Hindi News >>Home >>Odisha Sports

Bangladesh vs Ireland: ଦ୍ୱିତୀୟ ଦିନିକିଆରେ ଶକିବ ଅଲ ହାସନଙ୍କ ୧୪ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ମୁଶଫିକୁର ରହିମ

Bangladesh vs Ireland Second ODI: ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବାଂଲାଦେଶ ଦଳ ୬ ୱିକେଟ ହରାଇ ୩୪୯ ରନ ସଂଗ୍ରହ କରିଛି। ଦିନିକିଆ କ୍ରିକେଟ ମୁକାବିଲାରେ ଏହା ବାଲାଂଦେଶର ସର୍ବୋତ୍ତମ ପ୍ରଦର୍ଶନ ବୋଲି ଜଣାପଡ଼ିଛି। ବାଲାଂଦେଶ-ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ସିରଜ ଖେଳାଯାଉଛି।

Advertisement
Bangladesh vs Ireland: ଦ୍ୱିତୀୟ ଦିନିକିଆରେ ଶକିବ ଅଲ ହାସନଙ୍କ ୧୪ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ମୁଶଫିକୁର ରହିମ
Stop
Zee Odisha Desk|Updated: Mar 21, 2023, 12:09 AM IST

Bangladesh vs Ireland Match: ମାର୍ଚ୍ଚ ୨୦ ତାରିଖ ସୋମବାର ସିଲହେଟ ଠାରେ ଖେଳ ଯାଇଥିବା ଦ୍ୱିତୀୟ ଦିନିକିଆରେ ମୁଶଫିକୁର ରହୀମ ଏକ ରେକର୍ଡ ଭାଙ୍ଗି କରିଛନ୍ତି। ଏହି ୩୫ ବର୍ଷୀୟ କ୍ରିକେଟର ଜଣଙ୍କ ୬୦ ବଲ ଖେଳି ୧୦୦ ରନ ସଂଗ୍ରହ କରିଛନ୍ତି। ଅନ୍ୟ ପକ୍ଷରେ କହିବାକୁ ଗଲେ ୧୦ ଓଭର ଖେଳି ଦ୍ରୁତତମ ଶତକ ହସଲ କରିଛନ୍ତି ବାଲାଂଦେଶୀ କ୍ରିକେଟର ମୁଶଫିକୁର ରହୀମ। ଅନ୍ୟପଟେ ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବାଂଲାଦେଶ ଦଳ ୬ ୱିକେଟ ହରାଇ ୩୪୯ ରନ ସଂଗ୍ରହ କରିଛି। ଦିନିକିଆ କ୍ରିକେଟ ମୁକାବିଲାରେ ଏହା ବାଲାଂଦେଶର ସର୍ବୋତ୍ତମ ପ୍ରଦର୍ଶନ ବୋଲି ଜଣାପଡ଼ିଛି। ବାଲାଂଦେଶ-ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ସିରଜ ଖେଳାଯାଉଛି।

ଗତ ବର୍ଷ ଏସିଆ କପ ମୁକାବିଲାରେ ବାଂଲାଦେଶ ଦଳର ବିଦାୟ ପରେ T20 ଛାଡିଥିବା ମୁଶଫିକୁର ରହୀମ ନିଜର ନବମ ଦିନିକିଆ ଶତକ ହାସଲ କରିଛନ୍ତି। ଗତ ବର୍ଷ ମେ ମାସରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ମୁକାବିଲା ପରେ ଏହା ତାଙ୍କର ଅନ୍ୟତମ ଦମଦାର ପ୍ରଦର୍ଶନ। ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ମୁଶଫିକୁର ରହୀମ ରହୀମ ଶକିବ ଅଲ୍ ହାସନଙ୍କ ୧୪ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ୧୦ ଓଭର ଖେଳି ୧୦୦ ରନ ସ୍କୋର କରିବା ସହ ଅପରାଜିତ ରହିଛନ୍ତି। 

ଦ୍ୱିତୀୟ ଦିନିକିଆରେ ମୁସଫିକୁର ରହୀମ ୩୪ ତମ ଓଭର ବେଳକୁ ବ୍ୟାଟିଂ କରିବାକୁ ଆସିଥିଲେ। ସେତେବେଳେ ବାଂଲାଦେଶ ସ୍କୋର ୪ ୱିକେଟ ବିନିମୟରେ ୧୯୦ ରନ୍ ହୋଇଥିଲା। ଭେଟେରାନ ବ୍ୟାଟ୍ସମ୍ୟାନ ଜଣଙ୍କ ନିଜର ବ୍ୟାଟିଂ ପାଳିରେ ୨ ଛକା ଏବଂ ୧୪ ଚୌକା ମାରିଥିଲେ। ନକ୍ ସମୟରେ ମୁଶଫିକୁର ମଧ୍ୟ ଦିନିକିଆ କ୍ରିକେଟ୍ ମୁକାବିଲାରେ ୭୦୦୦ ସଂଗ୍ରହ କରିଥିଲେ। ସେ ତମିମ ଇକବାଲ ଏବଂ ଶାକିବ ଅଲ ହାସନଙ୍କ ପରେ ଏପରି ସଫଳତା ହାସଲ କରିବାରେ ବାଲାଂଦେଶ ଦଳର ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇଥିଲେ।

