Hindi News >>Home >>Zee Odisha

Relation tips:ଆପଣଙ୍କ ପାର୍ଟନରଙ୍କ ଏହି ସବୁ ଅଭ୍ୟାସ ହୋଇପାରେ ଟକ୍ସିକ୍ ସମ୍ପର୍କର ସଂକେତ

ସମ୍ପର୍କ ଯାହା ବି ହେଉ ନା କାହିଁକି, ଆମେ ନିଜ ପ୍ରେମ ଦ୍ୱାରା ଏହାକୁ ସ୍ୱତନ୍ତ୍ର କରିଥାଉ । କୌଣସି ସମ୍ପର୍କ ସେତେବେଳେ ସଫଳ ହୁଏ ଯେତେବେଳେ ଉଭୟ ପକ୍ଷରୁ ପ୍ରେମ ଓ ବିଶ୍ୱାସ ଥାଏ।  ଏକତରଫା ସମ୍ପର୍କ କେବେ ମଧ୍ୟ ସଫଳ ହୁଏନାହିଁ। ଯେତେବେଳେ ଦୁଇ ଜଣ ଏକାଠି ରହୁଥିବା  ବ୍ୟକ୍ତିଙ୍କ ମଧ୍ୟରେ କିଛି କଥାକୁ ନେଇ ମତପାର୍ଥକ୍ୟ ଦେଖାଦେଇ

Advertisement
SOCIAL MEDIA
Stop
Zee Odisha Desk|Updated: Feb 11, 2024, 10:52 PM IST

Relation tips:

ସମ୍ପର୍କ ଯାହା ବି ହେଉ ନା କାହିଁକି, ଆମେ ନିଜ ପ୍ରେମ ଦ୍ୱାରା ଏହାକୁ ସ୍ୱତନ୍ତ୍ର କରିଥାଉ । କୌଣସି ସମ୍ପର୍କ ସେତେବେଳେ ସଫଳ ହୁଏ ଯେତେବେଳେ ଉଭୟ ପକ୍ଷରୁ ପ୍ରେମ ଓ ବିଶ୍ୱାସ ଥାଏ।  ଏକତରଫା ସମ୍ପର୍କ କେବେ ମଧ୍ୟ ସଫଳ ହୁଏନାହିଁ। ଯେତେବେଳେ ଦୁଇ ଜଣ ଏକାଠି ରହୁଥିବା  ବ୍ୟକ୍ତିଙ୍କ ମଧ୍ୟରେ କିଛି କଥାକୁ ନେଇ ମତପାର୍ଥକ୍ୟ ଦେଖାଦେଇଥାଏ ଓ ସେହି ମତପାର୍ଥ୍ୟକ ମତାନ୍ତରରୁ ମନାନ୍ତରରେ ପରିଣତ ହୁଏ ସେତେବେଳେ ସମ୍ପର୍କରେ ଶିଥିଳତା ଓ ଦୂରତା ଆସିଯାଏ। ଯାହା ଧିରେ ଧିରେ ସମ୍ପର୍କର ସମାଧି ତିଆରି କରେ। ପ୍ରେମ ସହିତ ଆହୁରି କିଛି ଜିନିଷ ଅଛି ଯାହା ସମ୍ପର୍କକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନିଶ୍ଚିତ ଭାବରେ ପ୍ରତ୍ୟେକ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ, କିନ୍ତୁ ସର୍ବଦା ଝଗଡ଼ା କରିବା ଦ୍ୱାରା ଆପଣଙ୍କ ସୁଖୀ ସମ୍ପର୍କ ଏକ ବିଷାକ୍ତ ସମ୍ପର୍କରେ ପରିଣତ ହୋଇଥାଏ । ପ୍ରତ୍ୟେକ ଛୋଟ ଛୋଟ କଥାକୁ ନେଇ ଝଗଡ଼ା କରିବା, ସବୁବେଳେ ପରସ୍ପରଉପରେ ସନ୍ଦେହ କରିବା, ସାଥୀଙ୍କୁ ନିୟନ୍ତ୍ରଣ କରିବା ଏସବୁ ଏକ ବିଷାକ୍ତ ସମ୍ପର୍କ ବା ଟକ୍ସିକ୍ ରିଲେସନର କିଛି ସଙ୍କେତ । ଯଦି ଆପଣଙ୍କ ପାର୍ଟନରଙ୍କ ଠାରେ ଉଲ୍ଲେଖ କରାଯାଇଥିବା ଲକ୍ଷଣ ଦେଖିବାକୁ ମିଳେ ତେବେ ବୁଝି ନିଅନ୍ତୁ ସମ୍ପର୍କ ବିଷାକ୍ତ ହେବାକୁ ଲାଗିଲାଣି।

