Hindi News >>Home >>Odisha Sports

ଜେଜେମା’ଙ୍କ ନିଧନରେ ଭାଙ୍ଗିପଡ଼ିଥିଲେ ଏହି ଖେଳାଳି; କରିଥିଲେ 'ଭୀଷ୍ମ ପ୍ରତିଜ୍ଞା', ଟିମ୍ ଇଣ୍ଡିଆ ପାଇଁ ଖେଳି ପୂରଣ କଲେ ବାପାଙ୍କ ଇଚ୍ଛା

Axar Patel: ଦିଓ ସେ ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟରେ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ । କିନ୍ତୁ ସେ ପ୍ରଥମ ଇନିଂସରେ ୮୪ ରନ ସ୍କୋର କରିଥିଲେ । ଯଦିଓ ସେ ଏକ ଶତକୀୟ ସ୍କୋଜେଜେମା’ଙ୍କ ନିଧନରେ ଭାଙ୍ଗିପଡ଼ିଥିଲେ ଏହି ଖେଳାଳି; କରିଥିଲେ 'ଭୀଷ୍ମ ପ୍ରତିଜ୍ଞା', ଟିମ୍ ଇଣ୍ଡିଆ ପାଇଁ ଖେଳି ପୂରଣ କଲେ ବାପାଙ୍କ ଇଚ୍ଛାର କରିପାରିନଥିଲେ । କିନ୍ତୁ ସପ୍ତମ ୱିକେଟ୍ ପାଇଁ ରବିନ୍ଦ୍ର ଜାଡେଜାଙ୍କ ସହ ୮୮ ରନର ପାର୍ଟନରଶିପ୍ କରି ଦଳର ବିଜୟ ପାଇଁ ମୂଳଦୁଆ ପକାଇଥିଲା । 

Advertisement
ଜେଜେମା’ଙ୍କ ନିଧନରେ ଭାଙ୍ଗିପଡ଼ିଥିଲେ ଏହି ଖେଳାଳି; କରିଥିଲେ 'ଭୀଷ୍ମ ପ୍ରତିଜ୍ଞା', ଟିମ୍ ଇଣ୍ଡିଆ ପାଇଁ ଖେଳି ପୂରଣ କଲେ ବାପାଙ୍କ ଇଚ୍ଛା
Stop
Zee Odisha Desk|Updated: Mar 12, 2023, 06:32 AM IST

Axar Patel, IND vs AUS 2nd Test: ଭାରତୀୟ କ୍ରିକେଟ ଦଳର ଷ୍ଟାର୍ ଅଲରାଉଣ୍ଡର ଅକ୍ସର ପଟେଲ (Axar Patel) ଟେଷ୍ଟ, ଦିନିକିଆ ଏବଂ T20 ଫର୍ମାଟରେ ନିଜ ସୁଯୋଗର ସଂପୂର୍ଣ୍ଣ ଲାଭ ଉଠାଉଛନ୍ତି । ଯଦିଓ ସେ ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟରେ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ । କିନ୍ତୁ ସେ ପ୍ରଥମ ଇନିଂସରେ ୮୪ ରନ ସ୍କୋର କରିଥିଲେ । ଯଦିଓ ସେ ଏକ ଶତକୀୟ ସ୍କୋର କରିପାରିନଥିଲେ । କିନ୍ତୁ ସପ୍ତମ ୱିକେଟ୍ ପାଇଁ ରବିନ୍ଦ୍ର ଜାଡେଜାଙ୍କ ସହ ୮୮ ରନର ପାର୍ଟନରଶିପ୍ କରି ଦଳର ବିଜୟ ପାଇଁ ମୂଳଦୁଆ ପକାଇଥିଲା । ରବିନ୍ଦ୍ର ଜାଡେଜା ଦଳରେ ଥାଇ ମଧ୍ୟ ଯଦି ଅକ୍ସର ପଟେଲଙ୍କୁ ନାଗପୁର ଟେଷ୍ଟ ଖେଳାଉଛନ୍ତି, ତାହା ଏତିକି କହିବା ଯଥେଷ୍ଟ କି ଟିମ୍ ମ୍ୟାନେଜମେଣ୍ଟର ତାଙ୍କ ଉପରେ କେତେ ବିଶ୍ୱାସ ରହିଛି ।

