Hindi News >>Home >>Odisha Sports

ICC ଟୁର୍ଣ୍ଣାମେଣ୍ଟରେ କାମ କରେନାହିଁ ବାବର ଆଜମଙ୍କ ବ୍ୟାଟ୍, ଲଜ୍ଜାଜନକ ଅଟେ ବିଶ୍ୱ ନମ୍ବର-1 ବ୍ୟାଟ୍ସମ୍ୟାନଙ୍କ ରେକର୍ଡ

Babar Azam Records: ପାକିସ୍ତାନ ଅଧିନାୟକ ବାବର ଆଜମଙ୍କର କେବଳ ଚଳିତ ବିଶ୍ୱକପରେ ପ୍ରଦର୍ଶନ ନୈରାଶ୍ୟଜନକ ନୁହେଁ ବରଂ ସେ ସମସ୍ତ ମଲ୍ଟି ନେସନେଲ ଟୁର୍ଣ୍ଣାମେଣ୍ଟରେ ଫ୍ଲପ୍ ହୋଇ ଆସୁଛନ୍ତି । ଆସନ୍ତୁ ଜାଣିବା କାହିଁକି ODI ଫର୍ମାଟର ନମ୍ବର -୧ ବ୍ୟାଟ୍ସମ୍ୟାନ୍ ବିଶ୍ୱକପରେ ରନ୍ ସ୍କୋର କରିବାରେ ସକ୍ଷମ ନୁହଁନ୍ତି?  

Advertisement
Babar Azam super flop in ICC tournaments
Stop
Jagdish Barik|Updated: Oct 21, 2023, 10:45 PM IST

ICC Cricket World Cup 2023: ବିଶ୍ୱକପରେ ବାବର ଆଜମଙ୍କ ବ୍ୟାଟ୍ ବହୁତ ଶାନ୍ତ ରହିଛି, ଯେଉଁଥିପାଇଁ ପାକିସ୍ତାନ କ୍ରିକେଟ୍ ଦଳକୁ କ୍ଷତି ସହିବାକୁ ପଡୁଛି । ବାବର ଆଜମ ବର୍ତ୍ତମାନ ଆଇସିସି ODI ର଼୍ୟାଙ୍କିଙ୍ଗରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍, ତଥାପି ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମ ବିଶ୍ୱକପରେ ଭଲ ବ୍ୟାଟିଂ କରୁନାହାଁନ୍ତି । ଏହା ପଛରେ ଏକ ବିଶେଷ କାରଣ ଅଛି, ଯାହା ବିଷୟରେ ଆପଣ ହୁଏତ ଜାଣି ନଥିବେ ।

ବାସ୍ତବରେ, ବାବର ଆଜମଙ୍କ ବ୍ୟାଟ୍ ଆଇସିସି କିମ୍ବା କୌଣସି ମଲ୍ଟି ନେସନେଲ ଟୁର୍ଣ୍ଣାମେଣ୍ଟରେ କାମକରୁନାହିଁ । ଛୋଟ ଦଳ କିମ୍ବା ଦ୍ୱିପାକ୍ଷିକ ଟୁର୍ଣ୍ଣାମେଣ୍ଟରେ ବାବର ଅଧିକାଂଶ ବଡ଼ ସ୍କୋର କରିଛନ୍ତି, କିନ୍ତୁ ବିଶ୍ୱକପ ଭଳି ଆଇସିସି ଟୁର୍ଣ୍ଣାମେଣ୍ଟର ଅଧିକାଂଶ ମ୍ୟାଚରେ ବାବର ଆଜମଙ୍କ ବ୍ୟାଟ୍ ଶାନ୍ତ ରହିଛି । ଆମେ ଆପଣଙ୍କୁ ଶେଷ ଚାରିଟି ମଲ୍ଟି ନେସନେଲ ଟୁର୍ଣ୍ଣାମେଣ୍ଟରେ ତାଙ୍କ ରେକର୍ଡ ବିଷୟରେ କହୁଛୁ, ଯେଉଁଥିରେ ଏସିଆ କପ୍ ୨୦୨୨, ଟି-୨୦ ବିଶ୍ୱକପ୍ ୨୦୨୨, ଏସିଆ କପ୍ ୨୦୨୩ ଏବଂ ବର୍ତ୍ତମାନର ODI ବିଶ୍ୱକପ୍ ୨୦୨୩ ଅନ୍ତର୍ଭୁକ୍ତ । ବାବର ଆଜମ ଏହି ଚାରିଟି ଟୁର୍ଣ୍ଣାମେଣ୍ଟରେ ମୋଟ ୨୧ଟି ଇନିଂସ ଖେଳିଛନ୍ତି, ଯେଉଁଥିରେ ସେ ମାତ୍ର ଦୁଇଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ହାସଲ କରିଛନ୍ତି ।

