Hindi News >>Home >>Odisha Spirituality

mystery of Rath Yatra : ଜାଣନ୍ତୁ ରଥଯାତ୍ରାରେ ଜଡିତ ଥିବା ଏହି ମଠମାନଙ୍କର ଭୂମିକା ବିଷୟରେ

mysterious fact of matha : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସମସ୍ତ ପରମ୍ପରା, ରୀତିନୀତି ସହିତ ମଠମାନଙ୍କର ସମ୍ପର୍କ ବହୁ ପୁରୁଣା । ଜାଣନ୍ତୁ ପ୍ରମୁଖ ୫ ଟି ମଠ ସମ୍ପର୍କରେ

Advertisement
jagannath
Stop
Zee Odisha Desk|Updated: Jul 06, 2024, 12:31 PM IST

Rath Yatra 2024 : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ପରମ୍ପରା, ରୀତିନୀତି ସହିତ ମଠମାନଙ୍କର ସମ୍ପର୍କ ବହୁ ପୁରୁଣା । ତେବେ ସମୟସ୍ରୋତରେ କିଛି ପରମ୍ପରା ହଜିଯାଇଥିଲେ ମଧ୍ୟ କିଛି ଏବେ ବଞ୍ଚି ରହିଛି । ପୁରୀରେ ଥିବା ବିଭିନ୍ନ ସମ୍ପ୍ରଦାୟର ମଠମାନଙ୍କ ସହ ଶ୍ରୀମନ୍ଦିରର ବିଭିନ୍ନ ପ୍ରକାର ସମ୍ପର୍କ ରହିଛି । ଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମୟରେ କିଛି ନିର୍ଦ୍ଦିଷ୍ଟ ମଠମାନଙ୍କର ସେବାକୁ ଅଧିକ ମହତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।
ତେବେ ଜାଣନ୍ତୁ ସେହି ପ୍ରମୁଖ ୫ ଟି ମଠ ସମ୍ପର୍କରେ -

୧-ଗଙ୍ଗାମାତା ମଠ: ଗୁଣ୍ଡିଚା ଘରକୁ ଠାକୁରମାନଙ୍କ ଆଡ଼ପ ବିଜେ ସମୟରେ ଗଙ୍ଗାମାତା ମଠ ପକ୍ଷରୁ ପନ୍ତି ଭୋଗ ହୋଇଥାଏ । ଅନ୍ୟ ମଠ ପରି ଗଙ୍ଗାମାତା ମଠକୁ ଗୁଣ୍ଡିଚା ଘରେ ପନ୍ତି ଚାଳି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଏ ।

୨-ଏମାର ମଠ: ପୁରୀର ପ୍ରସିଦ୍ଧ ଏମାର ମଠ ଜଗନ୍ନାଥଙ୍କ ରଥଯାତ୍ରା, ଆଡ଼ପ ବିଜେ, ହେରା ପଞ୍ଚମୀ, ନିଳାଦ୍ରି ବିଜେ ଆଦି ଦିନମାନଙ୍କରେ ପନ୍ତି ଭୋଗ କରିଥାଏ । ଏହାସହ ଅଣସର ସମୟରେ ଏମାର ମଠ ଚକଟା ଭୋଗର ପ୍ରସ୍ତୁତି କରିଥାଏ । ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମୟରେ ଚାମର ଓ ଆଲଟ ସେବା କରିବାର ଅଧିକାର ଏମାର ମଠର ରହିଛି ।

୩-ଶ୍ରୀରାମ ଦାସ ମଠ: ଶ୍ରୀଗୁଣ୍ଡିଚା ଓ ନିଳାଦ୍ରି ବିଜେ ଦିନ ଶ୍ରୀରାମ ଦାସ ମଠ ବିଗ୍ରହଙ୍କ ପହଣ୍ଡି ଓ ରଥ ଗଡ଼ିବା ସମୟରେ ପନ୍ତି ଭୋଗ କରିଥାଏ । ରଥଯାତ୍ରାରେ ମଠର ମହନ୍ତଙ୍କର ଚାମର ଓ ଆଲଟ ସେବା କରିବାର ଅଧିକାର ରହିଛି ।

୪-ଛାଉଣୀ ମଠ: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଦିବସରେ ବଣିଆ ସେବକମାନଙ୍କ ଘରୁ ସୋଲ ଚିତା ଆଣି ଛାଉଣୀ ମଠର ବିଜେସ୍ଥଳୀରେ ରଖାଯାଏ । ଠାକୁରମାନେ ରଥାରୂଢ଼ ହେବା ପରେ ଏହି ସୋଲ ଚିତା ବିଗ୍ରହମାନଙ୍କର ମସ୍ତକରେ ଲଗାଯାଏ । ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ନିଳାଦ୍ରି ବିଜେ ସମୟରେ ଏହି ମଠର ବିଜେସ୍ଥଳୀରେ ପନ୍ତି ଭୋଗ କରାଯାଏ ।

୫-ଜଗନ୍ନାଥ ବଲ୍ଲଭ ମଠ: ଜଗନ୍ନାଥ ବଲ୍ଲବ ମଠ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମୟରେ ୨୩ଟି ପନ୍ତି ଭୋଗ କରିଥାଏ । ସେଥିରୁ ଗୁଣ୍ଡିଚା ଦିନ ୪ଟି, ରଥ ଚାଲିବା ସମୟରେ ୩ଟି, ଠାକୁର ଗୁଣ୍ଡିଚାରେ ପ୍ରବେଶ କରିବା ସମୟରେ ୪ଟି, ହେରା ପଞ୍ଚମୀ ଦିନ ଗୋଟିଏ, ବାହୁଡ଼ା ଦିନ ୩ଟି, ନିଳାଦ୍ରି ବିଜେ ଦିନ ୪ଟି ପନ୍ତି ଭୋଗ ପ୍ରସ୍ତୁତ କରିଥାଏ ।

{}{}