Hindi News >>Home >>Zee Odisha

Ratan TATA: ଗୋଟିଏ ଅପମାନ ଓ ରତନ ଟାଟାଙ୍କ ପ୍ରତିଶୋଧ,ଏମିତି ଘଟିଥିଲା ଟାଟା ମୋଟର୍ସର ଭାଗ୍ୟ

ରତନ ଟାଟା,ଭାରତୀୟ ଶିଳ୍ପଜଗତର ଏମିତି ଗୋଟିଏ ନାମ ଯାହାକୁ ସମ୍ମାନର ସହ ନିଆ ଯାଏ। କିନ୍ତୁ ରତନ ଟାଟା,ରତନ ଟାଟା ହେବା କିଛି ସହଜ ନୁହେଁ। କେବେ ଟାଟା ନଗରରେ ମାଫିଆର ନାଲି ଆଖିକୁ ଡରିନଥିବା ରତନ ଟାଟା ଦିନେ ଦୁନିଆର ସବୁଠାରୁ ବଡ଼ କାର କମ୍ପାନୀର ମାଲିକଙ୍କ ଗର୍ବ ଭାଙ୍ଗିଥିଲେ। କେବଳ ଭାଙ୍ଗିନଥିଲେ,ଯେଉଁ କମ୍ପାନୀର ମାଲିକ ତାଙ୍କୁ ଦୟା ଦେଖାଇବା

Advertisement
SOCIAL MEDIA
Stop
Zee Odisha Desk|Updated: Dec 22, 2023, 10:03 PM IST

Ratan TATA: ରତନ ଟାଟା,ଭାରତୀୟ ଶିଳ୍ପଜଗତର ଏମିତି ଗୋଟିଏ ନାମ ଯାହାକୁ ସମ୍ମାନର ସହ ନିଆ ଯାଏ। କିନ୍ତୁ ରତନ ଟାଟା,ରତନ ଟାଟା ହେବା କିଛି ସହଜ ନୁହେଁ। କେବେ ଟାଟା ନଗରରେ ମାଫିଆର ନାଲି ଆଖିକୁ ଡରିନଥିବା ରତନ ଟାଟା ଦିନେ ଦୁନିଆର ସବୁଠାରୁ ବଡ଼ କାର କମ୍ପାନୀର ମାଲିକଙ୍କ ଗର୍ବ ଭାଙ୍ଗିଥିଲେ। କେବଳ ଭାଙ୍ଗିନଥିଲେ,ଯେଉଁ କମ୍ପାନୀର ମାଲିକ ତାଙ୍କୁ ଦୟା ଦେଖାଇବାକୁ ଚାହିଁଥିଲେ ସେହି କମ୍ପାନୀକୁ କିଣି ସେହି ବ୍ୟକ୍ତିଙ୍କ ଉପରେ ସେ ଦୟା କରିଥିଲେ। କିନ୍ତୁ ଏସବୁ ଦିନକରେ ହୋଇନଥିଲା।

୯୦ ଦଶକରେ ଇଣ୍ଡିକା ଫ୍ଲପ୍ ହେବା ପରେ ରତନ ଟାଟା ଏହାକୁ ବିକ୍ରି କରିବାକୁ ଆମେରିକା ଯାଇଥିଲେ। ଫୋର୍ଡ କମ୍ପାନୀକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ସେଠାରେ  ଏମିତି କିଛି ଘଟିଥିଲା ଯେ ସେ କମ୍ପାନୀକୁ ବିକ୍ରି କରିନଥିଲେ ଏବଂ ଆଜି ଟାଟା ମୋଟର୍ସ  ୨.୪୧ କୋଟି ଟଙ୍କାର କମ୍ପାନୀରେ ପରିଣତ ହୋଇଛି । ଆଜି ଟାଟା ଗାଡ଼ି ଦେଶରେ ଏକ ପ୍ରିୟ ବ୍ରାଣ୍ଡପାଲଟିଛି। ଇଭି ସେକ୍ଟରରେ ଟାଟା ମୋଟର୍ସ ସବୁଠୁ ଆଗରେ ରହିଛି।

