Hindi News >>Home >>Zee Odisha

Baba boukh naag temple: ବାବାଙ୍କ କୋପରୁ ଫସିଥିଲେ,କୃପାରେ ବାହାରିଲେ

  ଅପେକ୍ଷାର ଅନ୍ତ ହୋଇଛି । ମୃତ୍ୟୁର ଟନେଲରେ ପହଂଚିଛି ଜୀବନର ଆଲୋକ । ଉତ୍ତରକାଶୀର ଟନେଲରୁ ଧିରେ ଧିରେ ବାହାରିବାରେ ଲାଗିଛନ୍ତି ଶ୍ରମିକ । ପାହାଡ ହାରିଛି,ଜୀବନ ଜିତିଛି । ମୃତ୍ୟୁ ମୁହଁରୁ ଶ୍ରମିକଙ୍କୁ ବାବା ବୋଖନାଥ ବଂଚାଇ ଆଣିଛନ୍ତି ବୋଲି ସ୍ଥାନୀୟ ଲୋକ କହୁଛନ୍ତି । କାରଣ  ସ୍ଥାନୀୟ ଲୋକଙ୍କ ଅନୁସାରେ ଏସବୁ ହୋଇଥି

Advertisement
SOCIAL MEDIA
Stop
Zee Odisha Desk|Updated: Nov 28, 2023, 09:13 PM IST

Baba boukh naag temple: 

ଅପେକ୍ଷାର ଅନ୍ତ ହୋଇଛି । ମୃତ୍ୟୁର ଟନେଲରେ ପହଂଚିଛି ଜୀବନର ଆଲୋକ । ଉତ୍ତରକାଶୀର ଟନେଲରୁ ଧିରେ ଧିରେ ବାହାରିବାରେ ଲାଗିଛନ୍ତି ଶ୍ରମିକ । ପାହାଡ ହାରିଛି,ଜୀବନ ଜିତିଛି । ମୃତ୍ୟୁ ମୁହଁରୁ ଶ୍ରମିକଙ୍କୁ ବାବା ବୋଖନାଥ ବଂଚାଇ ଆଣିଛନ୍ତି ବୋଲି ସ୍ଥାନୀୟ ଲୋକ କହୁଛନ୍ତି । କାରଣ  ସ୍ଥାନୀୟ ଲୋକଙ୍କ ଅନୁସାରେ ଏସବୁ ହୋଇଥିଲା ବାବା ବୋଖନାଥଙ୍କ କୋପରୁ  । ଆଉ ସବୁର ସୁଖଦ ଅନ୍ତ ମଧ୍ଯ ହେଲା ବାବାଙ୍କ କୃପାରୁ । ସ୍ଥାନୀୟ ଲୋକଙ୍କ ଅନୁସାରେ  ଟନେଲର ଠିକ ଉପରେ ରହିଥିବା ଜଙ୍ଗଲରେ ଥିଲା ବୋଖନାଗ ଦେବତାଙ୍କ ମନ୍ଦିର ରହିଛି । କମ୍ପାନୀ ଯେତେବେଳେ ଟନେଲ ତିଆରି କାମ ଆରମ୍ଭ କରିଥିଲା  ସେତେବେଳେ ମନ୍ଦିରକୁ ଭାଙ୍ଗି ଦେଇଥିଲା । ଅବଶ୍ୟ ମନ୍ଦିର ପୁଣି  ତିଆରି କରିବାର ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ପ୍ରତିଶ୍ରୁତିକୁ ଭୁଲି ଯାଇଥିଲା କମ୍ପାନୀ । ୨୦୧୯ରେ ମନ୍ଦିର ତିଆରି ପାଇଁ ପ୍ରତିସ୍ରୁତି ଦେଇଥିଲେ ମଧ୍ଯ ଆଜିଯାଏ ପୁରା ହୋଇନଥିଲା । ସ୍ଥାନୀୟ ଲୋକେ ବାରମ୍ବାର ମନେ ପକାଇଥିଲେ ସୁଦ୍ଧା ନିର୍ମାଣକାରୀ ସଂସ୍ଥା ଏହା ଉପରେ ଗୁରୁତ୍ବ ଦେଇନଥିଲା