ଭାରତରେ ହେବାକୁ ଯାଉଥିବା ଏକ ଦିବସୀୟ ବିଶ୍ୱକପ୍‌ ମୁକାବିଲା ପୂର୍ବରୁ ମୁଶଫିକୁର ରହୀମ ଫର୍ମ ଫେରିବା ବାଲାଂଦେଶ ପାଇଁ ଏକ ଆଶ୍ୱସ୍ତିକର ଖବର। ରହୀମ ୧୨  ମ୍ୟାଚ ଖେଳି ୨୩୦ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ତାଙ୍କର ଆଭରେଜ ୨୩ ରହିଛି। ଅନ୍ୟପଟେ ଏହା ମଧ୍ୟରେ ଦୁଇଟି ଅର୍ଦ୍ଧଶତକ ମଧ୍ୟ ଅନ୍ତର୍ଭୂକ୍ତ ରହିଛି। ହେଲେ ତଥାପି ପୂର୍ବତନ ଅଧିନାୟକ ଜଣଙ୍କ ଚଳିତ ବର୍ଷ ୫ ମ୍ୟାଚ ଖେଳି ୨୩୪ ରନ୍ ସ୍କୋର କରିସାରିଛନ୍ତି। ଏଥିରେ ତାଙ୍କ ଆଭରେଜ ୬୦ ରହିଛି।

ଦ୍ୱିତୀୟ ଦିନିକିଆରେ ବାଂଲାଦେଶ ଦଳ ପକ୍ଷରୁ ଏହା ଆଉ ଏକ ସାମୂହିକ ବ୍ୟାଟିଂ ପ୍ରୟାସ ରହିଥିଲା। କାରଣ ୩ ଜଣ ବ୍ୟାଟ୍ସମ୍ୟାନ ଅର୍ଦ୍ଧ ଶତକ ହାସଲ କରିବାରେ ସଫଳ ହୋଇଥିଲେ। ପୂର୍ବର ୨୩ ରନ୍ ଶେଷ ହେବା ପୂର୍ବରୁ ଓପନିଂ ୱିକେଟ୍ ପାଇଁ ଦଳର ଅଧିନାୟକ ତମିମ ଇକବାଲ ଏବଂ ଲିଟନ୍ ଦାସ ଦଳ ପାଇଁ ୪୨ ରନ ଯୋଡ଼ିଥିଲେ। 

ଦ୍ୱିତୀୟ ୱିକେଟ୍ ପାଇଁ ଲିଟନ୍ ଦାସ ଏବଂ ନଜମୁଲ୍ ହୁସେନ୍ ସାନ୍ତୋ ୧୦୧ ରନ୍ ଯୋଡିଥିଲେ। ଲିଟନ ଦାସ ତାଙ୍କର ୭୧ ବଲ୍ ଖେଳି ୩ ଛକା ଏବଂ ୩ ଚୌକା ବଳରେ ୭୦ ରନ ସଂଗ୍ରହ କରିଥିଲେ। ଅନ୍ୟପଟେ ଶକିବ ଅଲ ହାସନ ୧୭ ଏବଂ ନଜମୁଲ୍ ହୁସେନ୍ ସାନ୍ତୋ ୭୭ ବଲ ଖେଳି ୭୩ ରନ୍ ସଂଗ୍ରହ କରି ପ୍ୟାଲିଲିୟନ ଫେରିଯାଇଥିଲେ। ହେଲେ ବାଂଲାଦେଶ ଦଳ ୩୦ ରନ୍ ସ୍କୋର କରିବା ପାଇଁ ତୋହିଦ୍ ହ୍ରିଦୋଇ ଏବଂ ମୁଶଫିକୁର ରହୀମ ପଞ୍ଚମ ୱିକେଟ୍ ପାଇଁ ୧୨୮ ରନ୍ ଭାଗିଦାରୀ କରିଥିଲେ। ଗତ ଶନିବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ୧୮୩ ରନ୍ ବ୍ୟବଧାନରେ ବିଜୟୀ ହୋଇଥିଲା। ଦଳ ପ୍ରଥମ ଦିନିକିଆରେ ୫୦ ଓଭର ଖେଳି ୮ ୱିକେଟ ହରାଇ ୩୩୮ ରନ୍ ସଂଗ୍ରହ କରିଥିଲା। 

Read More
{}{}