ନିବେଶକଙ୍କ ଦୃଷ୍ଟିକୋଣରୁ ୨୦୨୩ ବର୍ଷ ଟାଟା ମୋଟର୍ସ ଏବଂ ଏହାର ନିବେଶକଙ୍କ ପାଇଁ ବହୁତ ଭଲ ଥିଲା । ଚଳିତ ବର୍ଷ କଂପାନିର ଷ୍ଟକ ନିବେଶକଙ୍କୁ ପ୍ରାୟ ୯୦ ପ୍ରତିଶତ ରିଟର୍ଣ୍ଣ ଦେଇଛି। ତେବେ ଆସନ୍ତୁ ଜାଣିବା କମ୍ପାନୀର ଷ୍ଟକ ବର୍ତ୍ତମାନ କେତେ ପରିମାଣରେ କାରବାର କରୁଛି ଏବଂ ଆଗାମୀ ଦିନରେ ଏହା କେତେ ପର୍ଯ୍ୟନ୍ତ ଯାଇପାରେ । ଆସନ୍ତୁ ଜାଣିବା କାହିଁକି ରତନ ଟାଟା ଟାଟା ମୋଟର୍ସବିକ୍ରି କରିବାକୁ ଚାହୁଁଥିଲେ ଏବଂ ଫୋର୍ଡ ବିକ୍ରି ନକରି କାହିଁକି ଆମେରିକାରୁ ଫେରିଥିଲେ ।

ଯେତେବେଳେ ରତନ ଟାଟା ମୋଟର୍ସ  ବିକ୍ରି କରିବାକୁ ସ୍ଥିର କଲେ

୯୦ ଦଶକରେ ରତନ ଟାଟା ଟାଟା ମୋଟର୍ସ ବ୍ୟାନରରେ ଟାଟା ଇଣ୍ଡିକାକୁ ଲଞ୍ଚ କରିଥିଲେ, କିନ୍ତୁ କାର ଟି ଫ୍ଲପ୍ ହୋଇଯାଇଥିଲା ।ଇଣ୍ଡିଆର କାରର ସର୍ଟ୍ ଫର୍ମ ଥିଲା ଇଣ୍ଡିକା। କିନ୍ତୁ ଇଣ୍ଡିଆ ଏହି କାରକୁ ପସନ୍ଦ କରିନଥିଲା । କାରକୁ ନେଇ ଗ୍ରାହକଙ୍କ  ପ୍ରତିକ୍ରିୟା ବହୁତ ଖରାପ ଥିଲା । କମ୍ପାନି କ୍ଷତି ସହିବା ଆରମ୍ଭ କରିଥିଲା। ଏହାପରେ ରତନ ଟାଟା ଯାତ୍ରୀବାହୀ କାର ବ୍ୟବସାୟକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ରତନ ନିଜ ମୋଟର୍ସ ଡିଭିଜନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଫୋର୍ଡ୍ସ କମ୍ପାନୀକୁ ନିଜ ଟାଟା ମୋଟର୍ସ ବିକ୍ରି କରିବାକୁ ରତନ ଚାହିଁଥିଲେ। ଏନେଇ କଥାବାର୍ତ୍ତା ଚାଲିଥିଲା। ଅନ୍ତିମ ଆଲୋଚନା ପାଇଁ ରତନ ଆମେରିକା ଯାଇଥିଲେ। ସେଠାରେ ଫୋର୍ଡ୍ସ ମାଲିକ  ବିଲ୍ ଫୋର୍ଡ ରତନ ଟାଟାଙ୍କୁ ଅନେକ ସମୟ ଅପେକ୍ଷା କରାଇ ଶେଷରେ  ଉପହାସ କରି କହିଥିଲେ ଯେ ଯେତେବେଳେ ସେ ଏହି ବ୍ୟବସାୟ ବିଷୟରେ ଅଭିଜ୍ଞତା ନାହିଁ ସେତେବେଳେ କଣ ପାଇଁ ଏଥିରେ ପ୍ରବେଶ କରୁଥିଲେ। ଟାଟାଙ୍କୁ ଏହି ଉତ୍ତର ବେସ ଆଘାତ ଦେଇଥିଲା। ଫୋର୍ଡଙ୍କ ସହିତ କଥାବାର୍ତ୍ତା ସାରିବା ପରେ ରତନ ଭାରତ ଫେରିଥିଲେ କିନ୍ତୁ କାର କମ୍ପାନୀ ବିକ୍ରି ନକରିବାକୁ ନିଷ୍ପତି ନେଇଥିଲେ। କାରଣ ବିଲ ଫୋର୍ଡଙ୍କ ଗୋଟିଏ କଥା ରତନ ଟାଟାଙ୍କୁ ବାରମ୍ବାରା ବ୍ୟଥିତ କରୁଥିଲା,ଆଉ ତାହା ଥିଲା .. ମୁଁ ତୁମ କାର ଡିଭିଜନ କିଣି ତୁମ ଉପରେ ଦୟା କରୁଛି।

