Hindi News >>Home >>Odisha Spirituality

fact about dhulia gundicha : ଜାଣନ୍ତୁ ମହାପ୍ରଭୁଙ୍କ ଧୂଳିଆ ଗୁଣ୍ଡିଚା ଓ କାଦୁଆ ଗୁଣ୍ଡିଚା ବିଷୟରେ

fact about dhulia gundicha : ମହାପ୍ରଭୁଙ୍କ ସମସ୍ତ ଯାତ୍ରା ମଧ୍ୟରୁ  ଅନନ୍ୟ ହେଉଛି ଧୂଳିଆ ଗୁଣ୍ଡିଚା ଓ କାଦୁଆ ଗୁଣ୍ଡିଚା।ଯାହା ପ୍ରାଚୀନ କାଳରେ ପାଳନ ହେଉଥିଲା।ସମ୍ପୂର୍ଣ ପଢନ୍ତୁ ଏହା ବିଷୟରେ....

Advertisement
jagannath
Stop
Zee Odisha Desk|Updated: Jul 09, 2024, 12:56 PM IST

Rathyatra 2024 ; ମହାପ୍ରଭୁ ଶ୍ରୀଜଗନ୍ନାଥ ରାଜଧିରାଜ ସେ କାଳିଆ ସାଆନ୍ତ। ସମନ୍ବିତ ସାଂସ୍କୃତିକ ପରମ୍ପରାର ଶ୍ରେଷ୍ଠ ନିଦର୍ଶନ। ଅପୂର୍ବ ତାଙ୍କର ମାନବୀୟ ଲୀଳା।  ସେଥିପାଇଁ ଦାରୁଦିଅଁଙ୍କ ନୀତିକାନ୍ତି ଭୋଗ, ବେଶ ସବୁକିଛି ମହିମାମଣ୍ଡିତ ଓ ଅନନ୍ୟ।ସେହି ଅନନ୍ୟ ମଧ୍ୟରୁ ଜାଣନ୍ତୁ ମହାପ୍ରଭୁଙ୍କ ଧୂଳିଆ ଗୁଣ୍ଡିଚା ଯାତ୍ରା ବିଷୟରେ ।ଯାହା ପ୍ରାଚୀନ କାଳରେ ପାଳନ ହେଉଥିଲା।

ସାଧରଣତଃ ଶ୍ରୀଗୁଣ୍ଡିଚା ପର ଦିନକୁ ଧୂଳିଆ ଗୁଣ୍ଡିଚା କୁହାଯାଏ । ରଥଯାତ୍ରା ସମ୍ପର୍କରେ ମିଳୁଥିବା ପ୍ରାଚୀନ ଗ୍ରନ୍ଥ, କାବ୍ୟ, କବିତାରୁ ଧୂଳିଆ ଗୁଣ୍ଡିଚା ବିଷୟରେ କୈଣସି ଉଲ୍ଲେଖ ଥିବାର ଦୃଷ୍ଟିକୁ ଆସୁନାହିଁ । ଆଜକୁ ପ୍ରାୟ ୧୫୦ବର୍ଷ ପୂର୍ବେ ଉତ୍କଳ ଦୀପିକା ସମ୍ବାଦ ପତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ସେତେବେଳେ ଶ୍ରୀମନ୍ଦିରଠାରୁ ଗୁଣ୍ଡିଚା ମନ୍ଦିର ନିକଟରେ ରଥ ପହଞ୍ଚିବାକୁ ପ୍ରାୟ ତିନି ଚାରି ଦିନ ସମୟ ଲାଗି ଯାଉଥିଲା । ସେ ସମୟରେ ପଶ୍ଚିମା ଓ ବଙ୍ଗୀୟ ଯାତ୍ରୀମାନେ ଗୁଣ୍ଡିଚା ପର ଦିନ ତିନି ରଥ ଟାଣିବାର ସୁଯୋଗ ପାଉଥିଲେ । ଏହି ଦିନର ଯାତ୍ରା ଧୂଳିଆ ଗୁଣ୍ଡିଚା ନାମରେ ପରିଚିତ ହେଉଥିଲା। ଅଦ୍ୟାବଧି ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଗୁଣ୍ଡିଚା ପର ଦିନର ରଥଟଣା ଓ ଯାତ୍ରାକୁ ଧୂଳିଆ ଗୁଣ୍ଡିଚା ନାମରେ କୁହାଯାଇଥାଏ।

ଅନ୍ୟ କେତେକଙ୍କ ମତରେ ପୂର୍ବେ ଯେଉଁ ବର୍ଷ ରଥଯାତ୍ରା ଦିନ ପ୍ରବଳ ଖରା ହୋଇ ରାସ୍ତାରେ ଧୂଳି ଉଡି଼ଥାଏ, ସେହି ଦିନର ଯାତ୍ରାକୁ ଧୂଳିଆ ଗୁଣ୍ଡିଚା ଓ ଅନ୍ୟ ପକ୍ଷରେ ରଥଯାତ୍ରା ଦିନ ପ୍ରବଳ ବର୍ଷା ହୋଇ ରାସ୍ତା କାଦୁଅ ହେଲେ ସେଦିନର ଯାତ୍ରାକୁ କାଦୁଆ ଗୁଣ୍ଡିଚା ନାମରେ କଥିତ ହୋଇଥାଏ।

Read More
{}{}