ଏସିଆ କପ୍ ୨୦୨୨
୧୦ ବନାମ ଭାରତ 
୯ ବନାମ ହଙ୍ଗ କଙ୍ଗ 
୧୪ ବନାମ ଭାରତ 
୦ ବନାମ ଆଫଗାନିସ୍ତାନ 
୩୦ ବନାମ ଶ୍ରୀଲଙ୍କା 
୫ ବନାମ ଶ୍ରୀଲଙ୍କା 

ଟି-୨୦ ବିଶ୍ୱକପ୍ ୨୦୨୨
୦ ବନାମ ଭାରତ 
୪ ବନାମ ଜିମ୍ବାୱେ 
୪ ବନାମ ନେଦରଲ୍ୟାଣ୍ଡ 
୬ ବନାମ ଦକ୍ଷିଣ ଆଫ୍ରିକା 
୨୫ ବନାମ ବାଂଲାଦେଶ 
୫୩ ବନାମ ନ୍ୟୁଜିଲ୍ୟାଣ୍ଡ (୦ ରେ କ୍ୟାଚ୍ ହାତଛଡ଼ା ହୋଇଥିଲା)
୩୨ ବନାମ ଇଂଲଣ୍ଡ 

ଏସିଆ କପ୍ ୨୦୨୩
୧୫୧ ବନାମ ନେପାଳ (୪୦ ରେ କ୍ୟାଚ୍ ହାତଛଡ଼ା ହୋଇଥିଲା)
୧୭ ବନାମ ବାଂଲାଦେଶ 
୧୦ ବନାମ ଭାରତ 
୨୯ ବନାମ ଶ୍ରୀଲଙ୍କା 

ଆଇସିସି ଦିନିକିଆ ବିଶ୍ୱ କପ୍ ୨୦୨୩
୫ (୧୮ ବଲ୍) ବନାମ ନେଦରଲ୍ୟାଣ୍ଡ 
୧୦ (୧୫ ବଲରେ) ବନାମ ଶ୍ରୀଲଙ୍କା 
୫୦ (୫୮ ବଲରେ) ବନାମ ଭାରତ 
୧୮ (୧୪ ବଲରେ) ବନାମ ଅଷ୍ଟ୍ରେଲିଆ 

ବାବର ଆଜାମଙ୍କ ଏହି ରେକର୍ଡକୁ ଦେଖିଲେ ଏହା ସ୍ପଷ୍ଟ ହୋଇଯାଏ ଯେ ତାଙ୍କ ବ୍ୟାଟ୍ ମଲ୍ଟି ନେସନେଲ ଟୁର୍ଣ୍ଣାମେଣ୍ଟରେ ସଫଳ ନୁହଁନ୍ତି । ଏହି ୨୧ ଇନିଂସରେ ବାବର କେବଳ ଗୋଟିଏ ଶତକ ମରିଥିଲେ, ଯାହା ନେପାଳ ବିପକ୍ଷରେ ଆସିଥିଲା, କିନ୍ତୁ ସେହି ମ୍ୟାଚ୍‌ରେ ମଧ୍ୟ ତାଙ୍କର ୪୦ ରନ୍‌ରେ ଏକ କ୍ୟାଚ୍‌ ମିସ୍ ହୋଇଥିଲା ।

Read More
{}{}