Hindi News >>Home >>Zee Odisha

Is exercise good for people suffering from migraine ? : ମାଇଗ୍ରେନରେ ପୀଡିତ ଲୋକଙ୍କ ପାଇଁ ବ୍ୟାୟାମ ଭଲ କି ?

Is exercise good for people suffering from migraine ?

Advertisement
SOCIAL MEDIA
Stop
Zee Odisha Desk|Updated: Nov 17, 2023, 09:52 PM IST

Is exercise good for people suffering from migraine ? : 

ମାଇଗ୍ରେନ୍ ହେଉଛି ଗୋଟିଏ ପ୍ରକାରର ମୁଣ୍ଡବିନ୍ଧା । ମାଇଗ୍ରେନରେ ପୀଡିତ ଜଣେ ବ୍ଯକ୍ତି ସାଧାରଣତଃ କ୍ରମାଗତ ମୁଣ୍ଡବିନ୍ଧାର ଶିକାର ହୋଇଥାନ୍ତି । ମାଇଗ୍ରେନ ପାଇଁ ଔଷଧ ରହିଛି । ତେବେ ନିକଟରେ ହୋଇଥିବା ଏକ ଅଧ୍ଯୟନରୁ ଜଣା ପଡିଛି ଯେ,ବ୍ଯୟାମ ମଧ୍ୟ ମାଇଗ୍ରିନ କମ କରିବା ପାଇଁ ଏକ ଉପାୟ ହୋଇପାରେ । ତେବେ ଏହି ଅଧ୍ଯୟନରୁ ଦୁଇଟି କଥା ସାମ୍ନାକୁ ଆସିଛି । ଗୋଟିଏ ହେଉଛି..

- ନିୟମିତ ବ୍ୟାୟାମ ମାଇଗ୍ରେନ ଥିବା ବ୍ୟକ୍ତିଙ୍କ ମୁଣ୍ଡବିନ୍ଧାର ବାରମ୍ବାରତା ଏବଂ ଗମ୍ଭୀରତାକୁ ହ୍ରାସ କରିପାରେ ।

- ତେବେ ଏହା ମଧ୍ଯ ଆଶଙ୍କା କରାଯାଉଛି ଯେ, ମାଇଗ୍ରେନ୍ ଥିବା କିଛି ଲୋକଙ୍କ ମଧ୍ୟରେ ବ୍ୟାୟାମ, ମୁଣ୍ଡବିନ୍ଧା ପାଇଁ ଏକ ଟ୍ରିଗର ଭାବେ କାମ କରିପାରେ ଅର୍ଥାତ ବ୍ଯୟାମ କରିଲେ କିଛି ଲୋକଙ୍କ ମାଇଗ୍ରିନର ଗମ୍ଭୀରତା ବଢିପାରେ । ଯାହାର ଅର୍ଥ ହେଉଛି ମାଇଗ୍ରିନ ଉପରେ ବ୍ୟୟାମର ପ୍ରଭାବ ବ୍ଯକ୍ତିଠାରୁ ବ୍ଯକ୍ତି ଭିନ୍ନ ହୋଇାପରେ ।

- ସେଥିପାଇଁ, ମାଇଗ୍ରେନ୍ ରୋଗୀଙ୍କ  ପାଇଁ ବ୍ୟାୟାମର ସଠିକ୍ ମାତ୍ରା ଖୋଜିବା ଜରୁରୀ ଅଟେ । ଅର୍ଥାତ ଜଣେ ମାଇଗ୍ରିନ୍ ରୋଗୀ କେତେ ସମୟ ଓ କେଉଁ ଧରଣର ବ୍ୟୟାମ କରିବେ ତାହା ଜାଣିବା ନିହାତି ଆବଶ୍ଯକ ।

 

ବ୍ୟାୟାମର ସଠିକ୍ ମାତ୍ରା ଜାଣିବେ କିପରି?

