Hindi News >>Home >>Odisha Spirituality

Banana Tree Remedies On Thursday: ମାଡି ଆସୁଛି କି ଦାରିଦ୍ରତା ? ଗୁରୁବାର ଦିନ କଦଳୀ ଗଛ ପାଖରେ କରନ୍ତୁ ଏସବୁ ଉପଚାର

Banana Tree Remedies On Thursday: ସନାତନ ଧର୍ମରେ ବୃକ୍ଷ ଓ ଉଦ୍ଭିଦ ଗୁଡିକୁ ପୂଜା କରିବା ନେଇ ବିଶେଷ ମହତ୍ତ୍ବ ରହିଛି । କୁହାଯାଏ ଯେ, ୩୩ କୋଟି ଦେବତାଙ୍କ ମଧ୍ୟରୁ ଅଧିକାଂଶ ଦେବୀଦେବତା ବିଭିନ୍ନ ପ୍ରକାର ବୃକ୍ଷରେ ରୁହନ୍ତି । ଏବଂ ଯଦି ସେମାନଙ୍କୁ ଏକ ବିଶେଷ ଦିନରେ ପୂଜା କରାଯାଏ, ତେବେ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ।

Advertisement
Banana Tree Remedies On Thursday: ମାଡି ଆସୁଛି କି ଦାରିଦ୍ରତା ?  ଗୁରୁବାର ଦିନ କଦଳୀ ଗଛ ପାଖରେ କରନ୍ତୁ ଏସବୁ ଉପଚାର
Stop
Zee Odisha Desk|Updated: Dec 22, 2022, 02:02 PM IST

Banana Tree Remedies On Thursday: ସନାତନ ଧର୍ମରେ ବୃକ୍ଷ ଓ ଉଦ୍ଭିଦ ଗୁଡିକୁ ପୂଜା କରିବା ନେଇ ବିଶେଷ ମହତ୍ତ୍ବ ରହିଛି । କୁହାଯାଏ ଯେ, ୩୩ କୋଟି ଦେବତାଙ୍କ ମଧ୍ୟରୁ ଅଧିକାଂଶ ଦେବୀଦେବତା  ବିଭିନ୍ନ ପ୍ରକାର ବୃକ୍ଷରେ ରୁହନ୍ତି । ଏବଂ ଯଦି ସେମାନଙ୍କୁ ଏକ ବିଶେଷ ଦିନରେ ପୂଜା କରାଯାଏ, ତେବେ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ। ଗୁରୁବାର ଭଗବାନ ବିଷ୍ଣୁ ,ଦେବଗୁରୁ ବୃହସ୍ପତି ଓ ମାଆ ଲକ୍ଷ୍ମୀଙ୍କ ପାଇଁ ଦିନଟି ଉତ୍ସର୍ଗ କରାଯାଇଛି। ଏହି ଦିନ, କଦଳୀ ଗଛକୁ ପୂଜା କରିବା ଦ୍ବାରା ବିଷ୍ଣୁ ଓ ମାଆ ଲକ୍ଷ୍ମୀଙ୍କ ଆର୍ଶିବାଦ ମିଳବା ସହ ଘରେ କୌଣସି ଆର୍ଥିକ ସମସ୍ୟା ଦେଖାଦେଇ ନ ଥାଏ । 

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଗୁରୁବାର ଦିନ କଦଳୀ ଗଛକୁ ଠିକ୍ ଭାବରେ ପୂଜା କରାଯାଏ । ତେବେ ନିଶ୍ଚିତ ଭାବରେ ଆପଣ  ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପାଇବେ। ଆହୁରି ମଧ୍ୟ,  ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ଶାସ୍ତ୍ରରେ କୁହାଯାଇଛି ଯେ, ମାତା ଲକ୍ଷ୍ମୀ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ପତ୍ନୀ। ଗୁରୁବାର ଦିନ ଶ୍ରୀ ହରିଙ୍କୁ ପୂଜା କଲେ ମାତା ଲକ୍ଷ୍ମୀ ମଧ୍ୟ ଖୁସି ହୁଅନ୍ତି । ତେବେ ଆସନ୍ତୁ ଜାଣିବା ଗୁରୁବାର ଦିନ କଦଳୀ ଗଛକୁ କିପରି ପୂଜା କରିବା । 

ଗୁରୁବାର ଦିନ କଦଳୀ ଗଛ ସହିତ ଜଡିତ ଏହି ପ୍ରତିକାର ଗୁଡିକ କରନ୍ତୁ :

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଆପଣଙ୍କ ଘରର ବାଡିପଟେ କଦଳୀ ଗଛ ଯାଏ, ତେବେ ସେହି ଘରେ କଦାପି ଦଃଖ ଓ ଦାରିଦ୍ରତା ପାଖ ମାଡିବ ନାହିଁ ।

- କୁହାଯାଏ ଗୁରୁବାର ଦିନ ଏକ କଦଳୀ ଗଛକୁ ପୂଜା କରି ଜଣେ ବ୍ୟକ୍ତି ଆର୍ଥିକ ସଙ୍କଟରୁ ମୁକ୍ତି ପାଇଥାଏ। ଏହା କରିବା ଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ଏବଂ ଗୃହକର୍ତ୍ତାଙ୍କ ସମସ୍ତ ଇଚ୍ଛା ପୂରଣ ହୋଇଥାଏ । 

- ଯଦି ଆପଣ ଘରେ ସୁଖ-ସମୃଦ୍ଧତା ଏବଂ ଧନ ଚାହୁଁଛନ୍ତି, ତେବେ କଦଳୀ ଗଛର ମୂଳକୁ ଗୁରୁବାର ଦିନ ପ୍ରଥମେ ସଫା ରଖନ୍ତୁ । ସ୍ନାନ ପରେ ହଳଦିଆ ବସ୍ତ୍ର ପରିଧାନ କରି ବ୍ରତଧାରୀମାନେ ପ୍ରାତ ସମୟରେ କଦଳୀ ଗଛ ଉପରେ ଗଙ୍ଗା ଜଳ ଝିଞ୍ଚନ କରନ୍ତୁ । ଏବଂ ଏହି ଗଛ ମୂଳରେ ଏକ ହଳଦିଆ ରଙ୍ଗର ସାଲୁ କନା ବା ଚୁନରି ଚଢାନ୍ତୁ ।ଏହା ସହ ଦୀପ ଧୂପ ନୈବେଦ୍ୟ ଦେଇ ପୂଜା କରନ୍ତୁ ।  ପୂଜା ପରେ ସେହି ମୂଳକୁ ନେଇ ଆପଣ ଘରେ ଟଙ୍କା ରଖୁଥିବା ସ୍ଥାନ(ଗଡ୍ରେଜ୍) ଭିତରେ ରଖନ୍ତୁ । ଏହି ପ୍ରତିକାର ଗୁରୁବାର ଦିନ କରାଯିବା ଦ୍ବାରା ଘରେ କୌଣସି ଆର୍ଥିକ ସମସ୍ୟା ଦେଖାଦେଇ ନ ଥାଏ । 

(ପ୍ରତ୍ୟାଖ୍ୟାନ: ଏହା ଏକ ଖବର ମାତ୍ର ସୂଚନା ଉପଯୋଗୀ, ହେଲେ ଜି ଓଡିଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ )

Read More
{}{}