Hindi News >>Home >>Odisha Sports

Afghan Cricketer Rashid Khan: ଆଫଗାନ T20 ଦଳର କମାଣ ସମ୍ଭାଳିବେ ରସିଦ ଖାନ

Rashid Khan News: ଅଧିନାୟକ ପଦ ଭାର ଗ୍ରହଣ କରିବାର ଏହା ହେଉଛି ରସିଦ ଖାନଙ୍କ ଦ୍ୱିତୀୟ ପାଳି। ଗତ ୨୦୨୧ T20 ବିଶ୍ୱକପ ସମୟରେ ଆଫଗାନ କ୍ରିକେଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ରସିଦ ଖାନ।

Advertisement
 Afghan Cricketer Rashid Khan: ଆଫଗାନ T20 ଦଳର କମାଣ ସମ୍ଭାଳିବେ ରସିଦ ଖାନ
Stop
Zee Odisha Desk|Updated: Dec 29, 2022, 07:10 PM IST

Afghanistan Cricket Board: ଗୁରୁବାର ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ଏକ ବଡ଼ ଘୋଷଣା କରିଛି। ଆଫଗାନିସ୍ତାନ ଆନ୍ତର୍ଜାତୀୟ T20 ଦଳର କମାଣ ରସିଦ ଖାନଙ୍କୁ ପ୍ରଦାନ କରିଛି ଏସିବି। ମହମ୍ମଦ ନବୀଙ୍କ ସ୍ଥାନରେ ରସିଦ ଖାନଙ୍କୁ ଆଫଗାନ ଆନ୍ତର୍ଜାତୀୟ T20 ଦଳର ଅଧିନାୟକ ଦାୟିତ୍ୱ ପ୍ରଦାନ କରିଛି ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ। 

ଗତ ନଭେମ୍ବରରେ ମହମ୍ମଦ ନବୀଙ୍କୁ (Mohammad Nabi) ଅଧିନାୟକ ଦାୟିତ୍ୱରୁ ହଟାଯାଇଥିଲା। କାରଣ ୨୦୨୨ T20 ବିଶ୍ୱକପରେ (T20 World Cup 2022) ଆଫଗାନିସ୍ତାନ କ୍ରିକେଟ୍ ଟିମ (Afghanistan Cricket Team) କୌଣସି ଗୋଟିଏ ମ୍ୟାଚ ଜିତି ପାରିନଥିଲା। ଅଧିନାୟକ ପଦ ଭାର ଗ୍ରହଣ କରିବାର ଏହା ହେଉଛି ରସିଦ ଖାନଙ୍କ (Rashid Khan) ଦ୍ୱିତୀୟ ପାଳି। ଗତ ୨୦୨୧ T20 ବିଶ୍ୱକପ ସମୟରେ ଆଫଗାନ କ୍ରିକେଟ ଦଳର ଅଧିନାୟକ (Afghanistan Cricket Team Captain) ପଦରୁ ଇସ୍ତଫା ଦେଇଥିଲେ ରସିଦ ଖାନ। କାରଣ ଗତ ବର୍ଷ ବିଶ୍ୱକପ  (T20 World Cup 2021) ପାଇଁ ଆଫଗାନିସ୍ତାନ ଦଳ ଘୋଷଣା ହେବା ପରେ ସେ ତୁରନ୍ତ ଇସ୍ତଫା ଦେଇ କହିଥିଲେ ଯେ ଚୟନ କମିଟି ତାଙ୍କ ସହ ସହମତ ହୋଇନଥିଲା।

ଅଧିନାୟକ ପଦ ମିଳିବା ପରେ ରସିଦ ଖାନ କହିଛନ୍ତି, ମୋ ଦେଶର ନେତୃତ୍ୱ ନେବାର ଅଭିଜ୍ଞତା ମୋ ପାଖରେ ରହିଛି। ସେଠାରେ ଅନେକ ଯୁବକ ଅଛନ୍ତି ଯେଉଁମାନଙ୍କ ସହ ମୋର ଭଲ ବୁଝାମଣା ରହିଛି। ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ମୁଁ ମୋ ଆଶ୍ୱସ୍ତି ଅନୁଭବ କରୁଛି। ଆମେ ଏକାଠି ରହିବାକୁ ଚେଷ୍ଟା କରିବୁ। ଆମେ ଆମ ଦେଶ ଗର୍ବ ଏବଂ ଆନନ୍ଦ ଆଣିବା ପାଇଁ କଠିନ ପରିଶ୍ରମ କରିବୁ। ଅଧିନାୟକ ଭାବେ ରସିଦ ଖାନଙ୍କ ପ୍ରଥମ କାର୍ଯ୍ୟ ହେଉଛି ଆସନ୍ତା ଫେବୃଆରୀରେ ସଂଯୁକ୍ତ ଆରବ ଏମିରେଟ୍ସ (United Arab Emirates) ବିପକ୍ଷରେ ଆୟୋଜିତ ହେଉଥିବା ୩ ମ୍ୟାଚ୍ ବିଶିଷ୍ଟ T-20 ସିରିଜ୍ ( Afghan UAE T20 Series)।

 

Read More
{}{}