Hindi News >>Home >>Odisha Sports

Australian Open: ଫାଇନାଲରେ ହାରିବା ପରେ ଅବସର ଘୋଷଣା କଲେ ଏହି ଷ୍ଟାର ଟେନିସ ତାରକା

ସାନିଆ ମିର୍ଜା ଏବଂ ରୋହନ ବୋପାନ୍ନାଙ୍କ ଯୋଡି ଫାଇନାଲ ମ୍ୟାଚରେ ବ୍ରାଜିଲର ଯୋଡି ଲୁଇସା ଷ୍ଟେଫାନି ଏବଂ ରାଫେଲ ମ୍ୟାଟୋସଙ୍କୁ ଭେଟିଥିଲା।  ଏହି ମ୍ୟାଚରେ ଭାରତୀୟ ଯୋଡ଼ି ୬-୭,୨-୬ ବ୍ୟବଧାନରେ ପରାୟଜ ବରଣ କରିଥିଲେ। ଏହା ପୂର୍ବରୁ ଭାରତୀୟ ଯୋଡ଼ି ସେମିଫାଇନାଲରେ ଦେସିରା କ୍ରାଜିକ ଓ ନିଲ ସ୍କୁପସ୍କିଙ୍କ ଯୋଡ଼ିକୁ  ୭-୬(୫), ୬-୭(୫) ଓ ୧୦-୬ ପଏଣ୍ଟରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।

Advertisement
Australian Open: ଫାଇନାଲରେ ହାରିବା ପରେ ଅବସର ଘୋଷଣା କଲେ ଏହି ଷ୍ଟାର ଟେନିସ ତାରକା
Stop
Zee Odisha Desk|Updated: Jan 27, 2023, 10:30 AM IST

ନୂଆଦିଲ୍ଲୀ: ଭାରତର ଟେନିସ୍ ତାରକା (Indian Tennis Star) ସାନିଆ ମିର୍ଜା (Sania Mirza) ବର୍ତ୍ତମାନ ଆନୁଷ୍ଠାନିକ ଭାବେ ଅବସର ନେଇଛନ୍ତି। ଅଷ୍ଟ୍ରେଲିୟ ଓପନର (Australian Open) ମିକ୍ସଡ ଡବଲ୍ସ (Mixed Doubles) ଫାଇନାଲରେ (Final Match) ହାରିଯିବା ପରେ ସାନିଆ ମିର୍ଜାଙ୍କ (Sania Mirza) ଏକ ଦମଦାର କ୍ୟାରିୟର (career) ଶେଷ ହୋଇଥିଲା। ମ୍ୟାଚ ପରେ ସାନିଆ ମିର୍ଜା (Sania Mirza) ବହୁ ମାତ୍ରାରେ ଭାବପ୍ରବଣ ହୋଇଥିଲେ। ସାନିଆ (Sania Mirza) କହିଛନ୍ତି ଯେ ତାଙ୍କ ପାଇଁ ଏହି ସୁଯୋଗ ଅତ୍ୟନ୍ତ ସ୍ୱତନ୍ତ୍ର କାରଣ ସେ ମେଲବୋର୍ଣ୍ଣରୁ (Melbourne) ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ସେ ତାଙ୍କ କରିୟରର ଶେଷ ମ୍ୟାଚ ମଧ୍ୟ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଖେଳିଛନ୍ତି। 

ଅଷ୍ଟ୍ରେଲିଆ ଓପନ୍ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ହେବ ବୋଲି ସାନିଆ ପୂର୍ବରୁ ଘୋଷଣା କରିଥିଲେ। ମହିଳା ଡବଲ୍ସରେ ସେ ଦ୍ୱିତୀୟ ରାଉଣ୍ଡରେ ପରାଜୟ ସହିତ ବାଦ ପଡ଼ିଥିଲେ। ମିଶ୍ରିତ ଡବଲ୍ସରେ ସେ ରୋହନ ବୋପାନ୍ନାଙ୍କ ସହ ଖେଳି ଫାଇନାଲରେ ପ୍ରବେଶ କରିଥିଲେ। ତେବେ ଫାଇନାଲରେ ପରାଜୟ ସହିତ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲେ। କିନ୍ତୁ ବିଜୟ ସହିତ ବିଦାୟ ନେବାର ସ୍ୱପ୍ନ ଏହି ପରାଜୟ ଭାଙ୍ଗିଦେଇଥିଲା। ଶେଷ ମ୍ୟାଚ ପରେ ସାନିଆ ମିର୍ଜା ବହୁତ ଭାବପ୍ରବଣ ହୋଇ ପଡ଼ିଥିଲେ। ଯେତେବେଳେ ସେ କହିବାକୁ ଆସିଲେ, ତାଙ୍କ ଗଳା ସମ୍ପୂର୍ଣ୍ଣ ଭାରି ହୋଇ ପଡ଼ିଥିଲା। ଏହା ସହିତ ସେ ଟେନିସ କୋର୍ଟରେ କାନ୍ଦି ପକାଇଥିଲେ। 