ମନ୍ଦିରର ପୂଜକଙ୍କ ଅନୁସାରେ ଦୁର୍ଘଟଣାର କିଛିଦିନ ପରେ  କମ୍ପାନୀ ଅଧିକାରୀ ତାଙ୍କୁ ପରେ ଫୋନ କରି ଭୁଲ୍ ମାଗିଥିଲେ । ଏହାପରେ ଟନେଲ ନିକଟରେ ଦେବାତଙ୍କ ଏକ ଛୋଟ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ବିଶେଷ ପୂଜାଚ୍ଚନା କରାଯିବା ସହ ବୋଖନାଗଙ୍କ କ୍ରୋଧ ଶାନ୍ତ କରାଗଲା । ଏହାସହ ସେ କହିଛନ୍ତି କି, ଉତ୍ତରାଖଣ୍ଡ ହେଉଛି ଦେବଭୂମି । ଏଠାରେ ଯେକୌଣସି ସଡ଼କ, ପୋଲ ଯାହା ନିର୍ମାଣ କରାଯାଉ ପ୍ରଥମେ ଦେବତାଙ୍କ ଏକ ଛୋଟ ମନ୍ଦିର ପ୍ରତିଷ୍ଠା କରାଯାଏ । ଭଗବାନଙ୍କ ଆଶୀର୍ବାଦ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ମାତ୍ର ଟେନଲ ନିର୍ମାଣକାରୀ ସଂସ୍ଥା ପ୍ରଥମେ ସ୍ଥାନୀୟ ମନ୍ଦିର ଭାଙ୍ଗିଲା ଏବଂ ନୂଆ ମନ୍ଦିର ଟନେଲ କାମ ଆରମ୍ଭ ପୂର୍ବରୁ ପ୍ରତିଷ୍ଠା କରିନଥିଲେ। ଏହା ଅଘଟଣର ମୁଖ୍ୟ କାରଣ ବୋଲି ମଧ୍ୟ ମନ୍ଦିରର ପୂଜକ କହିଛନ୍ତି

 

ବୋଖନାଗ ଏହି ଅଂଚଳକୁ ରକ୍ଷା କରନ୍ତି ବୋଲି ଲୋକବିଶ୍ବାସ ରହିଛି । ଆଖପାଖ ତିନୋଟି ଗାଁର ଇଷ୍ଟଦେବ ହେଉଛନ୍ତି ବାବା ବୋଖନାଥ । କିନ୍ତୁ ଟନେଲ ନିର୍ମାଣକାରୀ ସଂସ୍ଥା ଲୋକଙ୍କ ବିଶ୍ୱାସକୁ ବିଶ୍ୱାସ କରିନଥିଲା । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକ କମ୍ପାନୀର ଅଧିକାରୀଙ୍କୁ ବାବାଙ୍କ କୋପ ବାବଦରେ ଅବଗତ କରାଇଥିଲେ ମଧ୍ଯ କେହି ସେମାନଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ । ତେବେ ପରେ ଟନେଲ ନିକଟରେ ବାବା ବୋଖନାଥଙ୍କ ପାଇଁ ଏକ ଅସ୍ଥାୟୀ ଛୋଟ ମନ୍ଦିର ତିଆରି କରାଯାଇଥିଲା । କାରଣ ସବୁ ଚେଷ୍ଟା ସତ୍ୱେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିଲା ।  ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କରା ସିଂ ଧାମି ଏବଂ ଉଦ୍ଧାରକାରୀ ଟିମ ମଧ୍ୟ ବୋଖନାଗଙ୍କ ଶରଣ ନେଇଥିଲେ । ଏପରିକି ବିଦେଶୀ ଉଦ୍ଧାରକାରୀ ବିଶେଷଜ୍ଞ ମଧ୍ୟ ବାବା ବୋଖନାଥଙ୍କ ନିକଟରେ ପ୍ରାର୍ଥନ କରିବାର ଫଟୋ ଭାଇରାଲ ହୋଇଥିଲା । 

ନିକଟରେ ଟନେଲ କାନ୍ଥରେ ପାଣି ଦ୍ୱାରା ସୃଷ୍ଟ ଏକ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଟନେଲ ମୁହାଁଣରେ ପ୍ରତିଷ୍ଠା ହୋଇଥିବା ବାବାଙ୍କ ଅସ୍ଥାୟୀ ଛୋଟ ମନ୍ଦିର ପଛପଟେ ଗୁମ୍ଫା କାନ୍ଥରେ ପାଣିରେ ଏକ ଆକୃତି ସୃଷ୍ଟି ହୋଇଥିଲା  । ଆକୃତି ଭଗବାନ ଶିବଙ୍କ ଭଳି ଥିଲା । ଯାହାକୁ ଭଗବାନଙ୍କ ଆର୍ଶିବାଦ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା ।

 

Read More
{}{}