Hindi News >>Home >>Odisha Sports

Imran Khan Attacks: ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ଼କୁ ନେଇ କଡ଼ା ନିନ୍ଦା କଲେ ବାବର ଆଜମ, ଟ୍ୱିଟ କରି ଦେଲେ ଏହି ପ୍ରତିକ୍ରିୟା

Babar Azam On Imran Khan: ଗୁରୁବାର ସନ୍ଧ୍ୟାରେ ପାକିସ୍ତାନର ୧୯୯୨ ବିଶ୍ୱକପ ବିଜେତା ଅଧିନାୟକ ଇମ୍ରାନ ଖାନଙ୍କୁ ଆକ୍ରମଣ କରାଯାଇଥିଲା । ଏକ ରାଲି ସମୟରେ ତାଙ୍କୁ ଗୁଳି ମରାଯାଇଥିଲା, ଯାହା ପରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା । ପୂର୍ବତନ ଅଧିନାୟକଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ବାବର ଆଜମ ନିନ୍ଦା କରିଛନ୍ତି ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Nov 03, 2022, 08:17 PM IST

Babar Azam On Imran Khan: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ (Prime Minister Imran Khan) ତଥା ୧୯୯୨ କ୍ରିକେଟ ବିଶ୍ୱକପ ବିଜେତାର ଅଧିନାୟକ ଇମ୍ରାନ ଖାନଙ୍କୁ ଗୁରୁବାର ସନ୍ଧ୍ୟାରେ ଆକ୍ରମଣ କରାଯାଇଥିଲା । ଏକ ରାଲି ସମୟରେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା ଓ ଏହାଦ୍ୱାରା ତାଙ୍କ ଗୋଡରେ ଆଘାତ ଲାଗିଥିଲା । ଏହି ଘଟଣା ପରେ ଇମ୍ରାନ ଖାନଙ୍କୁ ଲାହୋରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବତନ ଅଧିନାୟକଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ବର୍ତ୍ତମାନର ଅଧିନାୟକ ବାବର ଆଜାମ କଡ଼ା ନିନ୍ଦା କରିଛନ୍ତି । କୁହାଯାଉଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ଟି-୨୦ ବିଶ୍ୱକପ ୨୦୨୨ ରେ ପାକିସ୍ତାନ କ୍ରିକେଟ୍ ଦଳର ପ୍ରତିନିଧିତ୍ୱ କରୁଥିବା ବାବର ଆଜାମ ଏହି ଘଟଣାରେ ଟ୍ୱିଟ କରି ଲେଖିଛନ୍ତି, 'ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଏହି ଘୃଣ୍ୟ ଆକ୍ରମଣକୁ କଡ଼ା ନିନ୍ଦା କରୁଛି । ଆଲ୍ଲା ଅଧିନାୟକଙ୍କୁ ସୁରକ୍ଷିତ ରଖନ୍ତୁ ଓ ଆମର ପ୍ରିୟ ପାକିସ୍ତାନ ସୁରକ୍ଷା ଦିଅନ୍ତୁ, ଆମିନ ।'

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଗୁଳି ବିନିମୟରେ ଇମ୍ରାନଙ୍କ ସମେତ ଅତି କମରେ ୪ ଜଣ ଆହତ ହୋଇଛନ୍ତି । ଗୁରୁବାର ଦିନ ଡନ୍ ନ୍ୟୁଜ୍ ଟିଭି ରିପୋର୍ଟ କରିଛି ଯେ ୱାଜିରାବାଦର ଆଲ୍ଲା ହୋ ଚକ୍ ନିକଟରେ ଅଜ୍ଞାତ ଆକ୍ରମଣକାରୀମାନେ ପିଟିଆଇ ସଭାପତି ଇମ୍ରାନ ଖାନଙ୍କ ଉପରେ ଗୁଳି ଚଳାଇଥିଲେ । ଯଦିଓ ଇମ୍ରାନ ଖାନ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ସେ ଆହତ ହୋଇଛନ୍ତି । ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଇମ୍ରାନ ଖାନ ମଧ୍ୟ ଆହତ ହୋଇଛନ୍ତି ଓ ତାଙ୍କ ଗୋଡରେ ଗୁଳି ବାଜିଛି । ତାଙ୍କ ଡାହାଣ ଗୋଡରେ ଏକ ବ୍ୟାଣ୍ଡେଜ୍ ଦେଖାଯାଇଛି । ଆକ୍ରମଣ ପରେ ଇମ୍ରାନ ଖାନଙ୍କୁ କଣ୍ଟେନରରୁ ବାହାର କରି ବୁଲେଟ୍ ପ୍ରୁଫ୍ କାରରେ ହସ୍ପିଟାଲକୁ ନିଆ ଯାଇଥିଲା ।

ଏହି ଗୁଳିମାଡ଼ରେ ଦଳର ମୁଖ୍ୟ ଇମ୍ରାନ ଖାନ ଆହତ ହୋଇଥିବା ପିଟିଆଇର ଫାରୁକ୍ ହବିବ ନିଶ୍ଚିତ କରିଛନ୍ତି । ଇମ୍ରାନ ଖାନଙ୍କ କଣ୍ଟେନର ନିକଟରେ ଗୁଳିମାଡ଼ ଯୋଗୁଁ ପିଟିଆଇ ନେତା ଫୈସଲ ଜାଭେଦ ମଧ୍ୟ ଆହତ ହୋଇଥିଲେ । ଗୁରୁବାର ହେଉଛି ତେହେରିକ୍-ଇ-ଇନସାଫ୍ (ପିଟିଆଇ) ବିରୋଧ ପଦଯାତ୍ରାର ସପ୍ତମ ଦିନ ।

ଏହା ବି ପଢ଼ନ୍ତୁ: T20 World Cup 2022: ଭାରତ ଓ ପାକିସ୍ତାନ ମିଳିତ ଭାବେ ପହଞ୍ଚି ପାରିବେ କି ସେମିଫାଇନାଲ? ଏଠାରେ ଜାଣନ୍ତୁ

ଏହା ବି ପଢ଼ନ୍ତୁ: IND vs ZIM: ପାକିସ୍ତାନ ଅଭିନେତ୍ରୀଙ୍କ 'ଭୀଷ୍ମ ପ୍ରତିଜ୍ଞା'! ଭାରତକୁ ହରାଇଲେ ଜିମ୍ବାୱେକୁ ଦେବେ ଏହି ଅମୁଲ୍ୟ ଉପହାର

ଏହା ବି ପଢ଼ନ୍ତୁ: Ind Vs Ban: ଭାରତ ବିଜୟର ପରଦା ପଛରେ ନାୟକ ଥିଲେ ରଘୁ! ଜାଣନ୍ତୁ ବାଉଣ୍ଡ୍ରି ବାହାରେ ରହି କରିଥିଲେ କେଉଁ କାମ?

 

Read More
{}{}