Hindi News >>Home >>Puri

ଆଜି ଶ୍ରୀଅଙ୍ଗରେ ଓଷ ଲାଗି ପରେ ସୁସ୍ଥ ହେବେ ମହାପ୍ରଭୁ, ଜାଣନ୍ତୁ କେମିତି ପ୍ରସ୍ତୁତ ହୋଇଥାଏ ‘ଓଷ’

Rath Yatra: ଗତକାଲି ରାତି ସାରା ଠାକୁରଙ୍କ ପାଦପଦ୍ମରେ ଫୁଲୁରି ତେଲ ଲାଗି ହେବା ପରେ ଜ୍ବରରୁ ସାମାନ୍ୟ ଉପଷମ ପାଇଛନ୍ତି ଶ୍ରୀଜିଉ । ତେବେ ଏହି କ୍ରମରେ ଆଜି ହେଉଛି ଅଣସରର ଷଷ୍ଠୀ ତିଥି । ଆଜି ବିଶ୍ବ ନିଅନ୍ତାଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଓଷ । ଝୁଣା ଗୁଣ୍ତରେ ରାଶି ତେଲର ମିଶ୍ରଣକୁ ‘ଓଷ’ ବୋଲି କୁହାଯାଏ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jun 10, 2023, 10:34 AM IST

Rath Yatra 2023: ପବିତ୍ର ସ୍ନାନଯାତ୍ରା (Snana yatra 2023) ଦିନ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରେ ପଡ଼ିଛନ୍ତି ମହାପ୍ରଭୁ । ଅଣସର ପିଣ୍ତିରେ ବିଜେ ମହାପ୍ରଭୁଙ୍କ ଜ୍ବର ଭଲ କରିବା ଲାଗି ଚାଲିଛି ଗୁପ୍ତ ନୀତି । ଦିନ ରାତି ନିଷ୍ଠାର ସହ ସେବାରେ ଲାଗିଛନ୍ତି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବାୟତ ଦଇତାପତି । ଅଣସର ପିଣ୍ଡିରେ କେବଳ ଦୀପ ଆଲୁଅ ଜଳୁଥିବା ବେଳେ ଠାକୁରଙ୍କ ନିକଟରେ ଖାଲି ପଥିଭୋଗ ବ୍ଯତୀତ ଆଉ କିଛି ଲାଗି ହେଉନାହିଁ। ଶୁକ୍ରବାର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଛି ଫୁଲୁରି ତେଲ । ରାତି ସାରା ଠାକୁରଙ୍କ ପାଦପଦ୍ମରେ ଫୁଲୁରି ତେଲ (Phuluri Tela) ଲାଗି ହେବା ପରେ ଜ୍ବରରୁ ସାମାନ୍ୟ ଉପଷମ ପାଇଛନ୍ତି ଶ୍ରୀଜିଉ । ତେବେ ଏହି କ୍ରମରେ ଆଜି ହେଉଛି ଅଣସରର ଷଷ୍ଠୀ ତିଥି । ଆଜି ବିଶ୍ବ ନିଅନ୍ତାଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଓଷ । ଝୁଣା ଗୁଣ୍ତରେ ରାଶି ତେଲର ମିଶ୍ରଣକୁ ‘ଓଷ’(Osa lagi Rituals) ବୋଲି କୁହାଯାଏ ।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ସକାଳେ ମହନ୍ତ ଗୋସ୍ବାମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମାନସ ରଥ, ଯଜେଞଶ୍ବର ପଣ୍ତା ଓ ମନୋରଞ୍ଜନ ଦାଶ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି ନେଇ ଫୁଲୁରି ତେଲ (Phuluri Tela)  ଶ୍ରୀମନ୍ଦିର (Puri Jagannath Temple) ପହଞ୍ଚାଇଥିଲେ । ଏହାପରେ ଅଣସର ପିଣ୍ତିରେ ବିରାଜମାନ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ତେଲକୁ ମର୍ଦ୍ଦନ କରାଯାଇଥିଲା । ରାତିସାରା ଏହି ତେଲ ଲାଗି ହେବା ପରେ ଶ୍ରୀଜିଉ ଜ୍ବରରୁ ସାମାନ୍ୟ ଆଶ୍ବସ୍ତି ଲାଭ କରିଛନ୍ତି । ତେବେ ଅଣସରର ଷଷ୍ଠୀ ତିଥିରେ ଶ୍ରୀଅଙ୍ଗରେ ଓଷ ଲାଗି (Osa lagi Rituals )ହେବା ନେଇ ପରମ୍ପରା ରହିଛି। ସୁଦ୍ଧ ସୁଆର ସେବକ ମାନେ ଝୁଣାକୁ ଗୁଣ୍ତ କରି ସେଥିରେ ତେଲ ଓ କର୍ପୁର ଆଦି ମିଶ୍ରଣ କରି ଏହି ଓଷ ପ୍ରସ୍ତୁତ କରିଥାଆନ୍ତି । ଏହାକୁ ପସ୍ତୁତ କରାଯିବା ପରେ ଦଇତାପତି ସେବକ ମାନେ ଏହାକୁ ଶ୍ରାଅଙ୍ଗରେ ଲେପନ କରନ୍ତି । ଏହି ଉପଚାର କରିବା ଦ୍ବାରା ମହାବାହୁ ସୁସ୍ଥ ଅନୁଭବ କରନ୍ତି ବୋଲି ବିଶ୍ବାସ ରହିଛି । ସେପଟେ ରଥଯାତ୍ରାକୁ (Rath Yatra 2023) ଆଉ ହାତ ଗଣତି କେତୋଟି ସ୍ଥାନ ରହିଥିବା ବେଳେ ରଥ ଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ବଡ଼ ପାଟଳ ଉଠିବା ପରେ ଗତକାଲି ତିନି ରଥର କଇଁଚି ବାଡ଼ିଆ ଯାଇଛି । ଏହାସହ ରଥ ଖଳାରେ ପ୍ରଭା ତିଆରି କାର୍ଯ୍ୟ ମଧ୍ଯ ଆରମ୍ଭ ହୋଇଛି । ତେବେ ଆଜି ୧୨ ପରସ୍ତ ପୋଟଳ ସହ ପାରାଭାଡ଼ି ଉଠିବାର କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢନ୍ତୁ-ଜ୍ବରରେ ପୀଡ଼ିତ ମହାପ୍ରଭୁ: ଆଜି ହେବ ଫୁଲୁରି ତେଲ ନୀତି, ଜାଣନ୍ତୁ କେମିତି ପ୍ରସ୍ତୁତ ହୋଇଥାଏ ଏହି ଔଷଧୀୟ ତେଲ