ଏହି ଅବସରରେ ସାନିଆ କହିଥିଲେ କି ମେଲବର୍ଣ୍ଣରେ ମୋର ବୃତ୍ତିଗତ କ୍ୟାରିୟର ଆରମ୍ଭ ହୋଇଥିଲା। ସେ ଏହା କହିବା ମାତ୍ରେ କାନ୍ଦି ଉଠିଥିଲେ। କୌଣସି ପ୍ରକାରେ ନିଜକୁ ନିୟନ୍ତ୍ରଣ କରିବା ପରେ ସାନିଆ ଆହୁରି ମଧ୍ୟ କହିଥିଲେ, 'ଯେତେବେଳେ ମୁଁ ୨୦୦୫ରେ ତୃତୀୟ ରାଉଣ୍ଡରେ ସେରେନା ୱିଲିୟମ୍ସଙ୍କ ସମ୍ମୁଖରେ ଖେଳିବା ଆରମ୍ଭ କରିଥିଲି, ସେତେବେଳେ ମୋତେ ୧୮ ବର୍ଷ ହୋଇଥିଲା। ସେହି ସମୟରେ ଖେଳିବା ମୋ ପାଇଁ କଳ୍ପନା ବାହାରେ ରହିଥିଲା। କିନ୍ତୁ ମୁଁ ବାରମ୍ବାର ଏଠାକୁ ଆସି କିଛି ଟୁର୍ଣ୍ଣାମେଣ୍ଟ ଜିତିଲି। ମୋର କ୍ୟାରିୟର ଶେଷ କରିବାକୁ ମୁଁ ଏକ ଭଲ ସ୍ଥାନ ପାଇପାରିଲି ନାହିଁ ବୋଲି କହିଥିଲେ।

ସାନିଆ ମିର୍ଜା ଏବଂ ରୋହନ ବୋପାନ୍ନାଙ୍କ ଯୋଡି ଫାଇନାଲ ମ୍ୟାଚରେ ବ୍ରାଜିଲର ଯୋଡି ଲୁଇସା ଷ୍ଟେଫାନି ଏବଂ ରାଫେଲ ମ୍ୟାଟୋସଙ୍କୁ ଭେଟିଥିଲା।  ଏହି ମ୍ୟାଚରେ ଭାରତୀୟ ଯୋଡ଼ି ୬-୭,୨-୬ ବ୍ୟବଧାନରେ ପରାୟଜ ବରଣ କରିଥିଲେ। ଏହା ପୂର୍ବରୁ ଭାରତୀୟ ଯୋଡ଼ି ସେମିଫାଇନାଲରେ ଦେସିରା କ୍ରାଜିକ ଓ ନିଲ ସ୍କୁପସ୍କିଙ୍କ ଯୋଡ଼ିକୁ  ୭-୬(୫), ୬-୭(୫) ଓ ୧୦-୬ ପଏଣ୍ଟରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।

Also Read: ମ୍ୟାଚ ପୂର୍ବରୁ ଦ୍ରାବିଡ଼ ନୁହେଁ, ଏହି ପୂର୍ବତନ ଖେଳାଳିଙ୍କ ଠାରୁ ହାର୍ଦ୍ଦିକ ନେଲେ ଗୁରୁମନ୍ତ୍ର, ଦେଖନ୍ତୁ ଭିଡ଼ିଓ

Also Read: IND vs NZ 1st T20 Playing XI:ଏପରି ହେବ ଭାରତୀୟ ଯୁବ ବାହିନୀର ପ୍ଲେଇଂ ଇଲେଭେନ

Also Read: IND vs NZ: ପୃଥ୍ଵୀ ଶ' ନା ଶୁବମାନ ଗିଲ, କିଏ କରିବେ ପ୍ରଥମ ଟି-୨୦ରେ ଓପନିଂ?

Read More
{}{}