Hindi News >>Home >>Odisha Spirituality

Chandra Grahan 2022: ଚନ୍ଦ୍ରଗ୍ରହଣ ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନଚେତ୍...

Chandra Grahan 2022: ଆସନ୍ତାକାଲି ଚନ୍ଦ୍ରଗ୍ରହଣ। ଚଳିତ ବର୍ଷର ଏହା ଶେଷ ଚନ୍ଦ୍ର ଗ୍ରହଣ ବୋଲି କୁହାଯାଇପାରିବ। କାରଣ ଏହା ପରେ ୭ ସେପ୍ଟେମ୍ବର ୨୦୨୫ରେ ପୁଣି ଥରେ ଏପରି ଗ୍ରହଣ ଦେଖାଯିବ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପାଖାପାଖି ୮୬ ମିନିଟ୍‌ ପର୍ଯ୍ୟନ୍ତ ରହିବ ବୋଲି ସମୟ ଗଣନା କରାଯାଇଛି।

Advertisement
Chandra Grahan 2022: ଚନ୍ଦ୍ରଗ୍ରହଣ ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନଚେତ୍...
Stop
Zee Odisha Desk|Updated: Nov 07, 2022, 04:46 PM IST

Chandra Grahan 2022: ଆସନ୍ତାକାଲି ଚନ୍ଦ୍ରଗ୍ରହଣ। ଚଳିତ ବର୍ଷର ଏହା ଶେଷ ଚନ୍ଦ୍ର ଗ୍ରହଣ ବୋଲି କୁହାଯାଇପାରିବ। କାରଣ ଏହା ପରେ ୭ ସେପ୍ଟେମ୍ବର ୨୦୨୫ରେ ପୁଣି ଥରେ ଏପରି ଗ୍ରହଣ ଦେଖାଯିବ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପାଖାପାଖି ୮୬ ମିନିଟ୍‌ ପର୍ଯ୍ୟନ୍ତ ରହିବ ବୋଲି ସମୟ ଗଣନା କରାଯାଇଛି। ଗତ ମେ ମାସରେ ହୋଇଥିବା ଚନ୍ଦ୍ରଗ୍ରଣ ଅପେକ୍ଷା ଏହା ଅଧିକ ଚମକଦାର ହେବ। କୋଲକାତା, ସିଲିଗୁରି, ପାଟନା, ରାଞ୍ଚି ଏବଂ ଗୌହାଟୀରେ ଏହି ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ଏହି ଚନ୍ଦ୍ରଗ୍ରହଣ ଭାରତର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରଗ୍ରହଣ ସମୟରେ କିଛି କାମ କରିବା ନିଷେଧ ରହିଛି। ଚନ୍ଦ୍ରଗ୍ରହଣ ସମୟରେ କଣ କରାଯିବା ଉଚିତ ଏବଂ କ’ଣ ନ କରିବା ଉଚିତ୍ ଆସନ୍ତୁ ଜାଣିବା ।

ଚନ୍ଦ୍ରଗ୍ରହଣ ସମୟରେ କ’ଣ କରିବେ ନାହିଁ ?

