Hindi News >>Home >>Odisha Spirituality

Maa Lakshmi Bhog: ମାଆ ଲକ୍ଷ୍ମୀଙ୍କ ନିକଟରେ ଲଗାନ୍ତୁ ଏହି ଭୋଗ, ଘରେ ହେବ ଧନର ବର୍ଷା

Maa Lakshmi Bhog: ଆପଣ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଥିଲେ ପୂଜା ସମୟରେ ମାଆଙ୍କ ପ୍ରିୟ ଭୋଗ ଲଗାନ୍ତୁ ।

Advertisement
Maa Lakshmi Bhog: ମାଆ ଲକ୍ଷ୍ମୀଙ୍କ ନିକଟରେ ଲଗାନ୍ତୁ ଏହି ଭୋଗ, ଘରେ ହେବ ଧନର ବର୍ଷା
Stop
Soubhagya Ranjan Mishra|Updated: Nov 22, 2023, 04:16 PM IST

Maa Lakshmi Bhog: ହିନ୍ଦୁ ଧର୍ମରେ ମାଆ ଲକ୍ଷ୍ମୀଙ୍କୁ ଧନୀର ଦେବୀ ଭାବରେ ମାନ୍ୟତା ଦିଆଯାଇଛି । କୁହାଯାଏ ଯେ, ଯଦି ଜଣେ ବ୍ୟକ୍ତି ପୂର୍ଣ୍ଣ ବିଶ୍ୱାସ ସହିତ ମାଆ ଲକ୍ଷ୍ମୀଙ୍କୁ ପୂଜା କରନ୍ତି, ତେବେ ମାଆ ଲକ୍ଷ୍ମୀ ଆଶୀର୍ବାଦ ଦେବା ସହ ତାଙ୍କ ଘରେ ଧନର ବର୍ଷା କରନ୍ତି । ଯଦି କୌଣସି ବ୍ୟକ୍ତି ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି, ତେବେ ଦେବୀ ଲକ୍ଷ୍ମୀଙ୍କୁ ଭକ୍ତିର ସହ ପୂଜା କଲେ ସେ ସମସ୍ୟା ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି । ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେଲା ବ୍ୟବସାୟ ଏବଂ କ୍ୟାରିଅର ଉଭୟରେ ସଫଳତା ମିଳିବା ସହ ଧନ ପ୍ରାପ୍ତି ହୋଇଥାଏ ।

ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ହେଲେ ଆପଣ ମାଆ ଲକ୍ଷ୍ମୀଙ୍କ ପୂଜା କରିବା ଆବଶ୍ୟକ । ଏଥି ସହିତ ମାଆ ଲକ୍ଷ୍ମୀଙ୍କର ପ୍ରିୟ ଜିନିଷକୁ ପୂଜା ସମୟରେ ବ୍ୟବହାର କରିବା ଆବଶ୍ୟକ । ତେବେ ଆଜି ଆସନ୍ତୁ ଜାଣିବା ଆପଣ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ କେଉଁ ଜିନିଷ ବ୍ୟବହାର କରିବା ଉଚିତ ।

ମାଆ ଲକ୍ଷ୍ମୀଙ୍କର ପ୍ରିୟ ଭୋଗ ବିଷୟରେ ଆପଣ ଉଣା ଅଧିକେ ଜାଣିଥିବେ । ତେବେ ଆସନ୍ତୁ ଜାଣିବା କେଉଁ ଭୋଗ ମାଆ ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ଭୋଗ

କ୍ଷୀରି: ମାଆ ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ଆପଣ ରୀତିନୀତି ଅନୁଯାୟୀ ପୂଜା କରିବା ଉଚିତ୍ । ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ଭୋଗ ହେଉଛି କ୍ଷୀରି । ତେଣୁ ପୂଜା କରିବା ସମୟରେ ନିଶ୍ଚିତ ଭାବରେ ଆପଣ କ୍ଷୀରି ଅର୍ପଣ କରନ୍ତୁ ।

ମିଶ୍ରୀ: ଧନ ଦେବୀ ମାଆ ଲକ୍ଷ୍ମୀଙ୍କ ପୂଜାରେ ମିଶ୍ରୀର ବିଶେଷ ଗୁରୁତ୍ୱ ରହିଛି । ମାତା ଲକ୍ଷ୍ମୀଙ୍କୁ ମିଶ୍ରୀ ଦେଲେ ସେ ସନ୍ତୁଷ୍ଟ ହୋଇଥାନ୍ତି । ସହଜରେ ଏହି ଜିନିଷ ଆପଣ ବଜାରରୁ ଆଣି ମାଆ ଲକ୍ଷ୍ମୀଙ୍କ ପୂଜାରେ ବ୍ୟବହାର କରିପାରିବେ ।

ଖଇ ମୁଆଁ: ଯେକୌଣସି ପୂଜାରେ ଖଇ ବ୍ୟବହାର କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ଦେବୀ ଲକ୍ଷ୍ମୀ ମଧ୍ୟ ଧଳା ରଙ୍ଗକୁ ଖୁବ୍ ଭଲ ପାଆନ୍ତି ତେଣୁ ଏହା ତାଙ୍କର ପ୍ରିୟ ଭୋଗ ମଧ୍ୟରୁ ଅନ୍ୟତମ । 

ହଳଦିଆ ମିଠା: ହଳଦିଆ ରଙ୍ଗର ମିଠା ଦେବୀ ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ଭୋଗ ମଧ୍ୟରୁ ଅନ୍ୟତମ । ଭଗବାନ ବିଷ୍ଣୁଙ୍କର ମଧ୍ୟ ପ୍ରିୟ ରଙ୍ଗ ହଳଦିଆ । ତେଣୁ ଦେବୀ ଲକ୍ଷ୍ମୀଙ୍କୁ ହଳଦିଆ ରଙ୍ଗର ମିଠା ଅର୍ପଣ କରିବା ଅତ୍ୟନ୍ତ ଶୁଭ ଅଟେ ।

Also Read- Gujrat Fish: ବିୟର ଏବଂ ୱାଇନ୍ ତିଆରିରେ ବ୍ୟବହାର ହୁଏ ଏହି ମାଛ, ମୂଲ୍ୟ ୫ଲକ୍ଷ

Also Read- Vastu Tips: ରୋଷେଇ ସମୟରେ ଏହି କଥାକୁ ଧ୍ୟାନରେ ରଖନ୍ତୁ, ଅନ୍ୟଥା ପତି ହେବେ କାଙ୍ଗାଳ

Read More
{}{}