Hindi News >>Home >>Odisha Sports

Asia Cup 2022: ଷ୍ଟାଡିୟମରେ ପାକିସ୍ତାନ ସମର୍ଥକଙ୍କୁ ପିଟିଲେ ଆଫଗାନୀ, ଭାଇରାଲ ହେଉଛି ଭିଡିଓ

Asia Cup 2022: ଆଫଗାନିସ୍ତାନକୁ ହରାଇ ପାକିସ୍ତାନ, ଏସିଆ କପ ୨୦୨୨ ଫାଇନାଲର ଦ୍ୱାର ଦେଶରେ ପହଞ୍ଚିଛି। ବୁଧବାର ଗୋଟିଏ ୱିକେଟରେ ଆଫଗାନକୁ ପାକ୍ ପରାସ୍ତ କରିଛି। କିନ୍ତୁ ମ୍ୟାଚର ଶେଷ ଓଭରରେ ଦୁଇ ଦେଶର ଖେଳାଳି ମୁହାମୁହିଁ ହୋଇଥିଲେ। ପ୍ରଥମ ଇଂନିସର ୨୦ ଓଭରରେ ଆଫଗାନିସ୍ତାନ ୬ ୱିକେଟ ହରାଇ ୧୨୯ ରନ କରିଥିଲା।

Advertisement
 Asia Cup 2022: ଷ୍ଟାଡିୟମରେ ପାକିସ୍ତାନ ସମର୍ଥକଙ୍କୁ ପିଟିଲେ ଆଫଗାନୀ, ଭାଇରାଲ ହେଉଛି ଭିଡିଓ
Stop
Zee Odisha Desk|Updated: Sep 08, 2022, 07:28 AM IST

Asia Cup 2022: ବୁଧବାର ଏସିଆ କପ-୨୦୨୨ର ସୁପର-୪ ମ୍ୟାଚରେ ଆଫଗାନିସ୍ତାନକୁ ପାକିସ୍ତାନ ଗୋଟିଏ ୱିକେଟରେ ପରାସ୍ତ କରିଛି। ମ୍ୟାଚଟି ଅତ ରୋମାଞ୍ଚୋକ ଥିଲା। କିନ୍ତୁ ଆଫଗାନିସ୍ତାନ ବନାମ ପାକିସ୍ତାନ ମ୍ୟାଚ ଶେଷ ହେବା ପରେ ଏକ ଲଜ୍ଜାଜନକ ଦୃଶ୍ୟ ଦେଖିବାକୁ ମିଳିଛି। ପଡିଆରେ ଉଭୟ ଦେଶର ଖେଳାଳି ମୁହାମୁହିଁ ହୋଇଥିବା ବେଳେ ଷ୍ଟାଡିୟମରେ ସେମାନଙ୍କ ସମର୍ଥଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଆଫଗାନିସ୍ତାନ ସମର୍ଥକମାନେ ପାକିସ୍ତାନ ସମର୍ଥକଙ୍କୁ ନିର୍ଧୁମ ପିଟିଛନ୍ତି। ଏପରିକି ସାରଜା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାଙ୍ଗାରୁଜା ମଧ୍ୟ ହୋଇଛି। ଯାହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣାକୁ କ୍ରିକେଟପ୍ରେମୀମାନେ କଡା ନିନ୍ଦା କରିଛନ୍ତି।

