Hindi News >>Home >>Odisha Sports

Asia Cup 2023 କୁ ନେଇ ଶେଷରେ ବିସିସିଆଇ ଆଗରେ ମଥାନତ ହେଲା PCB

Asia Cup 2023: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ପାକିସ୍ତାନରେ ହେବାକୁ ଥିବା ଏସିଆ କପ୍ ୨୦୨୩ ର ସମସ୍ତ ମ୍ୟାଚ୍ ନ ଖେଳା ଯିବାକୁ ନେଇ ଶେଷରେ ବିସିସିଆଇ (BCCI) ଆଗରେ ମଥାନତ ହୋଇଛି । ବର୍ତ୍ତମାନ ଭାରତ ଏସିଆ କପ୍ ୨୦୨୩ ର ସମସ୍ତ ମ୍ୟାଚ୍ ଏକ ନିରପେକ୍ଷ ସ୍ଥାନରେ ଖେଳିପାରେ ।

Advertisement
ସାଙ୍କେତିକ ଛବି
Stop
Jagdish Barik|Updated: Apr 21, 2023, 08:02 PM IST

Asia Cup 2023: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଶୁକ୍ରବାର ଦିନ ନିରପେକ୍ଷ ସ୍ଥାନରେ ଭାରତର ମ୍ୟାଚ୍ ଆୟୋଜିତ ହେବା ସହ ଏସିଆ କପ୍ (Asia Cup 2023) ଆୟୋଜନ କରିବାକୁ ଏସିଆନ୍ କ୍ରିକେଟ୍ ପରିଷଦ (ACC) କୁ ପ୍ରସ୍ତାବ ଦେଇଛି । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (BCCI) ସ୍ପଷ୍ଟ ଭାବରେ କହିଥିଲା ଯେ ଏସିଆ କପ୍ ୨୦୨୩ ରେ ଭାଗ ନେବାକୁ ଭାରତ ପାକିସ୍ତାନ ଯିବ ନାହିଁ । ଏହାପୂର୍ବରୁ PCB ଏ ବିଷୟରେ ସହମତ ନଥିଲା, କିନ୍ତୁ ନଜମ ସେଠୀ ଏବେ ବିସିସିଆଇ ଆଗରେ ମୁଣ୍ଡ ନୁଆଁଇଥିବାର ନଜର ଆସିଛନ୍ତି । ପିସିବି ମୁଖ୍ୟ ନଜମ ସେଠୀ (Najam Sethi) କହିଛନ୍ତି ଯେ ସେ ଏହି ପ୍ରସ୍ତାବକୁ ଏସିସି ପଠାଇଛନ୍ତି । ଏଥିରେ ଭାରତ ନିରପେକ୍ଷ ସ୍ଥାନରେ ମ୍ୟାଚ୍ ଖେଳିବାବେଳେ ବାକି ଦଳ ପାକିସ୍ତାନରେ (Pakistan) ଖେଳିବେ ।

ଦୁଇ ଦେଶ ମଧ୍ୟରେ ରାଜନୌତିକ ତିକ୍ତତା କାରଣରୁ ବିସିସିଆଇ ପାକିସ୍ତାନ ଯିବାକୁ ମନା କରିଦେଇଥିଲା ଓ ଏସିଆ କପ୍ ଟୁର୍ଣ୍ଣାମେଣ୍ଟକୁ ଏକ ନିରପେକ୍ଷ ସ୍ଥାନକୁ ସ୍ଥାନାନ୍ତର କରିବାକୁ କହିଥିଲେ । ନଜମ ସେଠୀ କହିଛନ୍ତି ଯେ 'ଆମେ ଏହାକୁ ଏକ 'ହାଇବ୍ରିଡ୍ ମଡେଲ୍'ରେ ରଖିବାକୁ ସ୍ଥିର କରିଛୁ, ଯେଉଁଠାରେ ପାକିସ୍ତାନ ନିଜ ଗ୍ରାଉଣ୍ଡରେ ଏସିଆ କପ୍ ମ୍ୟାଚ୍ ଖେଳିବ ଓ ଭାରତ ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳିବ । ଏସିଆନ କ୍ରିକେଟ୍ ପରିଷଦ ପାଇଁ ଏହା ଆମର ପ୍ରସ୍ତାବ ।'

ସେପ୍ଟେମ୍ବର ୨ ରୁ ୧୭ ପର୍ଯ୍ୟନ୍ତ ଏସିଆ କପ୍ ଆୟୋଜିତ ହେବାକୁ ପ୍ରସ୍ତାବ ଦିଆଯାଇଛି, ଯେଉଁଥିରେ ୬ଟି ଦଳ ଅଂଶଗ୍ରହଣ କରିବେ । ତେବେ ସ୍ଥାନଗୁଡିକ ଉପରେ ଅନିଶ୍ଚିତତା ଯୋଗୁଁ ମ୍ୟାଚଗୁଡିକର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ପାକିସ୍ତାନ ଓ ଭାରତ ବ୍ୟତୀତ ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ ସହିତ ଏକ ଯୋଗ୍ୟତା ଦଳ ଏସିଆ କପରେ ଅଂଶଗ୍ରହଣ କରିବେ । ନେପାଳରେ ଏହି ଯୋଗ୍ୟତା ଟୁର୍ଣ୍ଣାମେଣ୍ଟ ବର୍ତ୍ତମାନ ଜାରି ରହିଛି ।

ଆସନ୍ତା ମାସରେ ସାଂଘାଇ ସହଯୋଗ ସଂଗଠନ (SCO) ପରିଷଦ ବୌଠକ ପାଇଁ ପାକିସ୍ତାନର ବୌଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜାରଦାରୀଙ୍କ ଭାରତ ଗସ୍ତରୁ ସେଠୀଙ୍କର ବହୁତ ଆଶା ରହିଛି । ସେ ଆଶା କରିଛନ୍ତି ଯେ ବୌଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୋଆ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ କରିବାରେ ସହାୟକ ହେବ । ସେଠୀ କହିଛନ୍ତି, “ଆମକୁ କୁହାଯାଇଛି ଯେ ସମ୍ପର୍କ ସ୍ୱାଭାବିକ ହୋଇପାରିବ । ଯଦି ଏହା ଘଟେ ତେବେ ଭାରତ ୨୦୨୫ ରେ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫିରେ ଭାଗ ନେବାକୁ ବିଚାର କରିବ । ଏକ ନିରପେକ୍ଷ ସ୍ଥାନରେ ଏସିଆ କପ୍ ଖେଳିବା ସହିତ ବିଶ୍ୱକପ ପାଇଁ ଭାରତ ଯିବାକୁ ଆମକୁ ପରାମର୍ଶ ଦିଆଯାଇଛି । ତେବେ ସେ ଏହି କହି ନାହାଁନ୍ତି ଯେ ଏହି ପରାମର୍ଶ କିଏ ଦେଇଛି ।

ଏହା ବି ପଢ଼ନ୍ତୁ: Pakistan Currency: ଭାରତର ନୋଟରେ ଲେଖାଯାଇଛି 'ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ', କିନ୍ତୁ ଆପଣ ଜାଣନ୍ତି କି ପାକିସ୍ତାନୀ କ’ଣ ଲେଖିଛନ୍ତି?

ଏହା ବି ପଢ଼ନ୍ତୁ: IPL 2023 ମଝିରେ ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ହେଲା ସର୍ଜରୀ, WTC ଫାଇନାଲରୁ ହେଲେ ବାହାର

Read More
{}{}