡେଟ୍ ଦେଇଛି । ବିସିସିଆଇ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଓ  ସପୋର୍ଟ ଷ୍ଚାପଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛି ।  

Advertisement
Team India Head Coach
Stop
Jagdish Barik|Updated: Nov 29, 2023, 03:00 PM IST

Team India Head Coach: ଭାରତର ହେଡ୍ କୋଚକୁ ନେଇ ବିସିସିଆଇ ଏକ ବଡ଼ ଘୋଷଣା କରିଛି । ରାହୁଲ ଦ୍ରାବିଡ (Rahul Dravid) ଭାରତର ମୁଖ୍ୟ କୋଚ୍ ରହିବେ । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଆଇସିସି ବିଶ୍ୱକପ ୨୦୨୩ ର ସମାପ୍ତି ସହିତ ଶେଷ ହୋଇଥିଲା, କିନ୍ତୁ ବର୍ତ୍ତମାନ ବିସିସିଆଇ (BCCI) ତାଙ୍କ କାର୍ଯ୍ୟକାଳ ଓ ସମସ୍ତ ସପୋର୍ଟ ଷ୍ଚାପଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ରାହୁଲ ଦ୍ରାବିଡ ଭାରତର ମୁଖ୍ୟ କୋଚ୍ ରହିବେ । ପୂର୍ବରୁ ଭିଭିଏସ୍ ଲକ୍ଷ୍ମଣଙ୍କୁ (VVS Laxman) ଏହି ଦାୟିତ୍ୱ ଦିଆଯିବ ବୋଲି ଅନୁମାନ କରାଯାଉଥିଲା, କିନ୍ତୁ ବିସିସିଆଇ ପୁଣିଥରେ ରାହୁଲଙ୍କୁ ହେଡ୍ କୋଚ୍ ଦାୟିତ୍ୱ ଦେଇଛି ।

ହେଡ୍ କୋଚ୍ ଓ ସପୋର୍ଟ ଷ୍ଚାପଙ୍କ ବୃଦ୍ଧି କରାଗଲା କାର୍ଯ୍ୟକାଳ 
ବିସିସିଆଇ ହେଡ୍ କୋଚ୍ ରାହୁଲ ଦ୍ରାବିଡ ଓ ଟିମ୍ ଇଣ୍ଡିଆର ସପୋର୍ଟ ଷ୍ଚାପଙ୍କ ପାଇଁ ଚୁକ୍ତିନାମା ବୃଦ୍ଧି କରିବାକୁ ଘୋଷଣା କରିଛି । ଭାରତୀୟ ଦଳ ଗଠନରେ ଦ୍ରାବିଡଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ କ୍ରିକେଟ୍ ବୋର୍ଡ ସ୍ୱୀକାର କରିଛି ଓ ତାଙ୍କର ଅତୁଳନୀୟ ବୃତ୍ତିଗତ କାର୍ଯ୍ୟକାଳକୁ ପ୍ରଶଂସା କରିଛି । ଏନସିଏ ମୁଖ୍ୟ ତଥା ଷ୍ଟାଣ୍ଡ-ଇନ୍ ମୁଖ୍ୟ କୋଚ୍ ଭାବରେ ନିଜର ଆଦର୍ଶ ଭୂମିକା ପାଇଁ ବୋର୍ଡ ଭିଭିଏସ୍ ଲକ୍ଷ୍ମଣଙ୍କୁ ମଧ୍ୟ ପ୍ରଶଂସା କରିଛି ।

ପୁନର୍ବାର କୋଚ୍ ହେବାକୁ ନେଇ ରାହୁଲ ଦ୍ରାବିଡ଼ କ’ଣ କହିଛନ୍ତି?
ଭାରତୀୟ ମୁଖ୍ୟ କୋଚ୍ କହିଛନ୍ତି, “ଭାରତୀୟ ଦଳ ସହିତ ଗତ ଦୁଇ ବର୍ଷ ସ୍ମରଣୀୟ ହୋଇ ରହିଛି । ଆମେ ଏକାଠି ଉତ୍ଥାନ-ପତନ ଦେଖିଛୁ ଏବଂ ଏହି ଯାତ୍ରା ମଧ୍ୟରେ ଗ୍ରୁଫ୍ ମଧ୍ୟରେ ସମର୍ଥନ ଓ ବନ୍ଧୁତା ଚମତ୍କାର ହୋଇଛି । ଆମେ ଡ୍ରେସିଂ ରୁମରେ ସ୍ଥାପିତ କଲଚର୍ ପାଇଁ ଗର୍ବିତ । ବିଜୟ କିମ୍ବା ଦୁର୍ଭାଗ୍ୟ ହେଉନା କାହିଁକି ଏହି କଲଚର୍ ସ୍ଥିର ଅଟେ । ଆମର ଦଳ ପାଖରେ ଥିବା କୌଶଳ ଓ ଉତ୍ସାହ ଆଶ୍ଚର୍ଯ୍ୟଜନକ ଏବଂ ଆମେ ଯାହା ଉପରେ ଗୁରୁତ୍ୱ ଦେଇଛୁ ତାହା ହେଉଛି ଆପଣ ସଠିକ୍ ପ୍ରକ୍ରିୟା ଅନୁସରଣ କରନ୍ତୁ ଏବଂ ଆପଣଙ୍କର ପ୍ରସ୍ତୁତିରେ ଲାଗିଛନ୍ତି, ଯାହା ସାମଗ୍ରିକ ଫଳାଫଳ ଉପରେ ସିଧାସଳଖ ପ୍ରଭାବ ପକାଇବ ।"

ବିସିସିଆଇର ସଭାପତି କହିଛନ୍ତି ଯେ "ମୁଁ ଖୁସି ଯେ ସେ ମୁଖ୍ୟ ପ୍ରଶିକ୍ଷକ ରହିବାକୁ ଅଫର ସ୍ୱକାର କରିଛନ୍ତି ଓ ଏହା ପାରସ୍ପରିକ ସମ୍ମାନର କଥା । ମୋର କୌଣସି ସନ୍ଦେହ ନାହିଁ ଯେ ତାଙ୍କ ନେତୃତ୍ୱରେ ଦଳ ସଫଳତାର ଶିଖରକୁ ଯାତ୍ରା ଜାରି ରଖିବ ଓ ରାସ୍ତାରେ ନୂତନ ମାନଦଣ୍ଡ ସ୍ଥିର କରିବ ।"

Read More
{}{}