ଉଦାହରଣ 1:

ମାଇଗ୍ରିନ୍ ଥିବା ଜଣେ ଧାବକ ପ୍ରଥମେ ପରୀକ୍ଷାମୁଳକ ଭାବେ ମନ୍ଥର ଗତିରେ (8-9 ମିନିଟ୍ / କିମି) 2 କିଲୋମିଟର ଦୂରତା  ଦୌଡିବାକୁ  ଚେଷ୍ଟା କରିବା ଉଚିତ ।  ଯଦି ଦୌ଼ଡ ସରିବା ପରେ ତାଙ୍କର ମୁଣ୍ଡବିନ୍ଧ ଆସୁନାହିଁ ତେବେ ସେ  ଦୂରତା ଏବଂ ଗତିକୁ ଆଗାମୀ 2-3 ସପ୍ତାହ ମଧ୍ୟରେ ଧୀରେ ଧୀରେ ବୃଦ୍ଧି କରିପାରିବେ । ଯଦି ଏକ ନିର୍ଦ୍ଦିଷ୍ଟ ଦୂରତା କିମ୍ବା ଗତିରେ ଦୌଡିଲେ ତାଙ୍କର ମୁଣ୍ଡବିନ୍ଧା ହୁଏ, ତେବେ ସେହି ଦୂରତା କିମ୍ବା ଗତିକୁ କମ କରିବା ଭଲ ହେବ ।

ସାଧାରଣତଃ  ମାଇଗ୍ରେନ୍ ରୋଗୀଙ୍କ ପାଇଁ ଜୋରରେ ଦୌଡ଼ିବା  ଅପେକ୍ଷା ଚାଲିବା, ସାଇକେଲ ଚଲାଇବା ଏବଂ ଜଗିଂ ଭଲ ବିକଳ୍ପ ହୋଇଥାଏ ।

ଉଦାହରଣ 2: ଶକ୍ତି ପ୍ରଶିକ୍ଷଣ: ସେଫ୍ ଜୋନ ବା ନିରାପଦ ପରିଧି ଚିହ୍ନଟ ନହେବା ପର୍ଯ୍ୟନ୍ତ ବ୍ୟାୟାମର ଅବଧି,ସମୟ ଏବଂ ତୀବ୍ରତାକୁ  ଧୀରେ ଧୀରେ ବୃଦ୍ଧି କରାଯାଇପାରେ ।

ବିଶେଷକରି ବେକ ଏବଂ କାନ୍ଧକୁ  ଶକ୍ତ କରୁଥିବା ବ୍ୟାୟାମ ବିଶେଷ ଉପଯୋଗୀ ହୋଇଥାଏ ।

 

ମାଇଗ୍ରେନ୍ ଚିକିତ୍ସାରେ ଏରୋବିକ୍ ବ୍ୟାୟାମ ବନାମ ଶକ୍ତି ପ୍ରଶିକ୍ଷଣର ଫଳପ୍ରଦତା କ’ଣ?

 

ଅଧ୍ୟୟନରୁ ଜଣା ପଡ଼ିଥିଲା ଯେ, ଏରୋବିକ୍ ବ୍ୟୟାମ ତୁଳନାରେ ଶକ୍ତି ପ୍ରଶିକ୍ଷଣ ବ୍ୟାୟାମ ମାଇଗ୍ରେନ୍  ହ୍ରାସ କରିବାରେ ଅଧିକ ସଫଳତା  ପ୍ରଦର୍ଶନ କରିଥିଲେ,  ।

ଉପସଂହାର

ମାଇଗ୍ରେନ ଥିବା ଲୋକଙ୍କ କ୍ରମାଗତ ମୁଣ୍ଡବ୍ୟଥା  ଏବଂ ଗମ୍ଭୀରତା ହ୍ରାସ କରିବାରେ ବ୍ୟାୟାମ ପ୍ରଭାବଶାଳୀ ଅଟେ ।

ବ୍ୟାୟାମର ସଠିକ୍ ମାତ୍ରା ନିର୍ଣ୍ଣୟ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ (ଯାହା ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଭିନ୍ନ ହୋଇଥାଏ),

ଏରୋବିକ୍ ବ୍ୟାୟାମ ଏବଂ ଶକ୍ତି ପ୍ରଶିକ୍ଷଣର ମିଶ୍ରଣ ସର୍ବୋତ୍ତମ ଫଳ ପ୍ରଦାନ କରେ ।

Read More
{}{}