ପ୍ରକାଶ ଥାଉ କି, ଚଳିତ ବର୍ଷ ରଥଯାତ୍ରା ସମୟରେ ପୁରୀରେ ପାର୍କିଂ ବ୍ୟବସ୍ଥାରେ ପୂର୍ବ ଅପେକ୍ଷା ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏ ବର୍ଷ ପ୍ରାୟ ୩୦ଟି ଅସ୍ଥାୟୀ ପାର୍କିଂ ସ୍ଥଳୀ ସୃଷ୍ଟି କରାଯାଉଛି । ଘୋଷଯାତ୍ରା ସମୟରେ ଟୁରିଷ୍ଟ ବସ ଓ ଭାରିଯାନ ଲାଗି ୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସେହିପରି ହାଲୁଆ ଚାରି ଚକିଆ ଯାନ ପାଇଁ ପ୍ରାୟ ୧୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ନେଇ ଟ୍ରାଫିକ୍ ପୋଲିସ ପକ୍ଷରୁ ସୂଚନା ମିଳିଛି । ସେହିପରି ଦୁଇ ଚକିଆ ଯାନ ପାଇଁ  ଏସଏସିଏସ୍ କଲେଜ, ସୁଷମା ଗାର୍ଡ଼ନ, ଜଗନ୍ନାଥ ବଲ୍ଲଭ, ମଶାଣି ଚଣ୍ତୀ ଛକ, ଫ୍ଲୋରିସ ଇଣ୍ତିଆ, କୃଷକ ବଜାର ଆଦି ଅଞ୍ଚଳରେ ବାଇକ ପାର୍କିଂ ନେଇ ବ୍ୟବସ୍ଥା କରାଯାଇଛି । ବଡ଼ଦାଣ୍ତ ଓ ଏହାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଗୁଡ଼ିକୁ ନୋ ପାର୍କିଂ ଜୋନ (No Parking zone) ଭାବେ ଘୋଷଣା କରାଯାଇଛି । ବଡ଼ଦାଣ୍ତକୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଚାଲିଚାଲି ଆସିବାକୁ ହେବ ବୋଲି ଟ୍ରାଫିକ୍ ପୋଲିସ ପକ୍ଷରୁ ସୂଚନ ଦିଆଯାଇଛି ।

 

 

Read More
{}{}