Hindi News >>Home >>Zee Odisha

ଦୌଡିବେ ନା ଚାଲିବେ ? କ’ଣ ଓଜନ ହ୍ରାସର ବ୍ରହ୍ମାସ୍ତ୍ର,ଜାଣନ୍ତୁ

ଦୌଡ଼ ଚାଲିବା ତୁଳନାରେ ଓଜନ ହ୍ରାସ କରିବାର ଏକ ଭଲ ଉପାୟ । ଉଭୟ ଦୌଡିବା ଓ ଚାଲିବା ଦ୍ୱାରା ଓଜନ ହ୍ରାସ ପାଇଥାଏ ,ବିଏମଆଇ ଓ ଅଣ୍ଟା ପରିଧି ହ୍ରାସ ପାଇଥାଏ ।  ତେବେ ଚାଲିକରି ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତି ଓ ଦୌଡକୁ ବ୍ୟୟାମରେ ସାମିଲ କରିଥିବା ବ୍ୟକ୍ତିଙ୍କ ଭିତରୁ ଦୌଡୁଥିବା ବ୍ୟକ୍ତିଙ୍କର ଓଜନ ଶୀଘ୍ର ଓ ଅଧିକ ହ୍ରାସ ପାଇଥାଏ । ତିନୋଟି କାର

Advertisement
SOCIAL MEDIA
Stop
Updated: Oct 09, 2023, 11:00 AM IST

ଦୌଡ଼ ଚାଲିବା ତୁଳନାରେ ଓଜନ ହ୍ରାସ କରିବାର ଏକ ଭଲ ଉପାୟ । ଉଭୟ ଦୌଡିବା ଓ ଚାଲିବା ଦ୍ୱାରା ଓଜନ ହ୍ରାସ ପାଇଥାଏ ,ବିଏମଆଇ ଓ ଅଣ୍ଟା ପରିଧି ହ୍ରାସ ପାଇଥାଏ ।  ତେବେ ଚାଲିକରି ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତି ଓ ଦୌଡକୁ ବ୍ୟୟାମରେ ସାମିଲ କରିଥିବା ବ୍ୟକ୍ତିଙ୍କ ଭିତରୁ ଦୌଡୁଥିବା ବ୍ୟକ୍ତିଙ୍କର ଓଜନ ଶୀଘ୍ର ଓ ଅଧିକ ହ୍ରାସ ପାଇଥାଏ ।

ତିନୋଟି କାରଣରୁ ଦୌଡୁଥିବା ବ୍ୟକ୍ତିଙ୍କର ଓଜନ ଶୀଘ୍ର ଓ ଅଧିକ ହ୍ରାସ ପାଇଥାଏ । ପ୍ରଥମ ହେଉଛି  ସମାନ ଦୂରତାକୁ ଚାଲିକରି ଓ ଦୌଡିକରି ଅତିକ୍ରମ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଦୌଡୁଥିବା ବ୍ୟକ୍ତି ଅଧିକ କ୍ୟାଲୋରି ଖର୍ଚ୍ଚ କରିଥାନ୍ତି । ଦ୍ୱିତୀୟତଃ ବ୍ୟୟାମ ପରବର୍ତ୍ତି ମେଟାବୋଲିକ୍ ଦର ଦୌଡ଼ ଭଳି ବ୍ୟୟାମରେ ଅଧିକ ଥାଏ ।ତୃତୀୟତଃ ବ୍ୟୟାମ ପରବର୍ତ୍ତି କ୍ଷୁଧା ଦୌଡ଼ରେ କମ ରହିଥାଏ

ଦୌଡ କିମ୍ବା ଚାଲିବାର ଦୂରତା ସହିତ ଓଜନ ହ୍ରାସର ସମ୍ପର୍କ ଅଧିକ ଥାଏ । ଏହାର ସମୟ କିମ୍ବା ଗତି ସହିତ କୌଣସି ସମ୍ପର୍କ ନଥାଏ ।  ତେଣୁ ଓଜନ କମାଇବାକୁ ଚାହୁଁଥିଲେ ଚାଲିବା ବଦଳରେ ଦୌଡ଼କୁ ବ୍ୟୟାମରେ ସାମିଲ କରନ୍ତୁ । ଦୌଡ଼ିବା ବେଳେ କେତେ ସମୟ ଦୌଡୁଛନ୍ତି କିମ୍ବା କେତେ କ୍ଷୀପ୍ର ବେଗରେ ଦୌଡୁଛନ୍ତି ସେ କଥା ନଭାବି ଦୂରତା ଉପରେ ଧ୍ୟାନ ଦିଅନ୍ତୁ । ତେବେ ଯେଉଁମାନେ ଯନ୍ତ୍ରଣା କିମ୍ବା ଅନ୍ୟକୌଣସି କାରଣରୁ ଦୌଡିବା ସମ୍ଭବ ନୁହେଁ ସେମାନେ ଚାଲନ୍ତୁ । କାରଣ ଚାଲିବା ଦ୍ୱାରା ମଧ୍ୟ ଓଜନ କମିଥାଏ ଓ ଅନ୍ୟନ୍ୟ ସ୍ୱାସ୍ଥ୍ୟଗତ ସୁଫଳ ମିଳିଥାଏ

Read More
{}{}