Hindi News >>Home >>Odisha Sports

Asia Cup 2022: ରବିବାର ଦୁଲୁକିବ ଦୁବାଇ, ପୁଣି ଭାରତ-ପାକିସ୍ତାନ ମଧ୍ୟରେ ହେବ ମହାଲଢ଼େଇ

Asia Cup 2022 Ind vs Pak: ଏସିଆ କପ୍ ୨୦୨୨ରେ ହଂକଂ ଦଳ ପାକିସ୍ତାନ ବିପକ୍ଷରେ ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛି। ୨୦ ଓଭରରେ ପାକିସ୍ତାନର ୧୯୩ ରନ୍ ଜବାବରେ ହଂକଂର ଦଳ ମାତ୍ର ୩୮ ରନ୍ କରି ଅଲଆଉଟ ହୋଇଛି। ପାକିସ୍ତାନ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଏହା ସର୍ବନିମ୍ନ ସ୍କୋର। ଏହାପୂର୍ବରୁ ୨୦୧୮ ମସିହାରେ କରାଚିରେ ୱେଷ୍ଟଇଣ୍ଡିଜ୍, ପାକିସ୍ତାନ ବିପକ୍ଷରେ ମାତ୍ର ୬୦ ରନ କରିଥିଲା। 

Advertisement
Asia Cup 2022: ରବିବାର ଦୁଲୁକିବ ଦୁବାଇ, ପୁଣି ଭାରତ-ପାକିସ୍ତାନ ମଧ୍ୟରେ ହେବ ମହାଲଢ଼େଇ
Stop
Zee Odisha Desk|Updated: Sep 03, 2022, 11:03 AM IST

Asia Cup 2022, ନୂଆଦିଲ୍ଲୀ: ଏସିଆ କପ- ୨୦୨୨ରେ ପୁଣି ଥରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାଲଢେଇ ହେବ। ରବିବାର ସୁପର-୪ର ଦ୍ୱିତୀୟ ମ୍ୟାଚରେ ଏହି ପାରମ୍ପାରିକ ପ୍ରତିଦ୍ୱନ୍ଦି ଭେଟାଭେଟି ହେବେ। ତେବେ ଚଳିତ ଏସିଆ କପରେ ଦ୍ୱିତୀୟ ଥର ପାଇଁ ପାକିସ୍ତାନ ବିପକ୍ଷରେ ଭାରତ ଖେଳିବ। ଶୁକ୍ରବାର ହଂକଂକୁ ପାକିସ୍ତାନ ପରାସ୍ତ କରି ସୁପର-୪ରେ ପ୍ରବେଶ କରିଛି। ମାତ୍ର ୩୮ ରନରେ ହଂକଂ ଅଲଆଉଟ୍ ହୋଇଥିଲା। ସାରଜା ଷ୍ଟଡିୟମରେ ଟସ ଜିତି ହଂକଂ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଏସିଆ କପ୍ ୨୦୨୨ରେ ହଂକଂ ଦଳ ପାକିସ୍ତାନ ବିପକ୍ଷରେ ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛି। ୨୦ ଓଭରରେ ପାକିସ୍ତାନର ୧୯୩ ରନ୍ ଜବାବରେ ହଂକଂର ଦଳ ମାତ୍ର ୩୮ ରନ୍ କରି ଅଲଆଉଟ ହୋଇଛି। ପାକିସ୍ତାନ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଏହା ସର୍ବନିମ୍ନ ସ୍କୋର। ଏହାପୂର୍ବରୁ ୨୦୧୮ ମସିହାରେ କରାଚିରେ ୱେଷ୍ଟଇଣ୍ଡିଜ୍, ପାକିସ୍ତାନ ବିପକ୍ଷରେ ମାତ୍ର ୬୦ ରନ କରିଥିଲା। ଏଥି ସହିତ ନ୍ୟୁଜିଲ୍ୟାଣ୍ଡ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି। ୨୦୧୦ ମସିହାରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ଦଳ ଖ୍ରୀଷ୍ଟଚର୍ଚରେ ମାତ୍ର ୮୦ ରନ୍ କରିବାରେ ସଫଳ ହୋଇଥିଲା। ସେହିପରି ୨୦୧୮ ମସିହାରେ ସ୍କଟଲ୍ୟାଣ୍ଡର ଦଳ ପାକିସ୍ତାନ ବିପକ୍ଷରେ ୮୨ ରନ୍ ସଂଗ୍ରହ କରି ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛି।

Also Read: Asia Cup 2022: ସୁପର-୪ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ

ଶୁକ୍ରବାର ମ୍ୟାଚରେ ହଂକଂ ଦଳ ପାକିସ୍ତାନ ଦେଇଥିବା ୧୯୪ର ଲକ୍ଷ୍ୟକୁ ଗୋଡ଼ାଇ ୧୦.୪ ଓଭରରେ ମାତ୍ର ୩୮ ରନ୍କୁ କରିଛି। କ୍ୟାପଟେନ ନିଜକତ ଖାନ ଏବଂ ୟାସିମ ମୁର୍ତାଜା ଦଳର ଓପନର ଥିଲେ। ନିଜାକତ ମାତ୍ର ୮ ରନ୍ କରି ଆଉଟ ହୋଇଥିଲେ ଏବଂ ମୁର୍ତାଜା ୨ ରନ୍ ସଂଗ୍ରହ କରିଥିଲେ। ବାବର ହାୟାତ୍ ଖାତା ଖୋଲି ପାରିନଥିଲେ। କିଞ୍ଚିତ ଶାହା ୧୦ଟି ବଲରେ ୬ ରନ୍ ସଂଗ୍ରହ କରିଥିଲେ। ଏହିପରି ଭାବରେ ହଂକଂ ଉପରେ ପାକିସ୍ତାନୀ ବଲର ଭାରି ପଡିଥିଲେ। ଯାହାର ଫଳ ସ୍ୱରୂପ ହଂକଂର କୌଣସି ଖେଳାଳି ଦୁଇ ଅଙ୍କ ସ୍କୋର କରିନାହାନ୍ତି। ଆଉ ୧୧ ଓଭର ପୂର୍ବରୁ ୩୮ ରନରେ ଦଳ ଧରାସାୟୀ ହୋଇଥିଲା। 

ପାକିସ୍ତାନ ପାଇଁ ଶାହଦବ ଖାନ ୪ ଓ ମହମ୍ମଦ ନୱାଜ ୩ଟି ୱିକେଟ ନେଇଥିଲେ। ନସିମ ଶାହା ଦୁଇଟି ଓ ଶାହାନୱାଜ ଦାହାନିଙ୍କୁ ଗୋଟିଏ ୱିକେଟ ମିଳିଥିଲା। ସେହିପରି ବ୍ୟାଟିଂ ଲାଇନରେ ଓପର ରିଜୱାନ ୫୭ ବଲରେ ଅପରାଜିତ ୭୮ ରନ କରିଥିବା ବେଳେ ଅଧିନାୟକ ବାବର ଆଜମ ମାତ୍ର ୯ ରନ କରି ଆଉଟ ହୋଇଥିଲେ। ଫକର ଜମାନ ୪୧ ବଲରେ ୫୩ ରନ ସ୍କୋର କରିଥିଲେ। ଖୁସଦିଲ ଧୂଆଁଧାର ବ୍ୟାଟିଂ କରି ୧୫ ବଲରେ ଅପରାଜିତ ୩୫ ରନ କରିବାରେ ସଫଳ ହୋଇଛନ୍ତି। ତେବେ ହଂକଂର ଇସାନ ଖାନ ହିଁ ଦୁଇଟି ୱିକେଟ ପାଇଥିଲେ। ଆଇଜାଜ୍ ଖାନ ତାଙ୍କ ୩ ଓଭରରେ ସର୍ବାଧିକ ୪୪ ରନ ଦେଇଥିଲେ।

Also Read: Team India: ସଂକଟରେ ଏହି ଖେଳାଳିଙ୍କ କ୍ୟାରିୟର: ଟିମକୁ ଫେରିବା ମୁସ୍କିଲ, ଅବସର ଏକମାତ୍ର ରାସ୍ତା

ଏହି ବିଜୟ ପରେ ପାକିସ୍ତାନ, ଏସିଆ କପ-୨୦୨୨ର ସୁପର-୪ରେ ପ୍ରବେଶ କରିଛି। ଆସନ୍ତା ରବିବାର ଭାରତ ବିପକ୍ଷରେ ପାକିସ୍ତାନ ସୁପର-୪ର ଦ୍ୱିତୀୟ ମ୍ୟାଚ ଖେଳିବ। ଦ୍ୱିତୀୟ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ଭଉୟ ଦଳ ମୁହାଁମୁହିଁ ହେବେ। ଅଗଷ୍ଟ ୨୮ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ଭାରତ ୫ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚରେ ରବିନ୍ଦ୍ର ଜାଡେଜା ଦମଦାର ପ୍ରଦର୍ଶନ କରିଥିଲେ। ସେ ୨୯ ବଲରେ ୩୫ ରନ ସଂଗ୍ରହ କରିଥିଲେ। କିନ୍ତୁ ରବିବାର ତାଙ୍କୁ ଗ୍ରାଉଣ୍ଡରେ ଦେଖିବାକୁ ମିଳିବ ନାହିଁ। ହଂକଂ ବିପକ୍ଷ ମ୍ୟାଚରେ ଆହତ ହୋଇଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଛି। ଏହି ଅଲରାଉଣ୍ଡରଙ୍କ ବଦଳରେ ଅକ୍ଷର ପଟେଲଙ୍କୁ ଟିମରେ ସମ୍ଭାବ୍ୟ ତାଲିକାରେ ସାମିଲ କରାଯାଇଛି।

 

 

Read More
{}{}