Hindi News >>Home >>Odisha Spirituality

Chhath Puja 2022 Day 4: କାହିଁକି ବିନା ବ୍ରାହ୍ମଣରେ ହୁଏ ଛଟ୍ ପୂଜା ? ଜାଣନ୍ତୁ କାରଣ

Chhath Puja 2022 Day 4: ଛଟ୍ ପୂଜାରେ ସାଧାରଣତଃ ଭଗବାନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଏ । ଛଟ୍ ପୂଜା ପାଇଁ ଉତ୍ସବ ମୁଖର ସାରା ଦେଶ । ଆଜି ଛଟ୍ ପୂଜାର ଶେଷ ତଥା ଅନ୍ତିମ ଦିନ । ଛଟ୍‌ ପୂଜାରେ ସୂର୍ଯ୍ୟ ଦେବତା ଓ ତାଙ୍କ ଭଉଣୀ ଛଟି ମାତାଙ୍କୁ ପୂଜା କରାଯାଏ।

Advertisement
Chhath Puja 2022 Day 4: କାହିଁକି ବିନା ବ୍ରାହ୍ମଣରେ ହୁଏ ଛଟ୍ ପୂଜା ? ଜାଣନ୍ତୁ କାରଣ
Stop
Zee Odisha Desk|Updated: Oct 31, 2022, 01:57 PM IST

Chhath Puja 2022 Day 4: ଛଟ୍ ପୂଜାରେ ସାଧାରଣତଃ ଭଗବାନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଏ । ଛଟ୍ ପୂଜା ପାଇଁ ଉତ୍ସବ ମୁଖର ସାରା ଦେଶ । ଆଜି ଛଟ୍ ପୂଜାର ଶେଷ ତଥା ଅନ୍ତିମ ଦିନ ।  ଛଟ୍‌ ପୂଜାରେ ସୂର୍ଯ୍ୟ ଦେବତା ଓ ତାଙ୍କ ଭଉଣୀ ଛଟି ମାତାଙ୍କୁ ପୂଜା କରାଯାଏ। ଏହି ପର୍ବ ପାଳନ କଲେ ପରିବାର ସୁଖ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି। ଛଟ୍ ପୂଜା ଚାରି ଦିନ ବ୍ୟାପୀ ଅତି ନିଷ୍ଠାର ସହିତ ପାଳନ କରାଯାଇଥାଏ। ପ୍ରଥମ ଦିନକୁ ନହା ଖାଇ, ଦ୍ୱିତୀୟ ଦିନକୁ ଖରନା ବୋଲି କୁହାଯାଏ। ସେହିପରି ତୃତୀୟ ଦିନରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ବ୍ରତଧାରୀମାନେ ପୂଜା କରାଯାଏ। ଚତୁର୍ଥ ଦିନ ବଡ଼ି ଭୋରରୁ ନଦୀକୁ ଯାଇ ସୂର୍ଯ୍ୟ ଉଦୟ ହେଉଥିବା ବେଳେ ପାଣି ମଧ୍ୟରେ ରହି ଅର୍ଘ୍ୟ ଅର୍ପଣ କରାଯାଇ ବ୍ରତ ଭଙ୍ଗାଯାଇଥାଏ।

ଉଷା ଅର୍ଘ୍ୟର ମହତ୍ବ ଜାଣନ୍ତୁ : 

ଛଟ୍ ପୂଜାର ଚତୁର୍ଥ ତଥା ଶେଷ ଦିନରେ ଉଦୟ ସୂର୍ଯ୍ୟଙ୍କୁ ଉଷା ଅର୍ଘ୍ୟ ଅର୍ପଣ କରାଯାଏ । ସୂର୍ଯ୍ୟଙ୍କୁ  ଅର୍ଘ୍ୟ ଅର୍ପଣ କରିବା ପରେ ଛଟ୍ ଉପବାସ ଭଙ୍ଗାଯାଏ । ଏହି ଦିନ, ନଦୀ କୂଳରେ ଉଦୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ପରେ ସୂର୍ଯ୍ୟ ଭଗବାନ ଏବଂ ଛଟ୍ ମାତାଙ୍କୁ ପିଲାମାନଙ୍କର ସୁରକ୍ଷା ତଥା ପରିବାରର ସୁଖ ଏବଂ ଶାନ୍ତି ପାଇଁ ପ୍ରାର୍ଥନା କରାଯାଏ। ପୂଜା ପରେ କଞ୍ଚା କ୍ଷୀର, ପାଣି ଏବଂ ପ୍ରସାଦ ସହିତ ଉପବାସ ଭାଙ୍ଗିଯାଏ ।

