Hindi News >>Home >>Zee Odisha

New Parliament Building: ନୂଆ ସଂସଦ ଭବନରେ ହେବ ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ‘ଅମୃତ କାଳ’ରେ ନୂତନ ସଂସଦ ଭବନ ଭାରତର ଭାଗ୍ୟ ବିଧାତା ହେବ। ଏହି ଲକ୍ଷ୍ୟରେ ଗଣେଶ ଚତୁର୍ଥୀଠାରୁ ସଂସଦର ଅଧିବେଶନ ନୂତନ ସଂସନଦ ଭବନର  ରାଜ୍ୟସଭା ଏବଂ ଲୋକସଭାରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ନୂତନ ଗୃହରେ ପରିଚାଳିତ ହେବ।&

Advertisement
New Parliament Building: ନୂଆ ସଂସଦ ଭବନରେ ହେବ ସ୍ବତନ୍ତ୍ର ଅଧିବେଶନ
Stop
Zee Odisha Desk|Updated: Sep 06, 2023, 03:57 PM IST

New Parliament Building: ନୂଆଦିଲ୍ଲୀ: ‘ଅମୃତ କାଳ’ରେ ନୂତନ ସଂସଦ ଭବନ ଭାରତର ଭାଗ୍ୟ ବିଧାତା ହେବ। ଏହି ଲକ୍ଷ୍ୟରେ ଗଣେଶ ଚତୁର୍ଥୀଠାରୁ ସଂସଦର ଅଧିବେଶନ ନୂତନ ସଂସନଦ ଭବନର  ରାଜ୍ୟସଭା ଏବଂ ଲୋକସଭାରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ନୂତନ ଗୃହରେ ପରିଚାଳିତ ହେବ। 

ପ୍ରଥମ ଦିନ ଅର୍ଥାତ୍‍  ୧୮ ତାରିଖ ଦିନ ପୂର୍ବ ଭଳି ବର୍ତ୍ତମାନର ସଂସଦଭବନରେ ଅନୁଷ୍ଠିତ ହେବ। ସେଠାରେ ସରକାର ଏହି ଗୃହର ମହତ୍ତ୍ୱ ବିଷୟରେ ସୂଚନା ଦେଇ ନୂଆ ଗୃହକୁ ଯିବା ଲାଗି ପ୍ରସ୍ତାବ ପାରିତ କରିବେ।  ଏହାପରେ ୧୯ ତାରିଖ ଦିନ ଗୃହ କାର୍ଯ୍ୟ ନୂତନ ଗୃହରେ ଅନୁଷ୍ଠିତ ହେବ। 

ସଂସଦର  ଏହି ସ୍ୱତନ୍ତ୍ର ଅଧିବେଶନ ମୌସୁମୀ ଅଧିବେଶନ ଶେଷ ହେବାର ମାତ୍ର ୫ ସପ୍ତା ମଧ୍ୟରେ ଡକାଯାଇଛି। ଏଯାଏ ଏହାର ଏଜେଣ୍ଡା ବିଷୟରେ କୌଣସି ସୂଚନା ଦିଆ ଯାଇ ନାହିଁ। ବିରୋଧୀଙ୍କ ପକ୍ଷରୁ ଏ ନେଇ ଅଭିଯେଗ ମଧ୍ୟ କରାଯାଇଛି। ଯଦିଓ କଂଗ୍ରେସ ଏହି ଅଧିବେଶନରେ ଯୋଗ ଦେଇ ଲୋକଙ୍କ କଥା ଉଠାଇବାକୁ ନିଷ୍ପତ୍ତି ନେଇଛି କିନ୍ତୁ ସମସ୍ତ ୫ଟି କାର୍ଯ୍ୟ ଦିବସକୁ ସରକାରୀ କାର୍ଯ୍ୟ ଦିବସ ଭାବେ ଘୋଷଣା କରାଯାଇଥିବାରୁ ଏଥିଲାଗି କୌଣସି ଅନୁମତି ମିଳି ନପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ସଂସଦୀୟ ଦଳ ଚେୟାରପର୍ସନ ସୋନିଆ ଗାନ୍ଧି କହିଛନ୍ତି। ୯ଟି ପ୍ରସଙ୍ଗ ପ୍ରସ୍ତାବ ଦେବା ସହ ସେ ସଂସଦରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀଙ୍କ ଚିଠି ଲେଖି ଜଣାଇଛନ୍ତି। ଏହି ଅଧିବେଶନକୁ ବିରୋଧୀ ଦଳ ବା ଅନ୍ୟ ରାଜନୈତିକ ଦଳ ସହ ଆଲୋଚନା ବିନା ଡକାଯାଇଥିବା ସେ କହିଛନ୍ତି।

ହଠାତ୍‍ ଏପରି ଏକ ବୈଠକ ଡକାଯିବା ଦେଶନରେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି ଗଣମାଧ୍ୟମରେ ଆଲୋଚନା ହେଉଛି। ଲୋକସଭା ଭଙ୍ଗ କରି ସରକାର ଅନ୍ୟ ରାଜ୍ୟମାନଙ୍କ ସହ ନିର୍ବାଚନକୁ ଓହ୍ଲାଇପାରନ୍ତି ବୋଲି କିଛି କହୁଥିବାବେଳେ ସରକାର ଏହି ଅଧିବେଶନରେ ଓ୍ୱାନ୍‍ ନେସନ୍‍ ଓ୍ୱାନଥ ଇଲେକ୍ସନ ବା ଏକ ସମୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ବିଲ୍‍ ଉପସ୍ଥାପନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାସହ ଯେଉଁ ୫ ରାଜ୍ୟର ନିର୍ବାଚନ ଆସନ୍ନ ହୋଇଛି ସେଠାରେ ନିର୍ବାଚନ ଘୁଞ୍ଚିପାରେ ବାଲି ବି ଚର୍ଚ୍ଚା ହୋଇଛି। ତେବେ ଏ ବିଷୟରେ କୌଣସି ସ୍ପଷ୍ଟତା ସରକାରଙ୍କ ପକ୍ଷରୁ ମିଳିନାହିଁ। 

ପୂର୍ବରୁ ‘ଏକ୍ସ’ ପ୍ଲାଟଫର୍ମରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏ ବାବଦରେ ସୂଚନା ଦେଇ କେବଳ ଅମୃତକାଳକୁ ସ୍ମରଣୀୟ କରିବା ଲାଗି ଏହି ଅଧିବେଶନ ଉଦ୍ଦିଷ୍ଟ ଏବଂ ଏଥିରେ ୫ଟି କାର୍ଯ୍ୟ ଦିବସ ରହିବା ସହ ୧୮ରୁ ୨୨ ଯାଏ ଅଧିବେଶ ଚାଲିବ ବୋଲି ସୂଚନା ଦେଇଥିଲେ।

Read More
{}{}