ଅକ୍ସର ପଟେଲ (Axar Patel) ଙ୍କ ପାଇଁ ଟିମ୍ ଇଣ୍ଡିଆ ଯାଏ ପହଞ୍ଚିବା ଯାତ୍ରା ସଂଘର୍ଷରେ ପରିପୂର୍ଣ୍ଣ ଥିଲା । ଆରମ୍ଭରେ ସେ କେବଳ ମଜା ପାଇଁ କ୍ରିକେଟ୍ ଖେଳୁଥିଲେ । ସେ କ୍ରିକେଟ୍ ପ୍ରତି ଅତ୍ୟନ୍ତ ଗମ୍ଭୀର ନଥିଲେ । କିନ୍ତୁ ଗୋଟିଏ ଘଟଣା ତାଙ୍କୁ ଭିତରୁ ଏତେ ଥରାଇ ଦେଇଥିଲା ଯେ ସେ ପୁଣି କ୍ରିକେଟ୍ ଉପରେ ଧ୍ୟାନ ଦେଇଥିଲେ ଓ ବାପାଙ୍କ ଏକ ଅସମ୍ପୂର୍ଣ୍ଣ ପ୍ରତିଶ୍ରୁତି ପୂରଣ କରି ଦେଖାଇଥିଲେ । ଅକ୍ସର ପଟେଲ (Axar Patel) ବ୍ରେକଫାଷ୍ଟ୍ ୱିଦ୍ ଚାମ୍ପିଅନ୍ସ ଶୋ'ରେ ଏହି ଘଟଣାର ଖୁଲାସା କରିଥିଲେ । ଏହି ଅଲରାଉଣ୍ଡର କ୍ରିକେଟର ହେବା ପଛରେ ସେହି ଘଟଣାର ଏକ ବଡ଼ ହାତ ରହିଛି ।

ଏହି ଶୋ’ରେ ଅକ୍ସର ପଟେଲ (Axar Patel) କହିଥିଲେ ଯେ, "ଘରର ଛୋଟ ଥିବାରୁ ଜେଜେମା' ତାଙ୍କୁ ବହୁତ ଭଲ ପାଉଥିଲେ । ସେ ମୋତେ କୌଣସି ଘରୋଇ କାମ କରିବାକୁ ଦେଉ ନଥିଲେ । ମୋର ଭଉଣୀ କିମ୍ବା ଅନ୍ୟ କଜିନ ସେହି କାମ କରୁଥିଲେ । ସେ ଏହା ମଧ୍ୟ କହୁଥିଲେ କି ସେ ବହୁତ ଛୋଟ । ସେ କିପରି କାମ କରିବ? ସେଥିପାଇଁ ତାଙ୍କ ସହିତ ମୋର ଏକ ବିଶେଷ ସମ୍ପର୍କ ଥିଲା । ଯେତେବେଳେ ବି ମୁଁ କ୍ରିକେଟ୍ କିଟ୍ ସହିତ ମ୍ୟାଚ୍ ପାଇଁ ଘରୁ ବାହାରକୁ ଯାଉଥିଲି, ମୋ ଜେଜେ ମା’ମୋତେ ପଚାରିଥିଲେ ଯେ ବର୍ତ୍ତମାନ ଏହା ଟିଭିରେ ଦେଖାଯିବ ।"

ଅଲରାଉଣ୍ଡର ଅକ୍ସର ପଟେଲ (Axar Patel) ଏହି ସାକ୍ଷାତକାରରେ ଆହୁରି କହିଛନ୍ତି ଯେ, "ମୁଁ ସେପର୍ଯ୍ୟନ୍ତ ଅଣ୍ଡର-16 ଓ ରାଜ୍ୟ ଦଳ ପାଇଁ ଖେଳିଥିଲି । କିନ୍ତୁ କ୍ରିକେଟର ହିଁ ହେବାର ଥିଲା, ସେତେବେଳେ ମଧ୍ୟ ନିଷ୍ପତ୍ତି ନିଆଯାଇନଥିଲା । କେବଳ ମଜା ପାଇଁ ଖେଳିଲି । ଏପରି ଦିନେ ମୁଁ ଖେଡ଼ା ଓ ଗାନ୍ଧିନଗର ମଧ୍ୟରେ ମ୍ୟାଚ୍ ପାଇଁ ଗାନ୍ଧିନଗର ଯାଇଥିଲି । ସେହି ସମୟରେ ମୋର ଜେଜେମାଙ୍କର ହୃଦଘାତ ହୋଇଥିଲା ଓ ସେ ମୃତ୍ୟୁ ବରଣ କରିଥିଲେ । ମ୍ୟାଚ୍ ପାଇଁ ମୁଁ ଘରୁ ବାହାରିଥିଲି ତେଣୁ ମୋତେ କେହି ଜଣାଇଲେ ନାହିଁ । ମୁଁ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିଲି ନାହିଁ । ପରେ ଘରେ ପହଞ୍ଚିବା ପରେ ମା' କହିଥିଲେ ଯେ ଜେଜେମା'ଙ୍କ ମୃତ୍ୟୁ ପରଠାରୁ ବାପା ନୀରବ ଅଛନ୍ତି । ଏପର୍ଯ୍ୟନ୍ତ କାନ୍ଦୁନାହାଁନ୍ତି । ମୁଁ ଯାଇ ତାଙ୍କୁ ଭେଟିଲି, ସେ ମୋତେ ଆଲିଙ୍ଗନ କରି କାନ୍ଦିବାକୁ ଲାଗିଲେ । ତା’ପରେ ସେ ମୋତେ କହିଥିଲେ ଯେ ମୁଁ ଆଜି ପର୍ଯ୍ୟନ୍ତ ତୁମଠାରୁ କିଛି ମାଗି ନାହିଁ ଓ ଆଗକୁ ବି କିଛି କହିବି ନାହିଁ । କିନ୍ତୁ ମା'ଙ୍କ ଶେଷ ଇଚ୍ଛା ଥିଲା ତୁମେ ଟିଭିରେ କ୍ରିକେଟ୍ ଖେଳୁଥିବାର ଦେଖିବା ।"

