Hindi News >>Home >>Zee Odisha

Paris in Grip of Ram Fever:ଗେରୁଆ ରଙ୍ଗରେ ରଙ୍ଗେଇ ହେବ ଆଇଫିଲ୍ ଟାୱାର,ରାମମୟ ହେବ ପ୍ୟାରିସ୍

ଜାନୁଆରୀ 22 ରେ ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଯାହାକୁ ନେଇ କେବଳ  ଅଯୋଧ୍ୟା ନୁହେଁ ସମଗ୍ର ଭାରତରେ ଉତ୍ସବର ପରିବେଶ ରହିଛି। ଖାନ ମାର୍କେଟ ପରି ଦିଲ୍ଲୀର ପୋଶ ଅଞ୍ଚଳର ବଜାର ଠାରୁ ଆରମ୍ଭ କରି ମୁମ୍ବାଇର ହାଉସିଂ ସୋସାଇଟି,ମାତା ସୀତାଙ୍କ ଜନ୍ମସ୍ଥାନ ମିଥିଳା, କର୍ଣ୍ଣା

Advertisement
SOCIAL MEDIA
Stop
Zee Odisha Desk|Updated: Jan 10, 2024, 08:48 PM IST

Paris in Grip of Ram Fever:ଜାନୁଆରୀ 22 ରେ ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଯାହାକୁ ନେଇ କେବଳ  ଅଯୋଧ୍ୟା ନୁହେଁ ସମଗ୍ର ଭାରତରେ ଉତ୍ସବର ପରିବେଶ ରହିଛି। ଖାନ ମାର୍କେଟ ପରି ଦିଲ୍ଲୀର ପୋଶ ଅଞ୍ଚଳର ବଜାର ଠାରୁ ଆରମ୍ଭ କରି ମୁମ୍ବାଇର ହାଉସିଂ ସୋସାଇଟି,ମାତା ସୀତାଙ୍କ ଜନ୍ମସ୍ଥାନ ମିଥିଳା, କର୍ଣ୍ଣାଟକର ରାମନଗର ଜିଲ୍ଲା,ଯେଉଁଠାକୁ  ପ୍ରଭୁ ରାମ ତାଙ୍କ ବନବାସ କାଳରେ ଯାଇଥିଲେ,ସେହି ସବୁସ୍ଥାନରେ ଉତ୍ସବର ମାହୋଲ । ତେବେ ଉତ୍ସବର ଏହି ମାହୋଲ କେବଳ ଭାରତରେ ସୀମିତ ନାହିଁ ।  ଅଯୋଧ୍ୟାଠାରୁ 7,000 କିଲୋମିଟରରୁ ଅଧିକ ଦୂରରେ ଥିବା ପ୍ୟାରିସ୍ ମଧ୍ୟ ରାମମୟ ହେବାକୁ ଯାଉଛି । ପ୍ୟାରିସ୍ ପ୍ରେମର ନଗରୀ ଭାବେ ବିଶ୍ୱ ପ୍ରସିଦ୍ଧ । ସେହି ପ୍ରେମ ନଗରୀରେ ରାମମନ୍ଦିର ପ୍ରତିଷ୍ଠାର ଗୋଟିଏ ଦିନ ପୂର୍ବରୁ  ଏକ ଯାତ୍ରା ବାହାର କରାଯିବ। ପ୍ୟାରିସରେ ରହୁଥିବା ଭାରତୀୟମାନେ ଜାନୁଆରୀ 21 ରେ 'ଅଯୋଧ୍ୟା ମନ୍ଦିର ମହୋତ୍ସବ' ଅଧୀନରେ ପ୍ରଭୁ ରାମଙ୍କ ଗୌରବ ଉତ୍ସବ  ପାଳନ କରିବାକୁ ଦୁଇଟି କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି।

କ’ଣ ରହିଛି କାର୍ଯ୍ୟକ୍ରମ ?

