Hindi News >>Home >>Zee Odisha

Soudi arabia visa rule change: ସାଉଦି ଆରବ ବଦଳାଇଲା ଭିସା ନିୟମ,ପ୍ରଭାବିତ ହେବେ ଭାରତୀୟ

  ସାଉଦି ଆରବ ବିଦେଶରୁ ଆସୁଥିବା ଘରୋଇ ଶ୍ରମିକ ନିଯୁକ୍ତି ପାଇଁ ଭିସା ପ୍ରଦାନର ନିୟମ ପରିବର୍ତ୍ତନ କରିଛି। ସାଉଦି ସରକାରଙ୍କ ମାନବ ସମ୍ବଳ ଏବଂ ସାମାଜିକ ବିକାଶ ମନ୍ତ୍ରଣାଳୟ କହିଛି ଯେ ନୂତନ ନିୟମ ଅନୁଯାୟୀ ୨୪ ବର୍ଷରୁ କମ୍ ଅବିବାହିତ ନାଗରିକ ବିଦେଶୀ ଶ୍ରମିକଙ୍କ ପାଇଁ ଭିସା ଜାରି କରି ପାରିବେ ନାହିଁ ଏବଂ ଘରୋଇ କା

Advertisement
SOCIAL MEDIA
Stop
Zee Odisha Desk|Updated: Nov 28, 2023, 09:19 PM IST

Soudi arabia visa rule change: 

ସାଉଦି ଆରବ ବିଦେଶରୁ ଆସୁଥିବା ଘରୋଇ ଶ୍ରମିକ ନିଯୁକ୍ତି ପାଇଁ ଭିସା ପ୍ରଦାନର ନିୟମ ପରିବର୍ତ୍ତନ କରିଛି। ସାଉଦି ସରକାରଙ୍କ ମାନବ ସମ୍ବଳ ଏବଂ ସାମାଜିକ ବିକାଶ ମନ୍ତ୍ରଣାଳୟ କହିଛି ଯେ ନୂତନ ନିୟମ ଅନୁଯାୟୀ ୨୪ ବର୍ଷରୁ କମ୍ ଅବିବାହିତ ନାଗରିକ ବିଦେଶୀ ଶ୍ରମିକଙ୍କ ପାଇଁ ଭିସା ଜାରି କରି ପାରିବେ ନାହିଁ ଏବଂ ଘରୋଇ କାମ ପାଇଁ କୌଣସି ବିଦେଶୀଙ୍କୁ ନିଯୁକ୍ତି ଦେଇ ପାରିବେ ନାହିଁ। ଏହି ନିୟମ ଘରୋଇ କାମ କରିବା ପାଇଁ ଯାଉଥିବା ଭାରତୀୟ ଶ୍ରମିକମାନଙ୍କୁ ମଧ୍ୟ ପ୍ରଭାବିତ କରିବ କାରଣ ଭାରତରୁ ବହୁ ସଂଖ୍ୟକ ଶ୍ରମିକ ସାଉଦି ଆରବକୁ ଯାଇଥାନ୍ତି ।

ଘରୋଇ ସହାୟକ ଏବଂ ସେମାନଙ୍କ ସମକକ୍ଷଙ୍କ ନିଯୁକ୍ତି ପାଇଁ ଭିସା ପ୍ରଦାନ କରିବାର ନିୟମ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ ହୋଇଥାଏ ।  ଏଥିମଧ୍ୟରେ ସାଉଦି, ଉପସାଗରୀୟ ସହଯୋଗ ପରିଷଦର ନାଗରିକ, ବିସ୍ଥାପିତ ଜନଜାତିର ସଦସ୍ୟ,ନାଗରିକଙ୍କ ପତ୍ନୀ ଏବଂ ମା ଏବଂ ପ୍ରିମିୟମ ରେସିଡେନ୍ସିଧାରୀ ମଧ୍ୟ ସାମିଲ ରହିଛନ୍ତି। ଏହି ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଆର୍ଥିକ କ୍ଷମତା ଉପରେ ଆଧାର କରି ଘରୋଇ ଶ୍ରମିକ ଭିସା ପ୍ରଦାନ କରିବାକୁ ଅନୁମତି ଦିଆଯାଉଛି । ବର୍ତ୍ତମାନ ୨୪ବର୍ଷରୁ କମ୍ ଅବିବାହିତ ନାଗରିକଙ୍କ ପାଇଁ ଏହି ଅଧିକାରଗୁଡିକ ବହୁତ  ସୀମିତ ହୋଇଯାଇଛି, ବିଶେଷ କରି ଘରୋଇ ସହାୟକ,ସହାୟିକା ପାଇଁ ସେମାନେ କାହାକୁ ଭିସା ଦେଇ ପାରିବେ ନାହିଁ । ସାଉଦିଆରବରେ ବିଭିନ୍ନ ବର୍ଗର ଘରୋଇ ଶ୍ରମିକମାନଙ୍କ ମଧ୍ଯରେ ଚାକର, ଡ୍ରାଇଭର, କ୍ଲିନର୍, ରୋଷେଇଆ, ରାକ୍ଷୀ, ବଗିଚା, ଟେଲର୍, ନର୍ସ ଆଦି ଅନ୍ତର୍ଭୁକ୍ତ ।

ଭିସା ନିୟମ କ’ଣ?

ସାଉଦି ଆରବରେ ଆର୍ଥିକ କ୍ଷମତା ନିୟମ ଅନୁଯାୟୀ ପ୍ରଥମ ଭିସା ଜାରି କରିବା ପାଇଁ  ଦରମା ନିର୍ଧାରିତ କରିବା ଯଥେଷ୍ଟ ହୋଇଥାଏ ।  ଭିସା ପ୍ରଦାନ ପାଇଁ ବ୍ୟାଙ୍କ ଡକ୍ୟୁମେଣ୍ଟର ବାଲାନ୍ସ ୪୦ ହଜାର ସାଉଦି ରିୟାଲ୍ ହେବା ଜରୁରୀ । ଦ୍ୱିତୀୟ ଭିସା ପ୍ରଦାନ କ୍ଷେତ୍ରରେ ସର୍ବନିମ୍ନ ଦରମା ୭ ହଜାର ରିୟାଲ୍ ଅଟେ । ସାଉଦି ଗେଜେଟ୍ ଅନୁଯାୟୀ, ତୃତୀୟ ଭିସା ଜାରି କରିବା ପାଇଁ  ସର୍ବନିମ୍ନ ବେତନ ୨୫ ହଜାର ରିୟାଲ୍ ଏବଂ ୨00000 ରିୟାଲ୍ ବ୍ୟାଙ୍କ ବାଲାନ୍ସ  ରହିବା ଆବଶ୍ୟକ।

{}{}