ଜାଣନ୍ତୁ ଉଷା ଅର୍ଘ୍ୟର ଶୁଭ ମୁହୂର୍ତ୍ତ :

୩୧ ଅକ୍ଟୋବର ,ଅର୍ଥାତ ଆଜି ଉଷା ଅର୍ଘ୍ୟ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରାଯିବାର ବିଧି ରହିଛି । ଆଜି ସୂର୍ଯ୍ୟୋଦୟ ସମୟ ସକାଳ ୬ଟା ୨୩ ମିନିଟ ସମୟ । 

ଉଷା ଅର୍ଘ୍ୟ ଦିନ ଏହି ଜିନିଷଗୁଡ଼ିକ ବହୁ ଗୁରୁତ୍ୱପୂର୍ଣ୍ଣ :

ସୂର୍ଯ୍ୟ ଭଗବାନଙ୍କୁ ଅର୍ଘ୍ୟ ଅର୍ପଣ କରିବାବେଳେ, ମୁଖ ପୂର୍ବ ଆଡକୁ ରହିବା ଉଚିତ୍ ।

ଅର୍ଘ୍ୟ ପ୍ରଦାନ କରିବାକୁ ଏକ ତମ୍ବା ପାତ୍ର ବ୍ୟବହାର କରନ୍ତୁ।

ସର୍ବଦା ଦୁଇ ହାତରେ ଅର୍ଘ୍ୟ ଦିଅନ୍ତୁ।

ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବାବେଳେ, ଜଳର ଧାରରୁ କିରଣ ଦେଖନ୍ତୁ ।

ଅର୍ଘ୍ୟ ଅର୍ପଣ କରିବା ସମୟରେ ହାଣ୍ଡିରେ ଅକ୍ଷୁର୍ଣ୍ଣ ଏବଂ ନାଲି ଫୁଲ ରଖନ୍ତୁ ।

କିମ୍ବଦନ୍ତୀ :

କୁହାଯାଏ ବିହାରର ଜଣେ ରାଜା ଥିଲେ ପ୍ରିୟବନ୍ତ। ସେ ନିଃସନ୍ତାନ ଥିଲେ। ସେଥିପାଇଁ ରାଜା ଓ ରାଣୀ ଅତ୍ୟନ୍ତ ଦୁଃଖରେ ଦିନ କାଟୁଥିଲେ। ଦିନେ ଋଷି ବଶିଷ୍ଠଙ୍କୁ ଦେଖା କଲେ। ଏହି ଦୁଃଖରୁ ବାହାରିବାକୁ ଉପାୟ ମାଗିଲେ। ସବୁ କଥା ଶୁଣିବା ପରେ ଋଷି ବଶିଷ୍ଠ ସେମାନଙ୍କୁ ସୂର୍ଯ୍ୟ ଦେବ ଓ ତାଙ୍କ ଭଉଣୀ ଛଟି ମାତାଙ୍କୂ ପୂଜା କରିବାକୁ ପରାମର୍ଶ ଦେଲେ। ଏହାପରେ ରାଜା ପ୍ରିୟବନ୍ତ ଓ ତାଙ୍କ ପତ୍ନୀ କାର୍ତ୍ତିକ ମାସ ଚତୁର୍ଥୀ ଦିନ ଠାରୁ ୪ ଦିନ ପର୍ଯ୍ୟନ୍ତ ଏହି ପୂଜା ରଖିଲେ। ଏହାପରେ ତାଙ୍କୁ ଏକ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥିଲା। ସେବେଠାରୁ  ବିହାରୀ ସମ୍ପ୍ରଦାୟର ଲୋକେ ବେଶ ନିଷ୍ଠାରେ ଏହି ପର୍ବ ପାଳନ୍ତି।

ସମଗ୍ର ଦେଶରେ ବେଶ ଉତ୍ସାହର ସହକାରେ ଏହି ପର୍ବ ପାଳନ କରାଯାଇଥାଏ । କିନ୍ତୁ ଏହା ମୁଖ୍ୟତ ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ ,ମଧ୍ୟପ୍ରଦେଶ, ଗୁଜୁରାଟ, ଚଣ୍ଡିଗଡ଼, ଛତିଶଗଡ, ମୁମ୍ବାଇ ଏବଂ ଗୋଆରେ ପାଳନ କରାଯାଇଥାଏ।  ଛଟ୍‌ ପୂଜାରେ ସୂର୍ଯ୍ୟ ଦେବତା ଓ ତାଙ୍କ ଭଉଣୀ ଛଟି ମାତାଙ୍କୁ ପୂଜା କରାଯାଏ।

Read More
{}{}