ପ୍ରଥମେ ସେଠାରେ ଏକ 'ରାମ ରଥ ଯାତ୍ରା' ହେବ । ଏହି ଯାତ୍ରାକ୍ରମରେ ପ୍ରଭୁ ରାମଙ୍କ ରଥକୁ ଫ୍ରାନ୍ସ ରାଜଧାନୀର ପ୍ରମୁଖ ସ୍ଥାନ ଗୁଡିକୁ ନିଆଯିବ। ସେଠାରେ ବିସ୍ତୃତ ପୂଜା ଏବଂ ଆରତୀ, ପ୍ରସାଦ ବଣ୍ଟନ ପରେ ଏକ ସଂକ୍ଷିପ୍ତ ସାଂସ୍କୃତିକ ପ୍ରଦର୍ଶନୀ ହେବ । 'ରାମ ରଥ ଯାତ୍ରା' ପ୍ୟାଲେସ ଦେ ଲା ଚାପେଲରୁ ମଧ୍ୟାହ୍ନ 12 ଟାରୁ ଆରମ୍ଭ ହୋଇ ପ୍ୟାଲେସ ଦା ଟ୍ରୋକାଡେରୋରେ ଶେଷ ହେବ - ଯେଉଁଠାରେ ଆଇକନ୍ ଆଇଫେଲ୍ ଟାୱାର ଛିଡା ହୋଇଛି । ଅପରାହ୍ନ 3 ଟାରେ ଯାତ୍ରା ଆଇଫଲ ଟାୱାରରେ ପହଂଚିବା କାର୍ଯ୍ୟକ୍ରମ ସ୍ତିରୀକୃତହୋଇଛି ।

ଆୟୋଜକମାନଙ୍କ ଅନୁସାରେ ଏହି ଯାତ୍ରା ସକାଳ 10.30 ରେ ଲା ଚାପେଲର ଗଣେଶ ମନ୍ଦିରରେ ପ୍ରାର୍ଥନା ଏବଂ 'ବିଶ୍ୱ କଲ୍ୟାଣ ଯଜ୍ଞ' ସହିତ ଆରମ୍ଭ ହେବ । ଏହା ପରେ ଯାତ୍ରା ପ୍ୟାଲେସ ଦେ ଲା ରିପବ୍ଲିକ୍, ମ୍ୟୁସି ଡି ଲୁଭ୍ରେ (ଲୁଭ୍ରେ ମ୍ୟୁଜିୟମ୍) ଓ ବିଶ୍ୱ ପ୍ରସିଦ୍ଧ ଆର୍କ ଡି ଟ୍ରାଇମ୍ଫେ ଦେଇ ଶେଷରେ ପ୍ୟାଲେସ୍ ଟ୍ରୋକାଡେରୋରେ ପହଞ୍ଚିବ ।

ଅଇଫିଲ ଟାୱାରରେ ଭଗବାନ ରାମଙ୍କ ପୂଜା, ଆରତୀ

 ଫ୍ରାନ୍ସର ଓଭରସିଜ୍ ଫ୍ରେଣ୍ଡସ୍ ଅଫ୍ ବିଜେପିର ସଭାପତି ତଥା ଯାତ୍ରାର ମୁଖ୍ୟ ଆୟୋଜକ ଅବିନାଶ ମିଶ୍ର କହିଛନ୍ତି ଯେ ପ୍ୟାଲେସ୍ ଦେ ଟ୍ରୋକାଡେରୋରେ 'ରାମ ରଥ ଯାତ୍ରା' ସମାପ୍ତ ହେବା ପରେ ଉତ୍ସବ ଆଇଫେଲ୍ ଟାୱାରକୁ ସ୍ଥାନାନ୍ତରିତ ହେବ। । ପୂଜା ଏବଂ ଆରତୀ ମଧ୍ୟ ହେବ । ପ୍ରଭୁ ରାମଙ୍କ ବିରାଟ ପୋଷ୍ଟର ଏବଂ ବ୍ୟାନର ପାଇଁ ଅର୍ଡର ଦିଆ ସରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ 'ପ୍ରଭୁ ରାମଙ୍କ ବିଶାଳ ପୋଷ୍ଟର ଏବଂ ବ୍ୟାନରଗୁଡିକ ଆଇଫେଲ ଟାୱାର ଚାରିପାଖରେ ସୁନ୍ଦର ଭାବେ ସଜାଯିବ ।

Read More
{}{}