ଛୋଟ ଛୋଟ କଥାକୁ ନେଇ ଲଢ଼େଇ

ବେଳେବେଳେ ଯେତେବେଳେ ଦୁଇ ଜଣ ଲୋକ ଏକାଠି ରୁହନ୍ତି, ସେତେବେଳେ ସେମାନଙ୍କୁ ପରସ୍ପର ସହିତ ମିଶିବାକୁ  ସମୟ ଲାଗିଥାଏ । ବିଶେଷ କରି ବିବାହ ପରେ ଏହି ସମୟରେ ବର-କନ୍ୟାଙ୍କ ମଧ୍ୟରେ ଅନେକ ସମୟରେ ମତଭେଦ ଦେଖାଦେଇଥାଏ।  ତେବେ ବିବାହର କିଛି ଦିନ ପରେ ପରସ୍ପରକୁ ବୁଝିବା ପରେ ସ୍ଥିତି ସାମାନ୍ୟ ହୁଏ। କିନ୍ତୁ ଯଦି ସମୟ ଗଡିବା ସହିତ ମଧ୍ୟ ଦୁଇଜଣଙ୍କ ମଧ୍ୟରେ ସ୍ଥିତି ସାମାନ୍ୟ ହୁଏନାହିଁ ଓ ଛୋଟଛୋଟ କଥାକୁ କେନ୍ଦ୍ର କରି ବାରମ୍ବାର ଝଗଡା ଲାଗେ ତେବେ ତେବେ ଆପଣଙ୍କୁ ନିଜ ସମ୍ପର୍କ ବିଷୟରେ ଚିନ୍ତା କରିବା ର ଆବଶ୍ୟକତା ରହିଛି । ଅନେକ ସମୟରେ ଆପଣଙ୍କ ସାଥୀ ଆପଣଙ୍କ ଭାବନାକୁ ବୁଝି ପାରନ୍ତି ନାହିଁ, ଯେଉଁକାରଣରୁ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ । ସେମାନଙ୍କ ମଧ୍ୟରେ ଝଗଡ଼ା ହେବା ଏକ ସାଧାରଣ କଥା, କିନ୍ତୁ ଯଦି ଲଢ଼େଇ ଦୀର୍ଘ ସମୟ ଧରି ଚାଲିଥାଏ ଏବଂ ଆପଣ ଦୀର୍ଘ ସମୟ ଧରି କଥା ହୁଅନ୍ତି ନାହିଁ, ତେବେ ଆପଣ ଏହାକୁ ଠିକ୍ କରିବା ବିଷୟରେ ଚିନ୍ତା କରିବା ଉଚିତ୍ ।

ସନ୍ଦେହ କରିବାର ଅଭ୍ୟାସ

କିଛି ଲୋକ ବିନା କାରଣରେ ନିଜ ସାଥୀକୁ ସନ୍ଦେହ କରିଥାନ୍ତି, ଏହି କାରଣରୁ ସେମାନେ ସତ କହୁଥିବା ବେଳେ ମଧ୍ୟ ତାଙ୍କୁ ମିଥ୍ୟାବାଦୀ କହିବା କାରଣରୁ ବାରମ୍ବାର ଝଗଡ଼ା ହେବା ସ୍ୱାଭାବିକ । ଯଦି ଆପଣଙ୍କ ସ୍ୱାମୀ କିମ୍ବା ସାଥୀ ଆପଣଙ୍କୁ ସନ୍ଦେହ କରୁଛନ୍ତି, ତେବେ ଆପଣ ବିଷାକ୍ତ ସମ୍ପର୍କର ଶିକାର ବୋଲି ଜାଣନ୍ତୁ। । ଏଭଳି ସମ୍ପର୍କ ଆପଣଙ୍କ ର ସ୍ୱାଧୀନତା ଏବଂ ସୁଖ କୁ ଛଡାଇ ନେଇପାରେ । ତେଣୁ ଠିକ୍ ସମୟରେ ଏହାର କାରଣ ଜାଣି ସବୁ କିଛି ଠିକ୍ କରିବାକୁ ଉଦ୍ୟମ କରନ୍ତୁ।

ବିଷାକ୍ତ ସମ୍ପର୍କରୁ କିପରି ବାହାରିବେ

ଯଦି ଆପଣଙ୍କ ସମ୍ପର୍କ ବିଷାକ୍ତ ହୋଇଯାଇଛି, ତେବେ ଏଭଳି ସମ୍ପର୍କର ବୋଝକୁ ବୋହିବା ଅପେକ୍ଷା ଏଥିରୁ  ଯଥାଶୀଘ୍ର  ବାହାରିବା ବିଷୟରେ ଚିନ୍ତା କରନ୍ତୁ । ସମ୍ପର୍କ ଭାଙ୍ଗିବା ପାଇଁ କୌଣସି ବାହାନା ଦିଅନ୍ତୁ ନାହିଁ, ବରଂ ଯାହା ସତ ତାହା ସ୍ପଷ୍ଟ ଭାବରେ କୁହନ୍ତୁ।

{}{}