Hindi News >>Home >>Odisha Sports

Asian Para Games 2023: ପ୍ରମୋଦ ଭଗତଙ୍କୁ ୨ କୋଟି ଦେବେ ରାଜ୍ୟ ସରକାର

Asian Para Games 2023: ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରା ବ୍ୟାଡମିଣ୍ଟନ ଏସି, ପ୍ରମୋଦ ଭଗତ ପାଇଁ ୨ କୋଟି ଟଙ୍କା ଘୋଷଣା କରିଛନ୍ତି ।

Advertisement
Asian Para Games 2023: ପ୍ରମୋଦ ଭଗତଙ୍କୁ ୨ କୋଟି ଦେବେ ରାଜ୍ୟ ସରକାର
Stop
Soubhagya Ranjan Mishra|Updated: Oct 27, 2023, 07:48 PM IST

Asian Para Games 2023: ପାରା ଏସିଆନ୍ ଗେମ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶାର ପ୍ରମୋଦ ଭଗତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen patnaik) ୨ କୋଟି ଟଙ୍କା ନଗଦ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଚୀନ୍‌ରେ ଚାଲିଥିବା ଏସୀୟ ପାରା ଗେମ୍ସରେ ପାରା ବ୍ୟାଡମିଣ୍ଟନ୍ ପୁରୁଷ ସିଙ୍ଗଲ୍ସ SL3 ଇଭେଣ୍ଟରେ ପ୍ରମୋଦ ଭଗତ (pramod bhagat) ଆଜି ସ୍ୱର୍ଣ୍ଣ ଜିତିଛନ୍ତି। ତାଙ୍କ ସାଥୀ ନୀତେଶ କୁମାରଙ୍କ ବିରୋଧରେ କଡ଼ା ସଂଘର୍ଷ ପରେ ପ୍ରମୋଦ ସ୍ୱର୍ଣ୍ଣ ପାଇଥିଲେ। 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପ୍ରମୋଦ ସର୍ବୋତ୍ତମ ପ୍ରତିଯୋଗୀ ଏବଂ ତାଙ୍କ ନିଷ୍ଠା ଯେଗୁ ଏହି ସଫଳତା ମିଳିଛି ତେଣୁ ମୁଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ମୁଁ ନିଶ୍ଚିତ ଯେ, ସେ ପ୍ୟାରିସ ୨୦୨୪ ପାରାଲିମ୍ପିକ୍ସରେ ଆମକୁ ଗର୍ବିତ କରିବେ। ପ୍ୟାରିସ୍ ୨୦୨୪ ପାରାଲିମ୍ପିକ୍ ଗେମ୍ସ ପୂର୍ବରୁ ପ୍ରମୋଦ ଭଗତଙ୍କୁ ସମସ୍ତ ପ୍ରକାର ସମର୍ଥନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନିଶ୍ଚିତ କରିଛନ୍ତି।

ଏହି ବିଜୟ ପରେ ପ୍ରମୋଦ ଭଗତ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ୟାରିସ ପାଇଁ ତାଙ୍କ ପ୍ରସ୍ତୁତିରେ ଏସୀୟ ପାରା ଗେମ୍ସ ଭଲ ହେବ ବୋଲି ମତ ଦେଇଛନ୍ତି। ସେ କହିଛନ୍ତି, "ମୁଁ ପାଇଥିବା ବିପୁଳ ସମର୍ଥନ ପାଇଁ ମୁଁ ଗଭୀର କୃତଜ୍ଞତା ଜଣାଉଛି । ବିଶେଷ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଁ ଧନ୍ୟବାଦ ଦେଉଛି । ଏସୀୟ ପାରା ଗେମ୍ସରେ ମୁଁ ଗର୍ବର ସହିତ ତିନୋଟି ଇଭେଣ୍ଟରେ ତିନୋଟି ପଦକ ହାସଲ କରିଛି, ଗୋଟିଏ ସ୍ୱର୍ଣ୍ଣ ଏବଂ ଦୁଇଟି ବ୍ରୋଞ୍ଜ। ଏହି ବିଜୟ ୨୦୨୪ ରେ ପ୍ୟାରିସ୍ ଅଲିମ୍ପିକ୍ ଗେମ୍ସ ଅଭିମୁଖେ ଯାତ୍ରା ପାଇଁ ପ୍ରେରଣା ଯୋଗାଇବ ।

Also Read- Flipkart Sale: ଫ୍ଲିପକାର୍ଟରୁ ୧ଲକ୍ଷ ଟଙ୍କାର ଟିଭି ଅର୍ଡର କଲେ ଗ୍ରାହକ, କିନ୍ତୁ ବାହାରିଲା...

Also Read- SBI Clerk Recruitment 2023: ସରକାରୀ ଚାକିରି ପାଇଁ ଆସୁଛି ସୁବର୍ଣ୍ଣ ସୁଯୋଗ

Read More
{}{}