Hindi News >>Home >>Odisha Spirituality

ଆମେରିକାରେ ଲଗାତର କମୁଛି ଖ୍ରୀଷ୍ଟିଆନଙ୍କ ସଂଖ୍ୟା, ଜାଣନ୍ତୁ ବଢୁଛି କେଉଁ ଧର୍ମ

Pew Research Centerର ଗବେଷଣାର ରିପୋର୍ଟକୁ ଆଧାର କରି ସୋମବାର ଭାରତର ଏକ ପ୍ରତିଷ୍ଠିତ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସ ଖବର ଛାପିଛି। ସେଥିରେ କୁହାଯାଇଛି ଯେ, ନବେ ଦଶକ ପରଠାରୁ ଆମେରିକାରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ହ୍ରାସ ହେବାରେ ଲାଗିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବପିଢି ସେମାନେ ନିଜକୁ ନାସ୍ତିକ ବା କୌଣସି ନିର୍ଦ୍ଧିଷ୍ଟ ଧର୍ମର ନୁହଁ ବୋଲି କହୁଛନ୍ତି। 

Advertisement
ଆମେରିକାରେ ଲଗାତର କମୁଛି ଖ୍ରୀଷ୍ଟିଆନଙ୍କ ସଂଖ୍ୟା, ଜାଣନ୍ତୁ ବଢୁଛି କେଉଁ ଧର୍ମ
Stop
Shankarshan Bagh|Updated: Sep 19, 2022, 02:23 PM IST

Pew Research Center report, ନୂଆଦିଲ୍ଲୀ: ଆମେରିକାରେ ଖ୍ରୀଷ୍ଟିଆନ ଧର୍ମ ଏବେ ବିପଦରେ ପଡିଛି। ଗତ ତିନ ଦଶନ୍ଧି ହେଲା ଏହି ପାଶ୍ଚାତ୍ୟ ଦେଶରେ ଲଗାତର ଖ୍ରୀଷ୍ଟିଆନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। Pew Research Centerର ଏକ ଗବେଷଣ ଅନୁସାରେ ୨୦୨୦ ବେଳକୁ ଆମେରିକାରେ ଶିଶୁଙ୍କୁ ମିଶାଇ ୬୪ ପ୍ରତିଶତ ଖ୍ରୀଷ୍ଟିଆନ ଥିଲେ। ୨୦୭୦ ବେଳକୁ ଏହି ସଂଖ୍ୟା ୫୦ ପ୍ରତିଶତରୁ କମ ହେଇଯିବ। ତେବେ କାହିଁକି ଏତେ ସଂଖ୍ୟକ ଲୋକ ଖ୍ରୀଷ୍ଟିଆନ ଧର୍ମ ଛାଡୁଛନ୍ତି? ଆମେରିକାରେ ଖ୍ରୀଷ୍ଟିଆନ ଧର୍ମର ବିକଳ୍ପ କଣ ରହିଛି? କେଉଁମାନେ ଖ୍ରୀଷ୍ଟିଆନ ଧର୍ମ ଛାଡୁଛନ୍ତି? ଏହିସବୁ ପ୍ରଶ୍ନର ଉତ୍ତର Pew Research Centerର ଗବେଷଣାରୁ ମିଳିଛି। 

Pew Research Centerର ଗବେଷଣାର ରିପୋର୍ଟକୁ ଆଧାର କରି ସୋମବାର ଭାରତର ଏକ ପ୍ରତିଷ୍ଠିତ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସ ଖବର ଛାପିଛି। ସେଥିରେ କୁହାଯାଇଛି ଯେ, ନବେ ଦଶକ ପରଠାରୁ ଆମେରିକାରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ହ୍ରାସ ହେବାରେ ଲାଗିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବପିଢି ସେମାନେ ନିଜକୁ ନାସ୍ତିକ ବା କୌଣସି ନିର୍ଦ୍ଧିଷ୍ଟ ଧର୍ମର ନୁହଁ ବୋଲି କହୁଛନ୍ତି। ଫଳରେ ସେଠାରେ ଖ୍ରୀଷ୍ଟିଆନ ଧର୍ମର ଏକ ପ୍ରକାରର ପତନ ଆରମ୍ଭ ହୋଇଯାଇଛି। ଯାହା ଆମେରିକାକୁ ଚନ୍ତାରେ ପକାଇଛି। ତେବେ ଆଗାମୀ ୫୦ ବର୍ଷ ମଧ୍ୟରେ ଆମେରିକାରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୫୦ ପ୍ରତିଶତରୁ କମ ହୋଇଯିବ ବୋଲି ଗବେଷଣାରୁ ଅନୁମାନ କରାଯାଉଛି।

