Hindi News >>Home >>Odisha Spirituality

ଆଜି ପବିତ୍ର ଶ୍ରାବଣର ପ୍ରଥମ ସୋମବାର, ରାଜ୍ୟର ଏହି ସବୁ ଶୈବପୀଠରେ ଜଳଲାଗି ମନା

ସଂକ୍ରମଣ ହ୍ରାସ ପରେ ଏଥର ମହାଦେବଙ୍କ ଭକ୍ତଙ୍କୁ ଜଳଲାଗି କରିବାକୁ ସୁଯୋଗ ମିଳିଛି। ଯେଉଁଥିପାଇଁ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସୋମବାର ସକାଳୁ ରାଜ୍ୟର ବିଭିନ୍ନ ଜଳାଶୟରୁ ପାଣି ଉଠାଇ କାଉଡିଆମାନେ ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

Advertisement
ବୋଲବମ ଭକ୍ତ (ଫାଇଲ ଫଟୋ)
Stop
Zee Odisha Desk|Updated: Jul 18, 2022, 07:11 AM IST

ଭୁବନେଶ୍ୱର: ଆଜି ପବିତ୍ର ମାସର ପ୍ରଥମ ସୋମବାର। ଦୀର୍ଘ ଦୁଇ ବର୍ଷ ପରେ ବୋଲବମ ଧ୍ୱନୀରେ କମ୍ପିଲା ଖଣ୍ଡମଣ୍ଡଳ। କୋରୋନା କଟକଣା ପାଇଁ ଗତ ଦୁଇ ବର୍ଷ ହେଲା ବୋଲବମ ଯାତ୍ରା ଉପରେ କଟକଣା ଲଗାଯାଇଥିଲା। କିନ୍ତୁ ସଂକ୍ରମଣ ହ୍ରାସ ପରେ ଏଥର ମହାଦେବଙ୍କ ଭକ୍ତଙ୍କୁ ଜଳଲାଗି କରିବାକୁ ସୁଯୋଗ ମିଳିଛି। ଯେଉଁଥିପାଇଁ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସୋମବାର ସକାଳୁ ରାଜ୍ୟର ବିଭିନ୍ନ ଜଳାଶୟରୁ ପାଣି ଉଠାଇ କାଉଡିଆମାନେ ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଦୁଇ ଵର୍ଷ ପରେ ଆସ୍ଥା ଓ ଵିଶ୍ୱାସର ଯାତ୍ରା ଆରମ୍ଭ ହୋଇଛି। ଚଳିତ ଥର କୋରୋନା କଟକଣା ନ ଥିବାରୁ ଶୈବପୀଠରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି। ଦୀର୍ଘ ଦୁଇ ବର୍ଷ ପରେ ଶ୍ରାବଣ ମାସରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଶିବଭକ୍ତ ଜଳଲାଗି କରିଛନ୍ତି। ବିଭିନ୍ନ ସ୍ଥାନରୁ ଜଳ ସଂଗ୍ରହ କରି କାଉଡ଼ିଆମାନେ ସୋମବାରରେ ଶିବଲିଙ୍ଗରେ ଜଳ ଢ଼ାଳିଛନ୍ତି। ହେଲେ କିଛି ଜିଲ୍ଲାରେ ପ୍ରଶାସନର କଟକଣା କାଉଡିଆଙ୍କ ଶ୍ରାବଣ ପୂଜାକୁ ଫିକା କରିଦେଇଛି।

Also Read: ଧର୍ମଗଡ଼ରେ ଏସିଆର ଦ୍ୱିତୀୟ ସର୍ବବୃହତ ପାରଦ ଲିଙ୍ଗ; ଜାଣନ୍ତୁ, କେମିତି ହୋଇଥିଲେ ଆବିର୍ଭାବ?

ଶ୍ରାବଣ ମାସ ଆରମ୍ଭ ହେଇଯାଇଥିଵାରୁ କଟକ ଗଡଗଡିଆ ଘାଟରୁ ପୁଣି କାଉଡି ଯାତ୍ରା ଆରମ୍ଭ ହୋଇଛି। ଗଡଗଡିଆ ଘାଟରେ ଶୈଵଭକ୍ତ ମାନେ ଵୁଡ ପକାଇ, ପୂଜାର୍ଚ୍ଚନା କରି ପାଣି ଉଠାଇ ରାଜ୍ୟର ବିଭିନ୍ନ ଶୈଵପୀଠ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରସିଦ୍ଧ ଧବଳେଶ୍ୱର ପୀଠକୁ କାଉଡ଼ିଆଙ୍କ ବାହୁଙ୍ଗି ଉପରେ କଟକଣା ଲାଗିଛି। ଶ୍ରାବଣ ମାସରେ ଧବଳେଶ୍ୱର ପୀଠକୁ କାଉଡ଼ିଆମାନେ ବାହୁଙ୍ଗି ଆଣିବାକୁ ବାରଣ କରାଯାଇଛି। ଝୁଲାପୋଲ ପର୍ଯ୍ୟନ୍ତ କାଉଡ଼ିଆ ବାହୁଙ୍ଗି ନେଇପାରିବେ, ହେଲେ ଆଉ ଭିତରକୁ ନେଇପାରିବେନାହିଁ। ଝୁଲାପୋଲ ଦେଇ କେବଳ ପାଣି କଳସ ଓ ଭୋଗ ନେଇ ଶ୍ରଦ୍ଧାଳୁ ଯିବେ ବୋଲି ଆଠଗଡ଼ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

 

ସେହିପରି ଢେଙ୍କାନାଳ ଜିଲ୍ଲାରେ ଶୈବପୀଠରେ ଜଳଲାଗି ଉପରେ କଟକଣା ଲଗାଯାଇଛି। ରାଜ ପୁରୋଧା ପଞ୍ଚାନନ ମିଶ୍ରଙ୍କ ପରାମର୍ଶ କ୍ରମେ ଢେଙ୍କାନାଳର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଶୈବପୀଠରେ ପ୍ରଥମ ସୋମବାରରେ କାଉଡ଼ିଆମାନେ ଜଳଲାଗି କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ରବିବାର କର୍କଟ ସଂକ୍ରାନ୍ତି ଥିବାରୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ୩ ଦିନ ନଦୀର ଜସ୍ପଳା ରହୁଥିବାରୁ ପାଣି ଅଶୁଦ୍ଧି ରହିଥାଏ। ତେଣୁ ଶୈବପୀଠ ଗୁଡିକରେ ଜଳ ଲାଗି କରିବାକୁ ପ୍ରଥମ ସୋମବାର କାଉଡ଼ିଆଙ୍କୁ ମନା କରାଯାଇଛି। ଫଳରେ ଚଳିତ ପ୍ରଥମ ସୋମବାର କପିଳାଶ ସହିତ, ଉଗ୍ରେଶ୍ବର, ଦୌଡ଼େଶ୍ୱର ଆଦି ଜିଲ୍ଲାର ସମସ୍ତ ଶୈବପୀଠ କାଉଡ଼ିଆଙ୍କୁ  ଯିବାକୁ ମନା କରାଯାଇଛି।

 

 

 

 

 

 

Read More
{}{}