ଆଫଗାନିସ୍ତାନକୁ ହରାଇ ପାକିସ୍ତାନ, ଏସିଆ କପ ୨୦୨୨ ଫାଇନାଲର ଦ୍ୱାର ଦେଶରେ ପହଞ୍ଚିଛି। ବୁଧବାର ଗୋଟିଏ ୱିକେଟରେ ଆଫଗାନକୁ ପାକ୍ ପରାସ୍ତ କରିଛି। କିନ୍ତୁ ମ୍ୟାଚର ଶେଷ ଓଭରରେ ଦୁଇ ଦେଶର ଖେଳାଳି ମୁହାମୁହିଁ ହୋଇଥିଲେ। ପ୍ରଥମ ଇଂନିସର ୨୦ ଓଭରରେ ଆଫଗାନିସ୍ତାନ ୬ ୱିକେଟ ହରାଇ ୧୨୯ ରନ କରିଥିଲା। ୧୯.୨ ଓଭରରେ ପାକିସ୍ତାନ ୧୩୧ ରନ କରି ଏହି ମ୍ୟାଚକୁ ଜିତିନେଇଛି। ଫଜଲହକ୍ ଫାରୁକିଙ୍କ ବଲରେ ଛକା ମାରି ନସିମ ଶାହା ଟିମକୁ ଫାଇନର ଦ୍ୱାରଦେଶରେ ପହଞ୍ଚାଇଛନ୍ତି। କିନ୍ତୁ ୱିନିଂ ସଟ୍ ପରେ ଗ୍ରାଉଣ୍ଡରେ ଫଜଲହକ୍ ଓ ନସିମଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ନସିମ ମାରିବା ପାଇଁ ବ୍ୟାଟ ମଧ୍ୟ ଉଠାଇଥିଲେ। ପରେ ସାଥି ଖେଳାଳିଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣାଧିନକୁ ଆସିଥିଲା।

Also Read: Asia Cup 2022: ଏବେ ବି ଫାଇନାଲ୍ ଖେଳି ପାରିବ ଭାରତ, ଜାଣନ୍ତୁ ପୁରା ଗଣିତ

ପାକିସ୍ତାନଠୁ ପରାଜୟ ପରେ ଆଫଗାନୀସ୍ତାନ, ଏସିଆ କପ ୨୦୨୨ରୁ ବାହାର ହୋଇଯାଇଛି। ତେବେ ଗ୍ରାଉଣ୍ଡରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ ଷ୍ଟାଡିୟମରେ ଝଡ ସୃଷ୍ଟି କରିଥିଲା। ଗ୍ରାଉଣ୍ଡ ବାହାରେ ପାକିସ୍ତାନ ଓ ଆଫଗାନିସ୍ତାନ ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ପରାଜୟ ପରେ ପ୍ରତିଶୋଧର ନିଆଁରେ ଜଳୁଥିବା ଆଫଗାନୀ ସମର୍ଥକମାନେ ପାକିସ୍ତାନ ସମର୍ଥକଙ୍କ ଉପରେ ହମଲା କରିଥିଲେ। ସେମାନେ ଷ୍ଟାଡିୟମର ଚେୟାର ଭାଙ୍ଗି ସେଥିରେ ପାକିସ୍ତାନୀଙ୍କୁ ପିଟିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। କେବଳ ଷ୍ଟାଡିୟମ ଭିତରେ ନୁହଁ, ବାହାରେ ମଧ୍ୟ ଉଭୟ ଦେଶର ସମର୍ଥକମାନେ ହାତାହାତି ହୋଇଛନ୍ତି। 

 

ସେପଟେ ଆପଗାନୀସ୍ତାନ ସମର୍ଥକଙ୍କ ଏପରି ଆଚରଣକୁ କଡା ନିନ୍ଦା କରାଯାଉଛି। ପାକିସ୍ତାନର ସୋଏବ ଆଖତର ତାଙ୍କ ଟ୍ୱିଟରରେ ସାରଜା ଷ୍ଟାଡିୟମର ଭିଡିଓ ସେୟାର କରି ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଆଫଗାନୀ ସମର୍ଥକମାନେ ଅନେକ ଥର ଏଭଳି ହିଂସା କରିଥିବା ସେ କହିଛନ୍ତି। ସେପଟେ ଶୁକ୍ରବାର ଏସିଆ କପରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଲଢେଇ ହେବ। ସୁପର ୪ରେ ଭାରତ ଲଗାତର ୨ଟି ମ୍ୟାଚ ହାରିଛି। ଏହା ସହ ଭାରତ ମଧ୍ୟ ଆଫଗାନ ପରି ଏସିଆ କପ ୨୦୨୨ର ଫାଇନାଲରୁ ବାହାରି ଯାଇଛି।

 

 

 

 

Read More
{}{}