Hindi News >>Home >>Odisha Spirituality

History of Rathayatra: ଜାଣନ୍ତୁ ସ୍ଵାଧୀନତା ପୂର୍ବର ରଥଟଣା ଇତିହାସ

who is kala bethia : ପୁରାତନ କାଳର ରଥଯାତ୍ରା ଆଉ ବର୍ତ୍ତମାନର ରଥଯାତ୍ରା ମଧ୍ୟରେ ଅନେକ ପରିବର୍ତନ ହୋଇଛି।ଦେଶ ସ୍ୱାଧିନ ହେବା ପୂର୍ବର ରଥ ଟାଣିବା ପାଇଁ ଶକ୍ତିଶାଳି କଳାବେଠିଆ ମାନଙ୍କୁ ନିୟୋଜିତ କରାଯାଉଥିଲା । ଜାଣନ୍ତୁ କଳବେଠୀଆ କିଏ....

Advertisement
Rath yatra 2024
Stop
Zee Odisha Desk|Updated: Jul 08, 2024, 02:09 PM IST

Rathyatra 2024 : ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଗାଁ ଠୁ ସହର ସବୁଠି ଚଳଚଞ୍ଚଳ।ପୁରାତନ କାଳର ରଥଯାତ୍ରା ଆଉ ବର୍ତ୍ତମାନର ରଥଯାତ୍ରା ମଧ୍ୟରେ ଅନେକ ପରିବର୍ତନ ହୋଇଛି। 

ବର୍ତ୍ତମାନ  ରଥ ଟାଣିବାକୁ ବଡ଼ଦାଣ୍ଡରେ ପହଞ୍ଚି ଯାଉଛନ୍ତି ହଜାର ହଜାର ଭକ୍ତ ।  ଏବେ ପିଚୁ ରାସ୍ତା ହୋଇଗଲାଣି । ରଥ ଏବେ ପୁରା ଚକ୍ ଚକ୍ ରାସ୍ତାରେ ଆରାମରେ ଗଡ଼ି ଯାଉଛି । ରଥର ଚକା ବି ଅଧିକ କ୍ଷତିଗ୍ରସ୍ତ ହେଉ ନାହିଁ । ଭକ୍ତ ମାନଙ୍କୁ ଅଧିକ ପରିଶ୍ରମ ବି କରିବାକୁ ପଡ଼ୁନି ରଥ ଟାଣିବାକୁ ନେଇ । କିନ୍ତୁ ଏତ ନୂଆ ଯୁଗର କଥା 

ହେଲେ ଆମେ ଯଦି ଦେଶ ସ୍ୱାଧିନ ହେବା ପୂର୍ବର ରଥ ଟଣା କଥା କହିବା ତେବେ ସେତେବେଳେ ଏମିତି ପିଚୁ ରାସ୍ତା ନଥିଲା । ବଡ଼ଦାଣ୍ଡ ଖାଲି ବାଲି ଆଉ ମାଟିରେ ପରିପୂର୍ଣ୍ଣ ଥିଲା । ଯାହା ଉପରେ ରଥ ଟାଣିବା ବହୁତ କଷ୍ଟ ହୋଇପଡ଼ୁଥିଲା । ଚକା ବାଲିରେ ପୋତି ହୋଇଗଲେ ବହୁତ କଷ୍ଟରେ ଯାଇ ଗଡ଼ୁଥିଲା । ରଥ ଗଡ଼ିଲା ବେଳେ ଚକା ମୋଡ଼ି ହୋଇ ମଧ୍ୟ ଭାଙ୍ଗୁଥିଲା ଅଧା ରାସ୍ତାରେ । ଭକ୍ତ ମାନେ ରଥକୁ ଭଲ ଭାବରେ ଟାଣିପାରୁନଥିଲେ ।

ସେଥିପାଇଁ ଆଗରୁ ରଥ ଟାଣିବା ପାଇଁ ଶକ୍ତିଶାଳି କଳାବେଠିଆ ମାନଙ୍କୁ ନିୟୋଜିତ କରାଯାଉଥିଲା । ଏସିଆଟିକ୍ ରିସର୍ଚ୍ଚେସରେ ଲେଖା ଯାଇଥିବା ତଥ୍ୟ ମୁତାବିକ ୪ ହଜାର ୨ଶହ କଳାବେଠିଆ ରଥ ଟଣାରେ ନିୟୋଜିତ ହେଉଥିଲେ । ଯେଉଁମାନଙ୍କ ପାଖରେ ଥିଲା ପ୍ରବଳ ଶକ୍ତି । ବରକନ୍ଦାଜ ନାଲି ପତାକା ଯେଉଁ ଦିଗକୁ ଦେଖାଉଥିଲେ ସେହି ଦିଗକୁ ରଥ ଟାଣୁଥିଲେ ଏହିମାନେ । ଏହି କଳାବେଠିଆ ପୁରୀର ବିଭିନ୍ନ ସ୍ଥାନରେ ରହୁଥିଲେ ।

ଆଉ ରଥ ଟଣା ହେଲା ବେଳକୁ ଆସି ରଥଟଣାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ମାତ୍ର ଧିରେ ଧିରେ ସମୟର ବଡ଼ ଦାଣ୍ଡରୁ ବାଲି ହଟିଗଲା । ରାସ୍ତା ପୁରା ଚକ୍ ଚକ୍ ହେଲା । ରଥ ବଡ଼ଦାଣ୍ଡରେ ଭଲ ଗଡ଼ିବାକୁ ଲାଗି । ଆଉ ଏହି କଳାବେଠିଆ ପରମ୍ପରା ବିଲୁପ୍ତ ହୋଇଗଲା । ଏବେ ପୋଲିସ ଏବଂ ଭକ୍ତ ମାନଙ୍କ ଦ୍ୱରା ରଥ ଟଣା ହେଉଛି । ଯଦି ଦେଖିବା ତଥ୍ୟ ମୁତାବିକ ୪ହଜାର ୨ଶହ ବେଠିଆ ରଥ ଟଣାରେ ନିୟୋଜିତ ହେଉଥିଲେ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥରେ ୧ ହଜାର, ଶ୍ରୀବଳଭଦ୍ରଙ୍କ ରଥରେ ୧୨୦୦ ଜଣ ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ୧୨୦୦ ବେଠିଆ ରଥ ଟଣା ପାଇଁ ନିୟୋଜିତ ହେଉଥିଲେ । ୧୯୦୨ ମସିହା ରେକର୍ଡ ଅନୁଯାୟୀ ତତ୍କାଳୀନ ରାଜାଙ୍କ ପକ୍ଷରୁ ୫ଶହ ବେଠିଆ ଦୈନିକ ୧ଟଙ୍କା ଲେଖାଏଁ ଖୋରାକ ନେଇ ରଥ ଟଣା କାର୍ଯ୍ୟରେ ନିୟୋଜିତ ହୋଉଥିଲେ । ବେଠିଆ ଶବ୍ଦର ଅର୍ଥ କୁଲି ବୋଲି ଇଂରାଜୀରେ ଉଲ୍ଲେଖ ରଖାଯାଇଛି।

Read More
{}{}