Hindi News >>Home >>Odisha Sports

Birendra Singh: ପୁନିଆଙ୍କ ପରେ ଆଉ ଜଣେ କୁସ୍ତିଯୋଦ୍ଧା ଫେରାଇଲେ ପଦ୍ମଶ୍ରୀ

ନୂଆଦିଲ୍ଲୀ: ଭାରତୀୟ ରେସଲର ଫେଡେରେସନର ଅଧ୍ୟକ୍ଷ ଭାବେ ନିର୍ବାଚନ ହେବା ପରେ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ଜୋରଦାର ଜାରି ରହିଛି। ନିର୍ବାଚନର ଗୋଟିଏ ଦିନ ପରେ ବଜରଙ୍ଗ ପୁନିଆ ନିଜର ପଦ୍ମଶ୍ରୀ ସମ୍ମାନକୁ ଫେରାଇ ଦେଇଥିଲେ। ଆଉ ଏହାର ପରଦିନ ଅର୍ଥାତ ଆଜି ଆଉ ଜଣେ କୁସ୍ତିଯୋଦ୍ଧା ନିଜର ପଦ୍ମଶ୍ରୀ ସମ୍ମାନ ଫେରାଇ ଦେଇଛନ୍ତି। ନୂଆଦିଲ୍ଲୀ ବଜରଙ୍ଗ ପ

Advertisement
Birendra Singh: ପୁନିଆଙ୍କ ପରେ ଆଉ ଜଣେ କୁସ୍ତିଯୋଦ୍ଧା ଫେରାଇଲେ ପଦ୍ମଶ୍ରୀ
Stop
Zee Odisha Desk|Updated: Dec 23, 2023, 05:15 PM IST

Birendra Singh: ନୂଆଦିଲ୍ଲୀ: ଭାରତୀୟ ରେସଲର ଫେଡେରେସନର ଅଧ୍ୟକ୍ଷ ଭାବେ ନିର୍ବାଚନ ହେବା ପରେ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ଜୋରଦାର ଜାରି ରହିଛି। ନିର୍ବାଚନର ଗୋଟିଏ ଦିନ ପରେ ବଜରଙ୍ଗ ପୁନିଆ ନିଜର ପଦ୍ମଶ୍ରୀ ସମ୍ମାନକୁ ଫେରାଇ ଦେଇଥିଲେ। ଆଉ ଏହାର ପରଦିନ ଅର୍ଥାତ ଆଜି ଆଉ ଜଣେ କୁସ୍ତିଯୋଦ୍ଧା ନିଜର ପଦ୍ମଶ୍ରୀ ସମ୍ମାନ ଫେରାଇ ଦେଇଛନ୍ତି। ନୂଆଦିଲ୍ଲୀ ବଜରଙ୍ଗ ପୁନିଆ ନିଜର ପଦ୍ମଶ୍ରୀ ପୁରସ୍କାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫେରାଇବାର ଗୋଟିଏ ଦିନ ପରେ, ୨୦୦୫ ଗ୍ରୀଷ୍ମ ବଧିର ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ବିରେନ୍ଦ୍ର ସିଂ ଯାଦବ ଘୋଷଣା କରିଛନ୍ତି ଯେ ସେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ର ସଭାପତି ଭାବରେ ବ୍ରିଜ ଭୂଷଣ ସିଂଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂଙ୍କୁ ବିରୋଧ କରୁଛନ୍ତି।

ଗୁଙ୍ଗା ପେହଲବାନ ଭାବେ ପରିଚିତ ଲାଭ କରିଥିବା ବିରେନ୍ଦ୍ର ସିଂହ ଯାଦବଙ୍କୁ ୨୦୨୧ ମସିହାରେ ପଦ୍ମଶ୍ରୀ ପୁରସ୍କାର ଲାଭ କରିଥିଲେ। ଏହା ପୂର୍ବରୁ ସେ ୨୦୧୫ ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଶୁକ୍ରବାର ଦିନ ପୁନିଆ ପଦ୍ମଶ୍ରୀ ପୁରସ୍କାରକୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଫୁଟପାଥରେ ରଖି ସେଠାରୁ ଚାଲିଯାଇଥିଲେ। ପୁନିଆ ଦିଲ୍ଲୀ ପୋଲିସକୁ କହିଛନ୍ତି ଯେ, ଯିଏ ଏହି ପୁରସ୍କାରକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ପହଞ୍ଚାଇ ଦେବ ମୁଁ ତାକୁ ହିଁ ଏହି ପୁରସ୍କାର ଦେବି। ଟ୍ୱିଟରରେ ତାଙ୍କ ପଦ୍ମଶ୍ରୀଙ୍କୁ ଫେରାଇବାର ନିଷ୍ପତ୍ତି ଘୋଷଣା କରି ବିରେନ୍ଦର କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଏବଂ ଷ୍ଟାର-ଜାଭେଲିନ୍ ଥ୍ରୋ ନୀରଜ ଚୋପ୍ରାଙ୍କୁ ମଧ୍ୟ ଖେଳାଳି ଏବଂ ଡବ୍ଲୁଏଫ୍ଆଇ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ପ୍ରଶ୍ନ କରିଛନ୍ତି।

ବିରେନ୍ଦ୍ର ତାଙ୍କର  ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଛନ୍ତି କି ମୁଁ ମଧ୍ୟ ମୋର ଭଉଣୀ ଏବଂ ଦେଶର ଝିଅଙ୍କ ସମର୍ଥନରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୋର ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବି। ଦେଶର ଝିଅ ତଥା ମୋର ଭଉଣୀ ସାକ୍ଷୀ ମଲ୍ଲିକଙ୍କୁ ନେଇ ମୁଁ ଗର୍ବ କରୁଛି ବୋଲି ସେ କହିଥିଲେ। 

ଏଠାରେ କହି ରଖୁ କି ଗୁରୁବାର ଦିନ ୨୦୧୬ ରିଓ ଅଲମ୍ପିକରେ କାଂସ୍ୟ ପଦକ ବିଜୟୀ ହୋଇଥିବା ସାକ୍ଷୀ ମଲ୍ଲିକ ରେସଲର ଫେଡେରେସନର ନିର୍ବାଚନ ପରେ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ। ସାକ୍ଷୀ କାନ୍ଦି କାନ୍ଦି ସାମ୍ବାଦିକ ସମ୍ମିଳନୀରେ ନିଜର ଜୋତାକୁ କାଢି ଟେବୁଲ ଉପରେ ରଖିଥିଲେ। ଅତ୍ୟନ୍ତ୍ ଭାବ ବିହ୍ୱଳ ହୋଇ କହିଥିଲେ କି ମୁଁ ସମ୍ପୂର୍ଣ୍ଣ ଭାବେ ନିରାଶ ହୋଇ ପଡ଼ିଛି। ଏବେ କୁସ୍ତିରେ ଆଉ ଲଢିବି ନାହିଁ ବୋଲି ସେ କହିଥିଲେ। 

Read More
{}{}