ଚନ୍ଦ୍ରଗ୍ରହଣ ସମୟରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ।
ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ରାନ୍ଧିବା ଏବଂ ଖାଇବା ନିଷେଧ ବୋଲି ଧରାଯାଏ ।
ଦେବତା ଏବଂ ତୁଳସୀ ଗଛକୁ ମଧ୍ୟ ଛୁଇଁବା ଉଚିତ୍ ନୁହେଁ ।
ଚନ୍ଦ୍ରଗ୍ରହଣ ସମୟରେ ଫୁଲ ଓ ପତ୍ର ତୋଳିବାକୁ ବାରଣ କରାଯାଇଛି । ସେହିପରି କାଠ ହାଣିବା ମଧ୍ୟ ଉଚିତ୍ ନୁହେଁ ।
ଏହି ଦିନ କେଶ କିମ୍ବା ପୋଷାକ ଧୋଇବା ଅନୁଚିତ୍ ।
ଚନ୍ଦ୍ରଗ୍ରହଣ ସମୟରେ ଶୋଇବା ଓ ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ । 
ଚନ୍ଦ୍ରଗ୍ରହଣ ସମୟରେ ଯେ କୌଣସି ପ୍ରକାରର ଜିନିଷ କିଣିବା ଠାରୁ ଦୂରେଇ ରହିବା ଉଚିତ୍ ।
ଚନ୍ଦ୍ରଗ୍ରହଣ ସମୟରେ କେଶ କିମ୍ବା କାଢି କାଟିବା ଉଚିତ୍ ନୁହେଁ । ଏହାସହ କେଶ କିମ୍ବା ହାତରେ ମେହେନ୍ଦୀ ଲଗାଇବା ମଧ୍ୟ ଉଚିତ୍ ନୁହେଁ ।
ଚନ୍ଦ୍ରଗ୍ରହଣ ସମୟରେ, ଧାର ଉଧାର କରିବା ବା ଋଣ ଆଣିବା ଉଠିତ୍ ନୁହେଁ, ଯଦି ଏହା ଆପଣ କରୁଛନ୍ତି । ଏହା ଠାରୁ ଆପଣ ଦୂରେଇ ରୁହନ୍ତୁ । ଏପରି କରିବା ଦ୍ବାରା ଦରିଦ୍ରତାର ସମ୍ମୁଖିନ ହେବାକୁ ପଡିଥାଏ । 

ଏହାବି ପଢନ୍ତୁ : Prathamastami: ଓଡିଆ ସଂସ୍କୃତି ଓ ପରମ୍ପରାରେ ବିଜ୍ଞାନ, ଏଣ୍ଡୁରୀ ପିଠା ଖାଇଲେ ମିଳେ ଏହି ସବୁ ଲାଭ

ଚନ୍ଦ୍ରଗ୍ରହଣ ସମୟରେ କ’ଣ କରିବେ ?

ଚନ୍ଦ୍ରଗ୍ରହଣ ସମୟରେ ଇଶ୍ବରଙ୍କ ପାଇଁ ଧ୍ୟାନ କରିବା ଉଚିତ୍ ।
ଭଗବାନଙ୍କ ଧ୍ୟାନ ସହିତ ମନ୍ତ୍ର ଜପ କରାଯିବା ଉଚିତ୍ ।
ଚନ୍ଦ୍ରଗ୍ରହଣ ଶେଷ ହେବା ପରେ ଗଙ୍ଗାଜଳକୁ ନିଜ ଘରେ ଛିଞ୍ଚିବା ଉଚିତ୍। ଏବଂ ସ୍ନାନ କରନ୍ତୁ ।
ଚନ୍ଦ୍ରଗ୍ରହଣ ପୂର୍ବରୁ ପ୍ରସ୍ତୁତ ଖାଦ୍ୟ ଖାଇବା ପୂର୍ବରୁ, ଏଥିରେ ତୁଳସୀ ପତ୍ର ମିଶାଇ ଏହାକୁ ଶୁଦ୍ଧ କରନ୍ତୁ । ପରେ ଏହାକୁ ଭୋଜନ କରନ୍ତୁ । 
ଚନ୍ଦ୍ରଗ୍ରହଣ ଏବଂ ଶେଷ ସମୟରେ ସୂର୍ଯ୍ୟ ମନ୍ତ୍ର 'ଓମ୍ ହରିମ୍ ଗ୍ରୀନହ ସୂର୍ଯ୍ୟ ଆଦିତ୍ୟ ନାମ' ଏବଂ 'ଓମ୍ ନାମୋ ଭଗବତ ଭାସୁଦେବୟା' ଜପ କରନ୍ତୁ ।
ସଂଯମତା ସହିତ ଜପ ଓ ଧ୍ୟାନ କଲେ ଅନେକ ସୁଫଳ ମିଳିଥାଏ । 

 

Read More
{}{}