Also Read: Dog bite: କାହିଁକି ହିଂସ୍ର ହେଉଛନ୍ତି କୁକୁର? ଜାଣନ୍ତୁ, ପୋଷା ଓ ବୁଲା ମଧ୍ୟରେ ଥିବା ଅନ୍ତର

ରିପୋର୍ଟ ଅନୁସାରେ, ୨୦୨୦ ମସିହାରେ ୬୪ ପ୍ରିତିଶତ ଆମେରିକୀୟ ଖ୍ରୀଷ୍ଟିଆନ ଥିଲେ। ଯେଉଁମାନେ କୌଣସି ଧର୍ମ ଉପରେ ବିଶ୍ୱାସ କରୁନଥିଲେ ସେମାନଙ୍କ ସଂଖ୍ୟା ଆମେରିକାର ଜନସଂଖ୍ୟାର ୩୦ ପ୍ରତିଶତ ଥିଲା। ତେବେ ସେଠାରେ ଇହୁଦି, ହିନ୍ଦୁ, ମୁସଲମାନ ଓ ବୌଦ୍ଧ ଧର୍ମାମ୍ବଲମ୍ବୀଙ୍କ ସଂଖ୍ୟା ୬ ପ୍ରତିଶତ ଥିଲା। ଯଦି ଏହି ହାରରେ ଲୋକେ ଖ୍ରୀଷ୍ଟିଆନ ଧର୍ମ ଛାଡନ୍ତି ତେବେ ୨୦୭୦ ବେଳକୁ ଏମାନଙ୍କ ସଂଖ୍ୟା ୩୫ ପ୍ରତିଶତକୁ ଖସି ଆସିବ। ସେହିପରି ନିଜକୁ ନାସ୍ତିକ କହୁଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୩୦ ପ୍ରତିଶତ ରହିଛି। ଆଉ ୫୦ ବର୍ଷ ପରେ କିଛି ସ୍ଥାନରେ ଏହି ସଂଖ୍ୟା ୩୪ରୁ ୫୨ ପ୍ରତିଶତକୁ ପହଞ୍ଚି ଯିବ। ଆମେରିକାରେ ଧର୍ମ ପରିବର୍ତ୍ତନ ବା ଧର୍ମ ଛାଡିବାରୁ ରୋକିବା ପାଇଁ କୌଣସି ନିୟମ ନାହିଁ। ତେବେ ଏହା କେବଳ ଗୋଟିଏ ଅନୁମାନ, ଏହା ସତ ହେବ ବୋଲି ସେମିତି ନିଶ୍ଚିତ ନାହିଁ ବୋଲି Pew Research Center କହିଛି।

ତେବେ ଆଶ୍ଚର୍ଯ୍ୟକର ବିଷୟ ହେଉଛି, ୨୦୨୦ ପରଠାରୁ ଆମେରିକାରେ ଜଣେ ମଧ୍ୟ ସେମାନଙ୍କ ଧର୍ମ ପରିବର୍ତ୍ତନ କରିନାହାନ୍ତି କିମ୍ବା କରିବାକୁ ଇଚ୍ଛା ପ୍ରକାଶ ମଧ୍ୟ କରିନାହାନ୍ତି। ବର୍ତ୍ତମାନ ସେଠାରେ ଖ୍ରୀଷ୍ଟିଆନ ଧର୍ମ ସ୍ଥିର ରହିଛି। Pew Research Centerର ରିପୋର୍ଟରେ କୁହାଯାଇଛି ଯେ, ୩୦ ବର୍ଷ ହେବା ପୂର୍ବରୁ ଆମେରିକୀୟମାନେ ଧର୍ମ ତ୍ୟାଗ କରୁଛନ୍ତି। ଏହି ବୟସରେ ନାସ୍ତିକ ହେଉଥିବା ଯୁବପିଢିଙ୍କ ହାର ୩୧ ପ୍ରତିଶତ। ସେହପରି ୨୧ ପ୍ରତିଶତ ଲୋକ ୩୦ ବର୍ଷ ବୟସ ପରେ ଧର୍ମ ଉପରୁ ବିଶ୍ୱାସ ହରାଉଛନ୍ତି। ତେବେ ୩୦ ପୂର୍ବରୁ ଧର୍ମ ଛାଡୁଥିବା ଲୋକଙ୍କ ମଧ୍ୟରୁ ୩୦ ପ୍ରତିଶତ ନିଜକୁ କୌଣସି ଧର୍ମର ନୁହଁ ବୋଲି କହୁଛନ୍ତି। ତେବେ ଏହି ସଂଖ୍ୟା ମୋଟ ଖ୍ରୀଷ୍ଟିଆନ ଧର୍ମ ଛାଡିଥିବା ଲୋକଙ୍କ ସଂଖ୍ୟାର ୫୦ ପ୍ରତିଶତ ହେବ।

 

 

 

 

 

 

 

Read More
{}{}