Hindi News >>Home >>Odisha Sports

PAK vs NEP: ପ୍ରଥମ ମ୍ୟାଚ୍ ପାଇଁ ପ୍ଲେଇଂ ଇଲେଭେନ୍ ଘୋଷଣା କଲା ପାକିସ୍ତାନ, ଏହି ଖେଳାଳିମାନେ ପାଇଲେ ସ୍ଥାନ

PAK vs NEP: ଏସିଆ କପ୍ ୨୦୨୩ ର ନେପାଳ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନ ନିଜର ପ୍ଲେଇଂ ଇଲେଭେନ ଘୋଷଣା କରିଛି । ବାବର ଆଜମଙ୍କ (Babar Azam) ନେତୃତ୍ୱରେ ପାକିସ୍ତାନୀ ଦଳରେ ଅଲରାଉଣ୍ଡର ଶାଦବ ଖାନ ଉପ-ଅଧିନାୟକ ଭୂମିକାରେ ରହିବେ ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Aug 29, 2023, 10:38 PM IST

Pakistan Playing XI: ଏସିଆ କପ୍ ୨୦୨୩ ର (Asia Cup 2023) ପ୍ରଥମ ମ୍ୟାଚ୍ ବୁଧବାର ଦିନ ଖେଳାଯିବ । ପ୍ରଥମ ମ୍ୟାଚରେ ନେପାଳ ପାକିସ୍ତାନକୁ (Pakistan Vs Nepal) ଭେଟିବ । ପାକିସ୍ତାନ ଓ ନେପାଳ ମଧ୍ୟରେ ଏହି ମ୍ୟାଚ୍ ମୁଲତାନରେ (Multan) ଖେଳାଯିବ । ଏଥି ସହିତ, ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୩ ଟାରୁ ଆରମ୍ଭ ହେବ । ତେବେ ନେପାଳ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନ ପ୍ଲେଇଂ ଇଲେଭେନ ଘୋଷଣା କରିଛି । ବାବର ଆଜମଙ୍କ (Babar Azam) ନେତୃତ୍ୱରେ ପାକିସ୍ତାନୀ ଦଳରେ ଅଲରାଉଣ୍ଡର ଶାଦବ ଖାନଙ୍କୁ ଉପ-ଅଧିନାୟକ କରାଯାଇଛି ।

ପାକିସ୍ତାନର ପ୍ଲେଇଂ ଇଲେଭେନରେ ଏହି ଖେଳାଳି ମାନେ ପାଇଲେ ସ୍ଥାନ 
ପାକିସ୍ତାନର ପ୍ଲେଇଂ ଇଲେଭେନରେ ଓପନର୍ ଭାବରେ ଫଖର ଜମାନ ଓ ଇମାମ-ଉଲ-ହକଙ୍କୁ ଚୟନ କରାଯାଇଛି । ଏଥି ସହିତ ମହମ୍ମଦ ରିଜୱାନ ପ୍ଲେଇଂ ଇଲେଭେନରେ ଏହି ଦଳରେ ୱିକେଟ୍ କିପର ଭୂମିକାରେ ରହିବେ । ପାକିସ୍ତାନୀ ମିଡିଲ ଅର୍ଡରରେ ସଲମାନ ଅଲ୍ଲି ଆଗା, ଇଫ୍ତିଖାର ଅହମ୍ମଦ, ମହମ୍ମଦ ନୱାଜଙ୍କ ଭଳି ଖେଳାଳି ରହିବେ । ଦ୍ରୁତ ବୋଲରଙ୍କ ବିଷୟରେ କଥାବାର୍ତ୍ତା କଲେ ନାସିମ ଶାହାଙ୍କ ବ୍ୟତୀତ ଶାହିନ୍ ଆଫ୍ରିଦି ଓ ହରିସ୍ ରାଉଫଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି ।

ଏହା ରହିଛି ନେପାଳ ବିପକ୍ଷରେ ପାକିସ୍ତାନର ପ୍ଲେଇଂ ଇଲେଭେନ୍-
ବାବର ଆଜାମ (ଅଧିନାୟକ), ଶଦାବ ଖାନ (ଉପ-ଅଧିନାୟକ), ଫଖର ଜମାନ, ଇମାମ-ଉଲ-ହକ, ସଲମାନ ଆଗା, ଇଫ୍ତିଖାର ଅହମ୍ମଦ, ମହମ୍ମଦ ରିଜୱାନ (ୱିକେଟ କିପର), ମହମ୍ମଦ ନୱାଜ, ନାସିମ ଶାହା, ଶାହିନ ଶାହ ଆଫ୍ରିଦି ଓ ହରିସ ରୌଫ ।

ଏଥିସହିତ ଭାରତୀୟ ଦଳ ୨ ସେପ୍ଟେମ୍ବରରେ ପଡ଼ିଆକୁ ନେବ । ଭାରତ ସାମ୍ନାରେ ପ୍ରଥମ ମ୍ୟାଚରେ ବାବର ଆଜାମଙ୍କ ଅଧିନାୟକତ୍ୱରେ ପ୍ରାୟତ ଏହି ପାକିସ୍ତାନୀ ଦଳ ରହିବ । ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ କାଣ୍ଡିରେ ଖେଳାଯିବ । ଭାରତ ଓ ପାକିସ୍ତାନ ବ୍ୟତୀତ ଗ୍ରୁପ୍-ଏରେ ନେପାଳର ଏକ ଦଳ ଅଛନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ ଭାରତୀୟ ଦଳ ନେପାଳ ସହିତ ଖେଳିବ । ଉଭୟ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୩ ଟାରୁ ଆରମ୍ଭ ହେବ ।

ଏହା ବି ପଢ଼ନ୍ତୁ: KL Rahul Ruled Out: ବିଶ୍ୱକପ୍ ୨୦୨୩ ରୁ ବାଦ ପଡିବେ କେ.ଏଲ୍ ରାହୁଲ? ୩ ସେପ୍ଟେମ୍ବରରେ ହେବ ଟିମ୍ ଇଣ୍ଡିଆର ଘୋଷଣା

ଏହା ବି ପଢ଼ନ୍ତୁ: Virat Kohli: ଏସିଆ କପରେ ଇତିହାସ ରଚିବେ କୋହଲି, ଏପରି କରିବାରେ ହେବେ ଭାରତର ଦ୍ୱିତୀୟ ତଥା ବିଶ୍ୱର ପଞ୍ଚମ ବ୍ୟାଟ୍ସମ୍ୟାନ୍ 

 

Read More
{}{}