ଅଧିକ ପଢ଼ନ୍ତୁ:-LIC ପଲିସି ଧାରକଙ୍କୁ ବଡ଼ ଝଟକା, ଅର୍ଥମନ୍ତ୍ରୀ କଲେ ଏହି ଘୋଷଣା!

ଅଧିକ ପଢ଼ନ୍ତୁ:-ବିରାଟ କୋହଲିଙ୍କୁ ନେଇ ଏବେ ଗାଭାସ୍କର ଦେଲେ ଏପରି ବୟାନ, ଆଶ୍ଚର୍ଯ୍ୟ ହୋଇଯିବେ ଭାରତର ପ୍ରତ୍ୟେକ କ୍ରିକେଟ ଫ୍ୟାନ୍ସ

ଅଧିକ ପଢ଼ନ୍ତୁ:-ଘଣ୍ଟା ହିସାବରେ ଭଡ଼ାରେ ପ୍ରେମିକ: ଚୀନ-ଜାପାନରେ ୩୦ ହଜାରରେ ମିଳେ ରେଣ୍ଟ ବଏଫ୍ରେଣ୍ଡ, ତ ଭାରତରେ ବି ଆରମ୍ଭ ହେଲା ଟ୍ରେଣ୍ଡ, ଜାଣନ୍ତୁ କେତେ ରହିଛି ଭଡ଼ା

 

ଏହି ଘଟଣା ବିଷୟରେ ଅକ୍ସର ପଟେଲ (Axar Patel) ଆହୁରି କହିଛନ୍ତି ଯେ, "ଏହି ଘଟଣା ମୋତେ ଭିତରୁ ହଲାଇ ଦେଇଥିଲା । ମୁଁ ସାରା ରାତି ଶୋଇ ପାରିଲି ନାହିଁ । ମୁଁ ରାତିରେ ଏହି ସଂକଳ୍ପ ନେଇଥିଲି ଯେ ବର୍ତ୍ତମାନ ଯାହା ହେଉନା କାହିଁକି, ମୁଁ ଭାରତ ପାଇଁ ଗୋଟିଏ ମ୍ୟାଚ୍ ଖେଳିବି । କିନ୍ତୁ ମୁଁ ନିଶ୍ଚିତ ଭାବେ ଖେଳିବି । ମୁଁ ସକାଳେ ଉଠି ମୋ ବାପାଙ୍କୁ ଭେଟିଲି ଓ ପ୍ରତିଜ୍ଞା କଲି ଯେ ବର୍ତ୍ତମାନ ଯାହା ହେଉନା କାହିଁକି । ମୁଁ ନିଶ୍ଚିତ ଭାବେ ଭାରତ ପାଇଁ ଖେଳିବି । ତାହା କେବଳ ଗୋଟିଏ ମ୍ୟାଚ୍ ବି ହେଉନା କାହିଁକି । ମୁଁ ବାପାଙ୍କୁ କେବଳ ଦୁଇଥର କାନ୍ଦିବାରେ ଦେଖଛି । ଗୋଟିଏ ହେଲା ଯେତେବେଳେ ମୋ ଜେଜେ ମା’ଙ୍କ ଦେହାନ୍ତ ହେଲା ଓ ଅନ୍ୟଟି ଯେତେବେଳେ ମୁଁ ଟିମ୍ ଇଣ୍ଡିଆରେ ମନୋନୀତ ହେଲି । ତା’ପରେ ମୁଁ ତାଙ୍କୁ ମନେ ପକାଇ ଦେଲି ବାପା, ମୁଁ ଆପଣଙ୍କୁ ଦେଇଥିବା ପ୍ରତିଜ୍ଞା ପୂରଣ କରିସାରିଛି । ମୁଁ ଭାରତ ପାଇଁ ଖେଳିବାକୁ ଯାଉଛି ।" 

Read More
{}{}