 ଏବଂ ଆରମ୍ଭ ହେଲା ନୂଆ ଯାତ୍ରା

ବିଲ୍ ଫୋର୍ଡଙ୍କ କଥା ରତନ ଟାଟାଙ୍କୁ ଆଘାତ ଦେଇଥିଲା। ଏହି ବୈଠକ ପରେ ରତନ ଟାଟା ବ୍ୟବସାୟ ବିକ୍ରି ନକରି ଫେରି ଆସି  ଅଟୋ କମ୍ପାନିକୁ ପୁନରୁଦ୍ଧାର କରିଥିଲେ। ଏହା ସହିତ  ବିଶ୍ୱକୁ ଦେଖାଇଦେଲେ ଯେ ସଫଳତାର ପ୍ରଥମ ପାଦ ହେଉଛି ବିଫଳତା । ଟାଟା ମୋଟର୍ସ ଆଜି କେଉଁ ସ୍ଥିତିରେ ଅଛି ତାହା କହିବାର ଆବଶ୍ୟକତା ନାହିଁ। ଟାଟା ମୋଟର୍ସ ଇଣ୍ଡିଆ ଅଟୋ ସେକ୍ଟର, ବିଶେଷ କରି ଯାତ୍ରୀବାହୀ ଯାନ କ୍ଷେତ୍ରରେ ଏକ ବଡ ନାମ ଅର୍ଜନ କରିଛି । ଇଭି ସେକ୍ଟରରେ ଏହାର କୌଣସି ସମାନ୍ତରାଳ ଉଦାହରଣ  ନାହିଁ। ଟାଟା ମୋଟର୍ସ ଲଗାତାର ଇଭି ଉପରେ ଫୋକସ ବଢ଼ାଉଛି । ଟାଟା ମୋଟର୍ସ ଜାଣିଛି ଯେ ଆଗାମୀ ଦିନରେ ଏହା ଟେସ୍ଲା ଭଳି ବଡ କମ୍ପାନୀ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି ।

ନିବେଶକଙ୍କ ପାଇଁ ବିପୁଳ ଅର୍ଥ ରୋଜଗାର କରୁଛି ଟାଟା ମୋଟର୍ସ

ଏବେ ଆସନ୍ତୁ ନିବେଶକଙ୍କ ଦୃଷ୍ଟିକୋଣରୁ କଥା ବାର୍ତ୍ତା କରିବା। ୨୦୨୩ ବର୍ଷ ଟାଟା ମୋଟର୍ସ ଏବଂ ଏହାର ନିବେଶକଙ୍କ ପାଇଁ ବହୁତ ଭଲ ସାବ୍ୟସ୍ତ ହୋଇଛି । କଂପାନିର ଏହି ଷ୍ଟକ ନିବେଶକଙ୍କୁ ୮୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇଛି। ବର୍ତ୍ତମାନ କଂପାନିର ଷ୍ଟକ୍ ରେକର୍ଡରେ ପହଞ୍ଚିଛି। ଏହି ପରିସଂଖ୍ୟାନ ବିଷୟରେ କହିବାକୁ ଗଲେ ବର୍ଷ ଆରମ୍ଭରେ ଟାଟା ମୋଟର୍ସର ସେୟାର ମୂଲ୍ୟ ୪୦୦ ଟଙ୍କାରୁ କମ୍ ଥିଲା । ଆଜି ଏହାର ମୂଲ୍ୟ ୭୦୦ ଟଙ୍କା ଅତିକ୍ରମ କରିଛି। ତଥ୍ୟ ଅନୁସାରେ ଏହାର ମୂଲ୍ୟରେ ପାଖାପାଖି ୩୨୮ ଟଙ୍କାର ବୃଦ୍ଧି ଘଟିଛି । ଅର୍ଥାତ୍ ଟାଟା ମୋଟର୍ସରୁ ନିବେଶକମାନେ ବହୁତ ଲାଭବାନ ହୋଇଛନ୍ତି।

ରେକର୍ଡ ସ୍ତରରେ ସେୟାର

ବର୍ତମାନ ଟାଟା ମୋଟର୍ସରେ ସମୟ କ୍ରମେ ଉନ୍ନତି ପରିଲକ୍ଷିତ ହେଉଛି । ଶୁକ୍ରବାର କଂପାନିର ସେୟାର ପ୍ରାୟ ୨ ପ୍ରତିଶତ ବୃଦ୍ଧି ସହ ୭୨୨.୫୦ ଟଙ୍କାରେ କାରବାର କରୁଛି। କାରବାର ଅଧିବେଶନରେ କଂପାନିର ଷ୍ଟକ ମଧ୍ୟ ୭୩୧ ଟଙ୍କାକୁ ବୃଦ୍ଧି ପାଇଥିଲା। ଯାହା ଫଳରେ କମ୍ପାନୀର ମୂଲ୍ୟ ୨.୪୧ ଲକ୍ଷ କୋଟି ଟଙ୍କାକୁ ଆସିଛି । ବର୍ଷ ଆରମ୍ଭରେ କଂପାନିର ମୂଲ୍ୟ ୧.୩୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଥିଲା। 

Read More
{}{}